ସୁନ୍ଦରଗଡ଼ରେ ଗ୍ରାମୀଣ ସମ୍ପ୍ରଦାୟ ପାଇଁ ବେଦାନ୍ତ ଆଲୁମିନିୟମର ମେଗା ସ୍ୱାସ୍ଥ୍ୟ ଶିବିର

The Sakala Picture
Published On

ସୁନ୍ଦରଗଡ଼: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକର ମୁଣ୍ଡେରଖେତ ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା, ଯେଉଁଥିରେ ୨୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଥିଲେ। ବେଦାନ୍ତ ଦ୍ୱାରା ମୁଣ୍ଡେରଖେତ, ଝାରପାଲମ, ଗର୍ଜନଜୋର ଏବଂ ନିକଟସ୍ଥ ଗ୍ରାମ ପଞ୍ଚାୟତକୁ ସାମିଲ କରି ଗ୍ରାମୀଣ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ଏହି ପଦକ୍ଷେପ ନିଆଯାଇଥିଲା। ହେମଗିରର ମୁଣ୍ଡେରଖେତ […]

ସୁନ୍ଦରଗଡ଼: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ସୁନ୍ଦରଗଡ଼ ଜିଲ୍ଲାର ହେମଗିର ବ୍ଲକର ମୁଣ୍ଡେରଖେତ ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା, ଯେଉଁଥିରେ ୨୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଥିଲେ। ବେଦାନ୍ତ ଦ୍ୱାରା ମୁଣ୍ଡେରଖେତ, ଝାରପାଲମ, ଗର୍ଜନଜୋର ଏବଂ ନିକଟସ୍ଥ ଗ୍ରାମ ପଞ୍ଚାୟତକୁ ସାମିଲ କରି ଗ୍ରାମୀଣ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ଏହି ପଦକ୍ଷେପ ନିଆଯାଇଥିଲା। ହେମଗିରର ମୁଣ୍ଡେରଖେତ ପଞ୍ଚାୟତ ସରପଞ୍ଚ ଶ୍ରୀ ସନ୍ୟାସୀ ବାଗଙ୍କ ଉପସ୍ଥିତିରେ ହେମଗିର ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀ ଚିନ୍ମୟ କୁମାର ମିଶ୍ର ଏହି ଶିବିରକୁ ଉଦଘାଟନ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଏହି ପଦକ୍ଷେପ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ମାଗଣା ସେବାର ଏକ ପରିସର ପ୍ରଦାନ କରିଥିଲା । ଯେଉଁଥିରେ ଅସ୍ଥିଶଲ୍ୟ, ପ୍ରସୂତି ଏବଂ ସ୍ତ୍ରୀ ରୋଗ, ଶିଶୁ ରୋଗ, ଚର୍ମରୋଗ, ଇଏନଟି, ଛାତି ଏବଂ ଯକ୍ଷ୍ମା ଚିକିତ୍ସା ସହିତ ମାଗଣା ଔଷଧ ବଣ୍ଟନ, ସ୍ୱତନ୍ତ୍ର ପରାମର୍ଶ ଏବଂ ଯାଞ୍ଚ ଅନ୍ତର୍ଭୁକ୍ତ ଥିଲା। ଏହାସହିତ, ପ୍ରତିରୋଧକ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ଏବଂ ଦୀର୍ଘକାଳୀନ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ପରିଷ୍କାର ପରିଚ୍ଛନ୍ନତା, ପୁଷ୍ଟିସାର ଏବଂ ରୋଗ ନିବାରଣ ଉପରେ ସଚେତନତା ଅଧିବେଶନ କରାଯାଇଥିଲା।
କମ୍ପାନୀର ଗୋଷ୍ଠି-କୈନ୍ଦ୍ରିକ ସ୍ୱାସ୍ଥ୍ୟସେବା ପଦକ୍ଷେପ ବିଷୟରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, “ବେଦାନ୍ତରେ, ଆମେ ସମସ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାର ମୌଳିକ ଗୁରୁତ୍ୱକୁ ସ୍ୱୀକାର କରୁ। ଏପରି ମେଗା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ, ଆମେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଆମ ଗୋଷ୍ଠି କଲ୍ୟାଣ ଉପରେ ଏକ ସ୍ଥାୟୀ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁ। ଜିଲ୍ଲା ପ୍ରଶାସନ ସହିତ ସହଭାଗୀ ହୋଇ, ଆମେ ଯେଉଁ ଅଞ୍ଚଳରେ କାର୍ୟ୍ୟ କରୁଛୁ ସେହି ଅଞ୍ଚଳର ଲୋକଙ୍କ ଜୀବନକୁ ଯଥେଷ୍ଟ ଉନ୍ନତ କରିବା ପାଇଁ ଆମେ ଏପରି ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ ଜାରି ରଖିବୁ। ସୁନ୍ଦରଗଡ଼ର ହେମଗିର ବ୍ଲକ, ମୁଣ୍ଡେରଖେତ ପଞ୍ଚାୟତର ସରପଞ୍ଚ ସନ୍ୟାସୀ ବାଗ୍ ପ୍ରକାଶ କରିଛନ୍ତି, “ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆମ ଅଞ୍ଚଳ ପାଇଁ ଏକ ଚ୍ୟାଲେଞ୍ଜ, ବିଶେଷକରି ବୟସ୍କ ଏବଂ ମହିଳାମାନଙ୍କ ପାଇଁ। ଏହି ମେଗା ସ୍ବାସ୍ଥ୍ୟ ଶିବିରକୁ ଆମ ଅଞ୍ଚଳେର ଆୟୋଜନ କରିଥିବାରୁ ମୁଁ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଉଛି।

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରୀୟ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ୟ୍ୟକ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବାର ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପ୍ରତି ଗୋଷ୍ଠି ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠି ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପଗୁଡ଼ିକ ସାମାଜିକ-ଆର୍ଥିକ ପ୍ରଗତିରେ ବିଶେଷ ସହାୟକ ହେବ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

24 May 2025 By The Sakala

https://www.thesakala.in/latest-odisha-news/sundargarh/vedanta-aluminiums-mega-health-camp-for-rural-communities-in-sundargarh/article-40773
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର