ସୁନ୍ଦରଗଡ଼ ଜିଲ୍ଲାରେ ‘ମାଣ୍ଡିଆ ଦିବସ’: ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ମେଳା ଅନୁଷ୍ଠିତ

The Sakala Picture
Published On

ସୁନ୍ଦରଗଡ଼: ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ମାର୍ଗଶୀର ମାସର ପ୍ରଥମ ଗୁରୁବାରକୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ମେଳା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଯେଉଁସବୁ ଜିଲ୍ଲାରେ ମାଣ୍ଡିଆ ଚାଷ କରାଯାଉଛି ସେଥିମଧ୍ୟରେ ସୁନ୍ଦରଗଡ଼ ହେଉଛି ଏକ ପ୍ରମୁଖ ଜିଲ୍ଲା। ତେଣୁ ‘ମାଣ୍ଡିଆ ଦିବସ’ ଅବସରରେ ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ […]

ସୁନ୍ଦରଗଡ଼: ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ମାର୍ଗଶୀର ମାସର ପ୍ରଥମ ଗୁରୁବାରକୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ମେଳା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଯେଉଁସବୁ ଜିଲ୍ଲାରେ ମାଣ୍ଡିଆ ଚାଷ କରାଯାଉଛି ସେଥିମଧ୍ୟରେ ସୁନ୍ଦରଗଡ଼ ହେଉଛି ଏକ ପ୍ରମୁଖ ଜିଲ୍ଲା। ତେଣୁ ‘ମାଣ୍ଡିଆ ଦିବସ’ ଅବସରରେ ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସହିତ ମାଣ୍ଡିଆ ଚାଷ ହେଉଥିବା ୧୨ଟି ବ୍ଳକରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ କରାଯାଇଛି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏବଂ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଉଦଘାଟନ କରିଥିଲେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ମାଣ୍ଡିଆ ଦିବସ ଉପଲକ୍ଷେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସ୍ୱତନ୍ତ୍ର ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା। ଏଠାରେ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଭଳିକି ଭଳି ସୁଆଦିଆ ଖାଦ୍ୟର ପସରା ଖୋଲିଥିଲା। ସେଥିମଧ୍ୟରେ ରହିଥିଲା ମାଣ୍ଡିଆ ଲଡ଼ୁ, କେକ୍, ଆରିସା ପିଠା, ବରା, ଆଳୁଚପ, ସିଙ୍ଗଡ଼ା, ଗୁପଚୁପ, ଖିରି ଭଳି ଖାଦ୍ୟ। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ଏହି ମେଳା ବୁଲିବାକୁ ଆସିଥିବା ସାଧାରଣ ଲୋକେ ଏହିସବୁ ଖାଦ୍ୟର ମଜା ନେଇଥିଲେ। ତା’ଛଡ଼ା ସୁନ୍ଦରଗଡ଼ ଜିଲ୍ଲା କାରାଗାରର ଅନ୍ତେବାସୀମାନଙ୍କୁ ମଧ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ବଣ୍ଟନ କରାଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଭିତରେ ମାଣ୍ଡିଆର ପୁଷ୍ଟିକର ଗୁଣ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଏକ ସ୍ଲୋଗାନ ପ୍ରତିଯୋଗିତା କରାଯାଇଥିଲା। ‘ମାଣ୍ଡିଆ ଦିବସ’ ଅବସରରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏହି କାର୍ଯ୍ୟକ୍ରମରେ ଭାଗନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ସର୍ଜନାତ୍ମକ ସ୍ଲୋଗାନ ଲେଖି ପଢ଼ିଥିଲେ।

ଏହି ପ୍ରତିଯୋଗିତାରେ ଲହୁଣୀପଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସାରଦା ସାହୁ ପ୍ରଥମ ହୋଇଥିଲେ। ସେହିପରି କୁଆରମୁଣ୍ଡା ବ୍ଳକ କୁମଝରିଆ ହାଇସ୍କୁଲର ଛାତ୍ରୀ ଅମ୍ରିତା ପତି ଦ୍ୱିତୀୟ ଏବଂ କୁତ୍ରା ବ୍ଲକ ତରକେରା ହାଇସ୍କୁଲର ଛାତ୍ରୀ ପ୍ରିୟଙ୍କା ମେହେର ତୃତୀୟ ସ୍ଥାନ କରିଥିଲେ। ଏହି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଜିଲ୍ଲାସ୍ତରୀୟ ‘ମାଣ୍ଡିଆ ଦିବସ’ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବୀରେନ୍ଦ୍ର କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଡିଏମଏଫ ସିଇଓ ରିତା ଡାଙ୍ଗ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜିକା ନିଖିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ବ୍ଲକସ୍ତରରେ ହୋଇଥିବା କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓଙ୍କ ସହିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ବ୍ଲକ ସଂଯୋଜକମାନେ ଉପସ୍ଥିତ ଥିଲେ।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୧୨ଟି ବ୍ଳକରେ ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ବର୍ତ୍ତମାନ ଜିଲ୍ଲାର ନୂଆଗାଁ, ଲାଠିକଟା, କୁଆରମୁଣ୍ଡା, ଲହୁଣୀପଡ଼ା, ଗୁରୁଣ୍ଡିଆ, ବଣାଇଁ, କୁତ୍ରା, ବାଲିଶଙ୍କରା, ରାଜଗାଙ୍ଗପୁର, ଟାଙ୍ଗରପାଲି, ଲେଫ୍ରିପଡ଼ା ଏବଂ ହେମଗିର ବ୍ଲକରେ ଏହି ଚାଷ କରାଯାଉଛି। ସେଥିମଧ୍ୟରୁ ୮ଟି ବ୍ଲକ ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଏହି ଚାଷ ପାଇଁ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ସାର ବିହନ ସହିତ ଆବଶ୍ୟକ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଉଥିବାରୁ ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି।

ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି କାର୍ଯ୍ୟକ୍ରମରେ ଯୋଡ଼ାଯାଇ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଛି। ଏସଏଚଜି ମା’ମାନେ ମିଲେଟ ଶକ୍ତି ଟିଫିନ ସେଣ୍ଟର କରି ଭଲ ଦି’ପଇସା ରୋଜଗାର କରିପାରୁଛନ୍ତି। ଏହି ଟିଫିନ ସେଣ୍ଟର ପରିଚାଳନା ସହିତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଲାଗି ସେମାନଙ୍କୁ ପ୍ରଶାସନ ପକ୍ଷରୁ ତାଲିମ ଦିଆଯାଉଛି। ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୧ଟି ଟିଫିନ ସେଣ୍ଟର ରହିଥିବା ବେଳେ ରାଉରକେଲାରେ ଗୋଟିଏ ‘ମିଲେଟ୍ ଶକ୍ତି କାଫେ’ ରହିଛି। ସେହିପରି ନୂଆଗାଁ ଓ କୁତ୍ରା ବ୍ଲକରେ ମିଲେଟ୍ସ ଅନ ହୁଇଲ ମାଧ୍ୟମରେ ପୁଷ୍ଟିଶସ୍ୟ ଖାଦ୍ୟକୁ ଲୋକପ୍ରିୟ କରାଯାଉଛି।

10 Nov 2022 By The Sakala

ସୁନ୍ଦରଗଡ଼ ଜିଲ୍ଲାରେ ‘ମାଣ୍ଡିଆ ଦିବସ’: ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ମେଳା ଅନୁଷ୍ଠିତ

ସୁନ୍ଦରଗଡ଼: ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାର ମାର୍ଗଶୀର ମାସର ପ୍ରଥମ ଗୁରୁବାରକୁ ‘ମାଣ୍ଡିଆ ଦିବସ’ ଭାବେ ପାଳନ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ନେଇ ସ୍ୱତନ୍ତ୍ର ମେଳା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଯେଉଁସବୁ ଜିଲ୍ଲାରେ ମାଣ୍ଡିଆ ଚାଷ କରାଯାଉଛି ସେଥିମଧ୍ୟରେ ସୁନ୍ଦରଗଡ଼ ହେଉଛି ଏକ ପ୍ରମୁଖ ଜିଲ୍ଲା। ତେଣୁ ‘ମାଣ୍ଡିଆ ଦିବସ’ ଅବସରରେ ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସହିତ ମାଣ୍ଡିଆ ଚାଷ ହେଉଥିବା ୧୨ଟି ବ୍ଳକରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ କରାଯାଇଛି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏବଂ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ ଉଦଘାଟନ କରିଥିଲେ।

ମାଣ୍ଡିଆ ଦିବସ ଉପଲକ୍ଷେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସ୍ୱତନ୍ତ୍ର ଖାଦ୍ୟ ମେଳା ଆୟୋଜନ କରାଯାଇଥିଲା। ଏଠାରେ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଭଳିକି ଭଳି ସୁଆଦିଆ ଖାଦ୍ୟର ପସରା ଖୋଲିଥିଲା। ସେଥିମଧ୍ୟରେ ରହିଥିଲା ମାଣ୍ଡିଆ ଲଡ଼ୁ, କେକ୍, ଆରିସା ପିଠା, ବରା, ଆଳୁଚପ, ସିଙ୍ଗଡ଼ା, ଗୁପଚୁପ, ଖିରି ଭଳି ଖାଦ୍ୟ। ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏହି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥିଲେ।

ଏହି ମେଳା ବୁଲିବାକୁ ଆସିଥିବା ସାଧାରଣ ଲୋକେ ଏହିସବୁ ଖାଦ୍ୟର ମଜା ନେଇଥିଲେ। ତା’ଛଡ଼ା ସୁନ୍ଦରଗଡ଼ ଜିଲ୍ଲା କାରାଗାରର ଅନ୍ତେବାସୀମାନଙ୍କୁ ମଧ୍ୟ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ବଣ୍ଟନ କରାଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଭିତରେ ମାଣ୍ଡିଆର ପୁଷ୍ଟିକର ଗୁଣ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଏକ ସ୍ଲୋଗାନ ପ୍ରତିଯୋଗିତା କରାଯାଇଥିଲା। ‘ମାଣ୍ଡିଆ ଦିବସ’ ଅବସରରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏହି କାର୍ଯ୍ୟକ୍ରମରେ ଭାଗନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ସର୍ଜନାତ୍ମକ ସ୍ଲୋଗାନ ଲେଖି ପଢ଼ିଥିଲେ।

ଏହି ପ୍ରତିଯୋଗିତାରେ ଲହୁଣୀପଡ଼ାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସାରଦା ସାହୁ ପ୍ରଥମ ହୋଇଥିଲେ। ସେହିପରି କୁଆରମୁଣ୍ଡା ବ୍ଳକ କୁମଝରିଆ ହାଇସ୍କୁଲର ଛାତ୍ରୀ ଅମ୍ରିତା ପତି ଦ୍ୱିତୀୟ ଏବଂ କୁତ୍ରା ବ୍ଲକ ତରକେରା ହାଇସ୍କୁଲର ଛାତ୍ରୀ ପ୍ରିୟଙ୍କା ମେହେର ତୃତୀୟ ସ୍ଥାନ କରିଥିଲେ। ଏହି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଜିଲ୍ଲାସ୍ତରୀୟ ‘ମାଣ୍ଡିଆ ଦିବସ’ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବୀରେନ୍ଦ୍ର କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର, ଡିଏମଏଫ ସିଇଓ ରିତା ଡାଙ୍ଗ, ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ଜିଲ୍ଲା ସଂଯୋଜିକା ନିଖିତା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ବ୍ଲକସ୍ତରରେ ହୋଇଥିବା କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓଙ୍କ ସହିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନର ବ୍ଲକ ସଂଯୋଜକମାନେ ଉପସ୍ଥିତ ଥିଲେ।

ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୧୨ଟି ବ୍ଳକରେ ମାଣ୍ଡିଆ ଏବଂ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ବର୍ତ୍ତମାନ ଜିଲ୍ଲାର ନୂଆଗାଁ, ଲାଠିକଟା, କୁଆରମୁଣ୍ଡା, ଲହୁଣୀପଡ଼ା, ଗୁରୁଣ୍ଡିଆ, ବଣାଇଁ, କୁତ୍ରା, ବାଲିଶଙ୍କରା, ରାଜଗାଙ୍ଗପୁର, ଟାଙ୍ଗରପାଲି, ଲେଫ୍ରିପଡ଼ା ଏବଂ ହେମଗିର ବ୍ଲକରେ ଏହି ଚାଷ କରାଯାଉଛି। ସେଥିମଧ୍ୟରୁ ୮ଟି ବ୍ଲକ ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଛି। ଏହି ଚାଷ ପାଇଁ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ସାର ବିହନ ସହିତ ଆବଶ୍ୟକ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଉଥିବାରୁ ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି।

ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି କାର୍ଯ୍ୟକ୍ରମରେ ଯୋଡ଼ାଯାଇ ସେମାନଙ୍କ ଜୀବିକା ସୁନିଶ୍ଚିତ କରାଯାଉଛି। ଏସଏଚଜି ମା’ମାନେ ମିଲେଟ ଶକ୍ତି ଟିଫିନ ସେଣ୍ଟର କରି ଭଲ ଦି’ପଇସା ରୋଜଗାର କରିପାରୁଛନ୍ତି। ଏହି ଟିଫିନ ସେଣ୍ଟର ପରିଚାଳନା ସହିତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ଲାଗି ସେମାନଙ୍କୁ ପ୍ରଶାସନ ପକ୍ଷରୁ ତାଲିମ ଦିଆଯାଉଛି। ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୧ଟି ଟିଫିନ ସେଣ୍ଟର ରହିଥିବା ବେଳେ ରାଉରକେଲାରେ ଗୋଟିଏ ‘ମିଲେଟ୍ ଶକ୍ତି କାଫେ’ ରହିଛି। ସେହିପରି ନୂଆଗାଁ ଓ କୁତ୍ରା ବ୍ଲକରେ ମିଲେଟ୍ସ ଅନ ହୁଇଲ ମାଧ୍ୟମରେ ପୁଷ୍ଟିଶସ୍ୟ ଖାଦ୍ୟକୁ ଲୋକପ୍ରିୟ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର