ମଝି ରାସ୍ତାରେ ଗୁଳିମାଡ, ଦୁଇ ଆହତ
ସୁନ୍ଦରଗଡ଼: ୧୦ ନମ୍ବର ରାଜ୍ୟ ରାଜପଥ ବଡ଼ଗାଁ-କୁତ୍ରା ମଝି ରାସ୍ତାରେ ଗୁଳିମାଡ ଘଟିଛି। ଗୁଳି ମାଡରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର। ୪ ରୁ ୫ ଜଣ ମୁଖା ପିନ୍ଧା ଯୁବକ ଆସି ଅତର୍କିତ ଗୁଳି ଚାଳନା କରିଥିଲେ। ପିକଅପ୍ ଗାଡ଼ିରେ ଯାଉଥିବା ବେଳେ ଏହି ଗୁଳିମାଡ ହୋଇଥିଲା। ତେବେ କେଉଁ କାରଣରୁ ଏହି ଗୁଳିମାଡ଼ ଘଟିଛି ସେ […]
ସୁନ୍ଦରଗଡ଼: ୧୦ ନମ୍ବର ରାଜ୍ୟ ରାଜପଥ ବଡ଼ଗାଁ-କୁତ୍ରା ମଝି ରାସ୍ତାରେ ଗୁଳିମାଡ ଘଟିଛି। ଗୁଳି ମାଡରେ ଦୁଇ ଜଣ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ରାୟଗଡ଼ ଜିଲ୍ଲା ଶକ୍ତି ଅଞ୍ଚଳର ବିକ୍ରମ ଟଣ୍ଡନ ଓ ସୁନିଲ ରତ୍ନାକର। ୪ ରୁ ୫ ଜଣ ମୁଖା ପିନ୍ଧା ଯୁବକ ଆସି ଅତର୍କିତ ଗୁଳି ଚାଳନା କରିଥିଲେ। ପିକଅପ୍ ଗାଡ଼ିରେ ଯାଉଥିବା ବେଳେ ଏହି ଗୁଳିମାଡ ହୋଇଥିଲା। ତେବେ କେଉଁ କାରଣରୁ ଏହି ଗୁଳିମାଡ଼ ଘଟିଛି ସେ ନେଇ ସ୍ପଷ୍ଟ ଜଣାପଡ଼ି ନାହିଁ।
ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ
ଜଣଙ୍କ ଛାତିରେ ଗୁଳିମାଡ ହୋଇଥିବାବେଳେ ଅନ୍ୟଜଣଙ୍କ ବେକରେ ବାଜିଛି ଗୁଳି। ଖବରପାଇ ଆହତଙ୍କ ଘରଲୋକେ ଘଟଣାସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ।ଖବର ପାଇ ପୁଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






