ସୁନ୍ଦରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତା

The Sakala Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଚାଷୀଙ୍କଠାରୁ ଧାନ ସଂଗ୍ରହ କାମରେ ନିୟୋଜିତ କରାଯାଇଥିଲା। ଏହି କାମରେ ସାମିଲ ହୋଇ ଜିଲ୍ଲାର ମିଶନ ଶକ୍ତିର ମା’ମାନେ ବିଶେଷ ସଫଳତା ହାସଲ କରିଛନ୍ତି। ଗତ ଖରିଫ୍ ୠତୁରେ ୧୯୨୬ ଜଣ ଚାଷୀଙ୍କଠାରୁ ସେମାନେ ୧ ଲକ୍ଷ ୮ ହଜାର ୪୯୫ କୁଇଣ୍ଟାଲ ଧାନ ସଂଗ୍ରହ କରି ପ୍ରଶାସନଠାରୁ ପ୍ରଶଂସା ପାଇପାରିଛନ୍ତି। ରାଜ୍ୟ ସରକାରଙ୍କ ଓଡ଼ିଶା ଜୀବିକା ମିଶନ ଅଧୀନରେ ତଥା ଖାଦ୍ୟ […]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଚାଷୀଙ୍କଠାରୁ ଧାନ ସଂଗ୍ରହ କାମରେ ନିୟୋଜିତ କରାଯାଇଥିଲା। ଏହି କାମରେ ସାମିଲ ହୋଇ ଜିଲ୍ଲାର ମିଶନ ଶକ୍ତିର ମା’ମାନେ ବିଶେଷ ସଫଳତା ହାସଲ କରିଛନ୍ତି। ଗତ ଖରିଫ୍ ୠତୁରେ ୧୯୨୬ ଜଣ ଚାଷୀଙ୍କଠାରୁ ସେମାନେ ୧ ଲକ୍ଷ ୮ ହଜାର ୪୯୫ କୁଇଣ୍ଟାଲ ଧାନ ସଂଗ୍ରହ କରି ପ୍ରଶାସନଠାରୁ ପ୍ରଶଂସା ପାଇପାରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ରାଜ୍ୟ ସରକାରଙ୍କ ଓଡ଼ିଶା ଜୀବିକା ମିଶନ ଅଧୀନରେ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଏସଏଚଜି ମହିଳାମାନଙ୍କୁ ୨୦୨୧-୨୨ ଖରିଫ୍ ୠତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଇଲଟ୍ ଭିତ୍ତିରେ ୮ଟି ଏସଏଚଜିକୁ ୭ଟି ବ୍ଲକ – ବାଲିଶଙ୍କରକ୍ଷ, ବଡ଼ଗାଁ, ଗୁରୁଣ୍ଡିଆ, କୁଆଁରମୁଣ୍ଡା, ଲେଫ୍ରିପଡ଼ା, ଲାଠିକଟା ଏବଂ ଲହୁଣୀପଡ଼ାରେ ଏହି ଦାୟିତ୍ୱ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

‘‘ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତିକ୍ରମେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଥମ ଥର ପାଇଁ ବିଭିନ୍ନ ବ୍ଲକରେ ଧାନ ସଂଗ୍ରହ ଦାୟିତ୍ୱ ଦିଆଯାଇଥିଲା। ଏହି ନୂଆ ପ୍ରକାରର କାମକୁ ସେମାନେ ସଠିକ୍ ଭାବେ ପରିଚାଳନା କରିପାରିଛନ୍ତି। ଏସଏଚଜି ମା’ମାନଙ୍କ କାର୍ୟ୍ୟକ୍ଷେତ୍ରକୁ ବ୍ୟାପକ କରି ଜୀବିକା ବିକାଶ କ୍ଷେତ୍ରରେ ସେମାନଙ୍କୁ ଆଉ ଏକ ଉଚ୍ଚତାକୁ ନେବା ଲାଗି ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି। ପ୍ରଥମ ବର୍ଷର ସଫଳତାକୁ ଆଧାରକରି ଚଳିତ ଖରିଫ୍ ୠତୁରେ ଜିଲ୍ଲାର ୫୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି’’, କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ସରକାରୀ ମାନଦଣ୍ଡ ଅନୁଯାୟୀ ଯେଉଁ ମହିଳା ଏସଏଚଜିଙ୍କ ପାଖରେ ଧାନ ଗଚ୍ଛିତ ରଖିବା ପାଇଁ ଗୋଦାମ ଘର, ମଣ୍ଡିକୁ ଯିବା ଆସିବା ଲାଗି ରାସ୍ତା, ବିଜୁଳି ଓ କମ୍ପ୍ୟୁଟର ସୁବିଧା ସହ ଡାଟା ଏଣ୍ଟ୍ରି ଅପରେଟର ରହିଥିବେ ସେମାନଙ୍କୁ ଧାନ ସଂଗ୍ରହ ଦାୟିତ୍ୱ ଦିଆଯାଇଥିଲା। ମନୋନୀତ ଗୋଷ୍ଠୀର ସଦସ୍ୟାମାନଙ୍କୁ ଜିଲ୍ଲାସ୍ତରରେ ଏକ ଦୁଇ ଦିନିଆ କର୍ମଶାଳାରେ ସାମିଲ କରି ଧାନ ସଂଗ୍ରହର ବିଭିନ୍ନ ପ୍ରକ୍ରିୟା ଉପରେ ବିଧିବଦ୍ଧ ତାଲିମ ଦିଆଯାଇଥିଲା। ଚାଷୀଙ୍କ ପଞ୍ଜୀକରଣ, ଧାନ ସଂଗ୍ରହ ବେଳେ ଧାନର ମାନ ନିରୂପଣ, ବିଶେଷକରି ଆର୍ଦ୍ରତା ପରୀକ୍ଷା, ମାପ ଓ ଓଜନ ଏବଂ ଧାନର ସଂରକ୍ଷଣ ଆଦି କିପରି ସୁରୁଖୁରୁରେ କରାଯିବ ସେ ବିଷୟରେ ମହିଳାମାନେ ତାଲିମ ନେଇଥିଲେ। ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସେମାନଙ୍କୁ ଏଥିପାଇଁ ବୈଷୟିକ ସହଯୋଗ ଯୋଗାଇ ଦିଆଯାଇଥିଲା।

ବାଲିଶଙ୍କରା ବ୍ଲକରେ ଜୟ ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ସର୍ବାଧିକ ୪୩ ହଜାର କୁଇଣ୍ଟାଲରୁ ଅଧିକ ଧାନ ସଂଗ୍ରହ କରିଥିବା ବେଳେ ଲହୁଣୀପଡା ବ୍ଲକର ମା’ ଠାକୁରାଣୀ ଏସଏଚଜି ୧୮ ହଜାର କୁଇଣ୍ଟାଲରୁ ଅଧିକ ଧାନ କ୍ରୟ କରିପାରିଛନ୍ତି।

ସେହିପରି ଲେଫ୍ରିପଡ଼ା ବ୍ଲକର ମେଘନା ଏସଏଚଜି ୧୬ ହଜାର କୁଇଣ୍ଟାଲ, ବଡ଼ଗାଁ ବ୍ଲକରେ ଶାନ୍ତି ଏସଏଚଜି ୬,୬୪୩ କୁଇଣ୍ଟାଲ, ଗୁରୁଣ୍ଡିଆ ବ୍ଲକରେ ମା’ ତାରିଣୀ ଏସଏଚଜି ୪,୯୦୬ କୁଇଣ୍ଟାଲ, କୁଆଁରମୁଣ୍ଡା ବ୍ଲକର ଇନ୍ଦିରା ଏସଏଚଜି ୫,୮୮୬ କୁଇଣ୍ଟାଲ, ଲହୁଣୀପଡ଼ା ବ୍ଲକର ମାର୍ଥା ଏସଏଚଜି ୬,୧୬୦ କୁଇଣ୍ଟାଲ ଏବଂ ଲାଠିକଟା ବ୍ଲକରେ କାମଧେନୁ ଏସଏଚଜି ୬,୯୪୦ କୁଇଣ୍ଟାଲରୁ ଅଧିକ ଧାନ ସଂଗ୍ରହ କରିପାରିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ବୃହତ ଆଞ୍ଚଳିକ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍), ଆରସିଏମଏସ ଆଦି ସଂସ୍ଥା ଉଭୟ ଖରିଫ ଏବଂ ରବି ଧାନ ସଂଗ୍ରହ କରୁଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ପ୍ରଭାବୀ କରିବା ସହ ମହିଳାମାନଙ୍କ ହାତକୁ କାମ ଦେଇ ସେମାନଙ୍କୁ ଜୀବିକାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତିର ମହିଳା ଗୋଷ୍ଠୀକୁ ଚାଷୀଙ୍କଠାରୁ ଧାନ କ୍ରୟର ଦାୟିତ୍ୱ ଦିଆଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ କେବଳ ପାରମ୍ପରିକ ସାମଗ୍ରୀ ପ୍ରସ୍ତୁତିରେ ଆଉ ସୀମିତ ହୋଇ ରହି ନାହାନ୍ତି। ସେମାନଙ୍କୁ ସରକାର ବିଭିନ୍ନ ଅଣପାରମ୍ପରିକ ଓ ବୈଷୟିକ କାର୍ୟ୍ୟ ପରିଚାଳନାରେ ସାମିଲ କରିବା ଫଳରେ ସେମାନେ ନିଜର ଦକ୍ଷତା ପ୍ରମାଣିତ କରିପାରୁଛନ୍ତି। ଏହା ଫଳରେ ସେମାନେ ଲୋକଙ୍କ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଇଦେବା ସହ ନିଜ ପରିବାରକୁ ଆର୍ଥିକ ଭାବେ ସ୍ୱଚ୍ଛଳ କରିପାରୁଛନ୍ତି।

06 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର