ଆଜି ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ

The Sakala Picture
Published On

ପୁରୀ: ଆଜି ହେଉଛି ପବିତ୍ର ସୁନିଆଁ ଉତ୍ସବ । ଆଜିଠାରୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୧୪ ଶହ ୩୧ ସାଲ ୬୭ ଅଙ୍କର ପ୍ରବେଶ ହୋଇଛି । ଏହି ଅବସରରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ । ଗଜପତି ମହାରାଜ ସ୍ବତନ୍ତ୍ର ପରିପାଟୀରେ ସିଂହାସନରେ ଉପବେଶନ କରିବା ପରେ ରାଜଗୁରୁ ଅନ୍ୟାନ ସେବାୟତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୁଦ୍ରାରେ ଏହି ଅଙ୍କକୁ ଖୋଦେଇ କରାଯିବ । ଏହାପରେ ଏହି ମୁଦ୍ରାକୁ […]

ପୁରୀ: ଆଜି ହେଉଛି ପବିତ୍ର ସୁନିଆଁ ଉତ୍ସବ । ଆଜିଠାରୁ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୧୪ ଶହ ୩୧ ସାଲ ୬୭ ଅଙ୍କର ପ୍ରବେଶ ହୋଇଛି । ଏହି ଅବସରରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ । ଗଜପତି ମହାରାଜ ସ୍ବତନ୍ତ୍ର ପରିପାଟୀରେ ସିଂହାସନରେ ଉପବେଶନ କରିବା ପରେ ରାଜଗୁରୁ ଅନ୍ୟାନ ସେବାୟତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୁଦ୍ରାରେ ଏହି ଅଙ୍କକୁ ଖୋଦେଇ କରାଯିବ । ଏହାପରେ ଏହି ମୁଦ୍ରାକୁ ପ୍ରଚଳନ କରାଯିବାର ପରମ୍ପରା ରହିଛି । ୧୬ ଶାସନର ବ୍ରାହ୍ମଣ ଅନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ରୀତିନୀତିରେ ଏହି ଅଙ୍କକୁ ପ୍ରଚଳନ କରାଯିବ ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଆଜିଠାରୁ ଏହି ଅଙ୍କ ଜାତକ ଓ ପାଞ୍ଜି ଗଣନାରେ ବ୍ୟବହାର କରାଯିବ । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବିଶେଷ ପୂଜାର୍ଚ୍ଚନା । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ସେହିପରି ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ମଧ୍ୟ ପାଳନ କରାଯିବ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର