ସୁପ୍ରିମକୋର୍ଟ କଲେଜିୟମର ଅନୁମୋଦନ: ଓଡ଼ିଶା ହାଇକୋର୍ଟକୁ ୩ ନୂଆ ବିଚାରପତି

The Sakala Picture
Published On

କଟକ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ୩ଜଣଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଅନୁମୋଦନ କରାଯାଇଛି। ଆଜି ସୁପ୍ରିମକୋର୍ଟ କଲେଜିୟମର ବୈଠକରେ ଏହା ଉପରେ ମୋହର ବାଜିଛି। ଏସଂକ୍ରାନ୍ତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୩ଜଣଙ୍କ ମଧ୍ୟରେ ଦୁଇଜଣ ବିଚାରବିଭାଗୀୟ ଅଧିକାରୀ ରହିଥିବା ବେଳେ ଅନ୍ୟ ଜଣେ ଆଇନଜୀବୀ ଅଛନ୍ତି। ଦୁଇ ବିଚାରବିଭାଗୀୟ ଅଧିକାରୀ ହେଉଛନ୍ତି ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶ। ସେହିପରି ଅନ୍ୟଜଣେ ଆଇନଜୀବୀ ସୁମନ ପଟ୍ଟନାୟକଙ୍କ ନାମକୁ […]

କଟକ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ୩ଜଣଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଅନୁମୋଦନ କରାଯାଇଛି। ଆଜି ସୁପ୍ରିମକୋର୍ଟ କଲେଜିୟମର ବୈଠକରେ ଏହା ଉପରେ ମୋହର ବାଜିଛି। ଏସଂକ୍ରାନ୍ତରେ ମଧ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୩ଜଣଙ୍କ ମଧ୍ୟରେ ଦୁଇଜଣ ବିଚାରବିଭାଗୀୟ ଅଧିକାରୀ ରହିଥିବା ବେଳେ ଅନ୍ୟ ଜଣେ ଆଇନଜୀବୀ ଅଛନ୍ତି। ଦୁଇ ବିଚାରବିଭାଗୀୟ ଅଧିକାରୀ ହେଉଛନ୍ତି ଗୌରୀଶଙ୍କର ଶତପଥୀ ଓ ଚିତ୍ତରଞ୍ଜନ ଦାଶ। ସେହିପରି ଅନ୍ୟଜଣେ ଆଇନଜୀବୀ ସୁମନ ପଟ୍ଟନାୟକଙ୍କ ନାମକୁ ମଧ୍ୟ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ସୁପ୍ରିମକୋର୍ଟ କଲେଜିୟମ ଅନୁମୋଦନ କରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଗୌରୀଶଙ୍କର ଶତପଥୀଙ୍କ ଏବେ ଓଡ଼ିଶା ଜୁଡିସିଆଲ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବା ବେଳେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ରହିଛନ୍ତି ଚିତ୍ତରଞ୍ଜନ ଦାଶ। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତି ସଂକ୍ରାନ୍ତ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହିଁ ଏହି ଆଇନଜୀବୀମାନେ ବିଚାରପତି ଭାବେ କାର୍ଯ୍ୟରେ ଯୋଗଦେବେ। ଏମାନଙ୍କୁ ନୂତନ ନିଯୁକ୍ତି ମିଳିବା ପରେ ହାଇକୋର୍ଟ ବିଚାରପତି ସଂଖ୍ୟା ୨୫କୁ ବୃଦ୍ଧି ପାଇବ। ମୋଟ ୩୩ବିଚାରପତି ପଦବୀ ଥିବା ବେଳେ ଏବେ ମୁଖ୍ୟବିଚାରପତିଙ୍କ ସମେତ ମୋଟ ୨୨ଜଣ ବିଚାରପତି ରହିଛନ୍ତି। ହାଇକୋର୍ଟରେ ବହୁ ବିଚାରପତି ପଦ ଖାଲିପଡ଼ିଥିବାରୁ ମାମଲା ବୋଝ ବଢ଼ୁଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟି ରଖି ଖାଲି ପଦବୀରେ ନୂତନ ନିଯୁକ୍ତି ପ୍ରଦାନ କରାଯାଇଆସୁଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର