ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀ ମୃତ, ସ୍ୱାମୀ ଅଟକ
ରାଉରକେଲା: ପାରିବାରିକ କଳହ କରୁଣ ପରିଣତି । ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ପତ୍ନୀର ଜୀବନ। ଦକ୍ଷିଣ ରାଉରକେଲାର ଦେଓଗାଁ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ମଞ୍ଜୁ ସାଣ୍ଡିଲ(୩୨)। ସେ ଗତ ଦେଢ଼ବର୍ଷ ତଳେ ବିବାହ କରିଥିଲେ। ରଘୁନାଥପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି। ହତ୍ୟାକାରୀ ସ୍ୱାମୀ ଡିଭୁ ସାଣ୍ଡିଲଙ୍କୁ ଅଟକ ରଖିଛି ପୁଲିସ । ସୂଚନା ଅନୁସାରେ, ରବିବାର […]
ରାଉରକେଲା: ପାରିବାରିକ କଳହ କରୁଣ ପରିଣତି । ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ପତ୍ନୀର ଜୀବନ। ଦକ୍ଷିଣ ରାଉରକେଲାର ଦେଓଗାଁ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ମଞ୍ଜୁ ସାଣ୍ଡିଲ(୩୨)। ସେ ଗତ ଦେଢ଼ବର୍ଷ ତଳେ ବିବାହ କରିଥିଲେ। ରଘୁନାଥପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି। ହତ୍ୟାକାରୀ ସ୍ୱାମୀ ଡିଭୁ ସାଣ୍ଡିଲଙ୍କୁ ଅଟକ ରଖିଛି ପୁଲିସ ।
ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ସ୍ୱାମୀ ଡିଭୁ ଘରୁ ଟାଙ୍ଗିଆ ଆଣି ପତ୍ନୀଙ୍କୁ ନୃଶଂସ ଭାବେ ହାଣି ପକାଇଥିଲେ। ଫଳରେ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଛି। ସୋମବାର ସକାଳେ ଘଟଣା ପ୍ରଘଟ ହେବାରୁ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଅଭିଯୁକ୍ତ ସ୍ଵାମୀକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।