ଜମି ବିବାଦକୁ ନେଇ ପଡୋଶୀଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା

The Sakala Picture
Published On

ବଣାଇଁ:  ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତର ହାତୀସଲ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ଜମି ବାଡ଼ି ବିବାଦକୁ ନେଇ ଜଣେ ବ୍ୟକ୍ତି ପୋଡ଼ଶୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚଇତୁ ନାୟକ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଲକ ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ଚଇତୁ ଓ ଲକଙ୍କ ମଧ୍ୟରେ ଦୀର୍ଘଦିନ […]

ବଣାଇଁ:  ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତର ହାତୀସଲ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ଜମି ବାଡ଼ି ବିବାଦକୁ ନେଇ ଜଣେ ବ୍ୟକ୍ତି ପୋଡ଼ଶୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚଇତୁ ନାୟକ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଲକ ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ: ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ନିର୍ମାଣାଧୀନ ପାଣି ଟାଙ୍କି ଉପରୁ ଠେଲି ସାଙ୍ଗକୁ ହତ୍ୟା !

ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ଚଇତୁ ଓ ଲକଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ଜମି ବାଡ଼ିକୁ ନେଇ ଚଇତୁ ଓ ଲକଙ୍କ ମଧ୍ୟ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ଲକ୍ ରାଗି ଯାଇ ଏକ କାଠ ଫାଳିଆ ଆଣି ଚଇତୁଙ୍କୁ ପିଟିପିଟି ହତ୍ୟା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ଲକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଲଜ୍ଜା: କର୍ମା ପୂଜା ଦେଖି ଫେରୁଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର