ସ୍ବାସ୍ଥ୍ୟ କାର୍ଡ ନାଁରେ ଠକେଇ: ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଠକେଇ ଅଭିଯୋଗରେ ଜଣେ ଯୁବକ ଗିରଫ

The Sakala Picture
Published On

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ଲହୁଣୀପଡ଼ା, ଟିକାୟତପାଲି ଓ ବଣାଇଁ ଥାନାର ୮ଟି ପଞ୍ଚାୟତର ପ୍ରାୟ ୮ହଜାର ଲୋକଙ୍କ ଠାରୁ ସ୍ବାସ୍ଥ୍ୟ କାର୍ଡ କରାଇ ଦେବା ନାଁରେ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଠକେଇ ଅଭିଯୋଗରେ ବଣାଇଁ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଏହି କେଳେଙ୍କାରୀରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଖୋଜା ଚଳାଇଛି। ଏଥିପାଇଁ ଆଜି ବଣାଇଁ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ ଦେବତା ଏବଂ […]

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡର ଲହୁଣୀପଡ଼ା, ଟିକାୟତପାଲି ଓ ବଣାଇଁ ଥାନାର ୮ଟି ପଞ୍ଚାୟତର ପ୍ରାୟ ୮ହଜାର ଲୋକଙ୍କ ଠାରୁ ସ୍ବାସ୍ଥ୍ୟ କାର୍ଡ କରାଇ ଦେବା ନାଁରେ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଠକେଇ ଅଭିଯୋଗରେ ବଣାଇଁ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଏହି କେଳେଙ୍କାରୀରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଖୋଜା ଚଳାଇଛି। ଏଥିପାଇଁ ଆଜି ବଣାଇଁ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ ଦେବତା ଏବଂ ବଣାଇଁ ଥାନା ଅଧିକାରୀ ରଞ୍ଜନ କୁମାର ନାୟକ ଏ ଉପରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମା' ଗୁରୁତର

ରାଉରକେଲା ଅଞ୍ଚଳର ଜଣେ ଯୁବକ ବଣାଇଁ ଅଞ୍ଚଳରେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ବିଭିନ୍ନ ଗ୍ରାମର ଘରକୁ ଘର ବୁଲି ଲୋକମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କାର୍ଡ କରାଇବା ପାଇଁ ପ୍ରବର୍ତ୍ତାଇଥିଲେ। ଏଥିପାଇଁ ପରିବାର ପ୍ରତି ଗୋଟିଏ ସ୍ବାସ୍ଥ୍ୟ କାର୍ଡ କରାଇବା ସହିତ ସେମାନଙ୍କ ଠାରୁ ଜଣ ପିଛା ୪୦ ରୁ ୫୦ ଟଙ୍କା ଆଦାୟ କରୁଥିଲେ। ଏ ନେଇ ସେମାନଙ୍କୁ ଛପା ମନି ରସିଦ, ସ୍ବାସ୍ଥ୍ୟ ପରୀକ୍ଷା କାର୍ଡ ଆଦି ଦେବା ସହିତ ଏହି କାର୍ଯ୍ଯ ପାଇଁ ବିଭିନ୍ନ ପ୍ରକାରର ଷ୍ଟାମ୍ପ ରସିଦ ଫର୍ମ ଆଦି ବ୍ୟବହାର କରି ଆସୁଥିଲେ। ଏଥିପାଇଁ ଯେଉଁ ମାନେ ସ୍ବାସ୍ଥ୍ୟ କାର୍ଡ କରିଛନ୍ତି ସେମାନଙ୍କ ପାଇଁ ପ୍ରତେକ ୩ ମାସରେ ସ୍ବାସ୍ଥ୍ୟ ଶିବିର କରାଯାଇ ସେମାନଙ୍କର ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏମାନଙ୍କ କାର୍ଯ୍ଯ କଳାପରେ ସନ୍ଦେହ ହେବାରୁ ଗୋବିନ୍ଦପୁର ଗ୍ରାମବାସୀ ଏବିଷୟରେ ବଣାଇଁ ଥାନାରେ ଅଭିଯୋଗ କରିଥିଲେ।

ବଣାଇଁ ପୁଲିସ ଏହାର ତଦନ୍ତ କରି ପ୍ରଥମେ ଏହି ଠକେଇ ୮ ହଜାର ଲୋକଙ୍କ ଠାରୁ କରାଯାଇ ଥିବା ଜାଣିବା ପରେ ରାଉରକେଲାର ଜଣେ ଯୁବକକୁ ଗିରଫ କରି ତା ଠାରୁ ବିଭିନ୍ନ କାଗଜପତ୍ର ସହ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲେ। ଏହି ଠକେଇ ଘଟଣାରେ ତିନିରୁ ଚାରି ଜଣ ସମ୍ପୃକ୍ତ ଥିବାରୁ ପୋଲିସ ଗିରଫ କରିଥିବା ବ୍ୟକ୍ତିଙ୍କର ନାମ ଗୋପନ ରଖିଛନ୍ତି। ତାକୁ ଗରିଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବଣାଇଁ ଉପଖଣ୍ଡ ପୋଲିସ୍ ଅଧିକାରୀ ସ୍ଵରାଜ ଦେବତା ସୂଚନା ଦେଇଛନ୍ତି।

31 Oct 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର