ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ

The Sakala Picture
Published On

ସୁନ୍ଦରଗଡ଼: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢ଼ି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି ତାଲିମ ବ୍ୟବସ୍ଥା କରାଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଗତ ଦୁଇ ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୫୦ ଜଣ ପ୍ରାର୍ଥୀ ଏହି ସୁଯୋଗ ପାଇଛନ୍ତି। ରାଜ୍ୟ ସରକାରଙ୍କ ଅଧୀନରେ […]

ସୁନ୍ଦରଗଡ଼: ଆଜିର ଦିନରେ ନିଯୁକ୍ତି କ୍ଷେତ୍ରରେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ଓ ତାଲିମ ଯୁବପିଢ଼ି ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ତେଣୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ମାଗଣାରେ ଏହି ତାଲିମ ବ୍ୟବସ୍ଥା କରାଯାଉଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଗତ ଦୁଇ ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୫୦ ଜଣ ପ୍ରାର୍ଥୀ ଏହି ସୁଯୋଗ ପାଇଛନ୍ତି।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ। ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନଙ୍କୁ ସେଠାରେ ପଢ଼ିବାର ସୁଯୋଗ ଦିଆଯାଉଛି। ପ୍ରଶାସନର ଏହି ବିଶେଷ ପ୍ରୋତ୍ସାହନ ଫଳରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ବିଷୟରେ ଡିଗ୍ରୀ, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମରେ ମାଗଣାରେ ନାମ ଲେଖାଇପାରୁଛନ୍ତି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

୨୦୨୨-୨୩ ଶିକ୍ଷାବର୍ଷ ଲାଗି ବଲାଙ୍ଗୀରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀମାନେ ଏଠାରେ ମାଗଣାରେ ନାମ ଲେଖାଇ ପାରିବେ ବୋଲି ଏହାର ଅଧ୍ୟକ୍ଷ ସୁରେଶ କୁମାର ଏକନାଥ କହିଛନ୍ତି। ଆଗ୍ରହୀ ଛାତ୍ରଛାତ୍ରୀମାନେ ନିଜର ଶିକ୍ଷାଗତ ପ୍ରମାଣପତ୍ର ସହିତ ବାସସ୍ଥାନ ପ୍ରମାଣପତ୍ର ସାଙ୍ଗରେ ନେଇ ସିଧାସଳଖ ବଲାଙ୍ଗୀରସ୍ଥିତ ଏହି ଶିକ୍ଷାନୁଷ୍ଠାନରେ ପହଞ୍ଚି ନାମ ଲେଖାଇ ପାରିବେ। ନାମ ଲେଖାଇବାର ଶେଷ ତାରିଖ ଜୁଲାଇ ୩୧ ରହିଛି ବୋଲି ଶ୍ରୀ ଏକନାଥ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏହି ତାଲିମ ପାଠ୍ୟକ୍ରମର ସମ୍ପୂର୍ଣ୍ଣ ଅବଧି ଲାଗି ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ କୋର୍ସ ଫି, ହଷ୍ଟେଲ ଏବଂ ଖାଇବା ପିଇବା ବାବଦ ସମସ୍ତ ଖର୍ଚ୍ଚ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ବହନ କରାଯାଉଛି। ଏହା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ଗରିବ, ସାଧାରଣ ଏବଂ ଅଦିବାସୀ ଓ ଏସସି, ଏସଟି ବର୍ଗର ଛାତ୍ରଛାତ୍ରୀମାନେ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷା ନେଇ ନିଜର ଭବିଷ୍ୟତର ସ୍ୱପ୍ନ ପୂରଣ କରିବା ଦିଗରେ ଏକ ନୂଆ ରାସ୍ତା ଖୋଲିପାରିଛି। ତେଣୁ ଜିଲ୍ଲାର ଆଗ୍ରହୀ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଅନୁରୋଧ କରିଛନ୍ତି।

ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଲାଗି ସଂପୃକ୍ତ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ ଏକ ଏମଓୟୁ ସ୍ୱାକ୍ଷର କରିଛି। ୨୦୨୦-୨୧ ଶିକ୍ଷା ବର୍ଷରେ ଜିଲ୍ଲାର ୧୦ ଜଣ ପ୍ରାର୍ଥୀ ଏହି କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ ନାମ ଲେଖାଇଥିବା ବେଳେ ୨୦୨୧-୨୨ରେ ୪୦ ଜଣ ପ୍ରାର୍ଥୀ ନାମ ଲେଖାଇବାର ସୁଯୋଗ ପାଇଛନ୍ତି।

ଏହି କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ୍ – କୋଇଡ଼ା, ଲହୁଣୀପଡ଼ା, ହେମଗିର, କୁତ୍ରା, କୁଆରମୁଣ୍ଡା ଏବଂ ରାଜଗାଙ୍ଗପୁର ବ୍ଲକର ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ତା’ଛଡ଼ା ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିପାଇଁ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ଦଶମ ଓ +୨ ପାସ୍ କରିଥିବା ପ୍ରାର୍ଥୀମାନେ ଯୋଗ୍ୟତା ଭିତ୍ତିରେ ଏହି ଅଗ୍ରଣୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ଡିଗ୍ରି, ଡିପ୍ଲୋମା ଏବଂ ବିଭିନ୍ନ ସାର୍ଟିଫିକେଟ୍ କୋର୍ସ ଲାଗି ଆବେଦନ କରିପାରିବେ।

ଏହି ସରକାରୀ ହୋଟେଲ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନରେ ହସ୍ପିଟାଲିଟି ଆଣ୍ଡ ହୋଟେଲ ଆଡମିନିଷ୍ଟ୍ରେସନ ବିଷୟରେ ତିନି ବର୍ଷିଆ ଡିଗ୍ରୀ, ଫୁଡ୍ ପ୍ରଡକ୍ସନ, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସ, ହାଉସ୍ କିପିଂ, ଫ୍ରଣ୍ଟ ଅଫିସ ଅପରେସନ, ବେକେରି ଏବଂ କନଫେକ୍ସନେରିରେ ଦେଢ଼ ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ ରହିଛି। ସେହିପରି ଫୁଡ୍ ପ୍ରଡକ୍ସନ ଓ ପାଟିସେରି, ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସରେ ୬ ମାସିଆ ସାର୍ଟିଫିକେଟ କୋର୍ସ ଦିଆଯାଉଛି।

ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରାକ୍ଟିକାଲ ତାଲିମ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଆବଶ୍ୟକ ବିଭିନ୍ନ ଅତ୍ୟାଧୁନିକ ଉପକରଣ ରହିଛି। ସେହିପରି ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି।

12 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର