ଭିଜିଲାନ୍ସ ଜାଲରେ କୁତ୍ରା ତହସିଲର ଅମିନ ଶିଶିର କୁମାର ନାୟକ

The Sakala Picture
Published On

ରାଉରକେଲା : ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲର ଅମିନ ଶିଶିର କୁମାର ନାୟକ। ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅମିନ ଶିଶିର କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ । ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଫିସ ଓ ବାସଭବନରେ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ ଅଭିଯୋଗକାରୀ ଏବଂ ତାଙ୍କ ଭାଇମାନଙ୍କର ଜମି ଭାଗ ପାଇଁ ପଟ୍ଟାର ଏକ […]

ରାଉରକେଲା : ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲର ଅମିନ ଶିଶିର କୁମାର ନାୟକ। ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅମିନ ଶିଶିର କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ । ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଫିସ ଓ ବାସଭବନରେ ଚଢ଼ାଉ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ଅଭାବନୀୟ ଘଟଣା: ଘରୁ ଟାଣି ନେଇ ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ

ମିଳିଥିବା ସୂଚନା ଅନୁସାରେ ଅଭିଯୋଗକାରୀ ଏବଂ ତାଙ୍କ ଭାଇମାନଙ୍କର ଜମି ଭାଗ ପାଇଁ ପଟ୍ଟାର ଏକ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ କୁତ୍ରା ତହସିଲର ଅମିନ ଶିଶିର କୁମାର ନାଏକ ଜମିର ଏକ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ସେମାନଙ୍କଠାରୁ ୧୦,୦୦୦ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଏହି ରାଶି ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ ସେ ୬୦୦୦ ଟଙ୍କାରେ ରାଜି ହୋଇଥିଲେ। ଯାହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ। ଆଉ ଆଜି ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବାବେଳେ ଅମିନଙ୍କୁ ଧରିଥିଲେ ଭିଜିଲାନ୍ସ ଟିମ୍। ଏଥିସହ ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି। ଅପରପକ୍ଷରେ ତାଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଅଫିସ ଏବଂ ବାସଭବନରେ  ଏକକାଳୀନ ଚଢାଉ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର, ମାଡିବସିଲା ଭିଜିଲାନ୍ସ

26 Mar 2025 By The Sakala

ଭିଜିଲାନ୍ସ ଜାଲରେ କୁତ୍ରା ତହସିଲର ଅମିନ ଶିଶିର କୁମାର ନାୟକ

ରାଉରକେଲା : ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ତହସିଲର ଅମିନ ଶିଶିର କୁମାର ନାୟକ। ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅମିନ ଶିଶିର କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ । ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଫିସ ଓ ବାସଭବନରେ ଚଢ଼ାଉ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ ଅଭିଯୋଗକାରୀ ଏବଂ ତାଙ୍କ ଭାଇମାନଙ୍କର ଜମି ଭାଗ ପାଇଁ ପଟ୍ଟାର ଏକ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ବେ କୁତ୍ରା ତହସିଲର ଅମିନ ଶିଶିର କୁମାର ନାଏକ ଜମିର ଏକ ସ୍କେଚ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ସେମାନଙ୍କଠାରୁ ୧୦,୦୦୦ ଟଙ୍କା ଦାବି କରିଥିଲେ। ଅଭିଯୋଗକାରୀ ଏହି ରାଶି ଦେବାକୁ ଅକ୍ଷମତା ପ୍ରକାଶ କରିବା ପରେ ସେ ୬୦୦୦ ଟଙ୍କାରେ ରାଜି ହୋଇଥିଲେ। ଯାହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ। ଆଉ ଆଜି ଯୋଜନା ମୁତାବକ ଲାଞ୍ଚ ଟଙ୍କା ନେବାବେଳେ ଅମିନଙ୍କୁ ଧରିଥିଲେ ଭିଜିଲାନ୍ସ ଟିମ୍। ଏଥିସହ ତାଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି। ଅପରପକ୍ଷରେ ତାଙ୍କ ପାଖରେ ଆୟ ବହିର୍ଭୁତ ସମ୍ପତ୍ତି ଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଅଫିସ ଏବଂ ବାସଭବନରେ  ଏକକାଳୀନ ଚଢାଉ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର