ଜେଲ ଭିତରେ ଏଲଇଡି ବଲବ ତିଆରି କରି ଅନ୍ୟ ବନ୍ଦୀମାନଙ୍କ ପାଇଁ ପ୍ରେରଣାଦାୟକ ପାଲଟିଛନ୍ତି ସଶ୍ରମ କାରାଦଣ୍ଡ ଭୋଗୁଥିବା ଚତୁରା ନାୟକ

The Sakala Picture
Published On

ରାଉରକେଲା(ଦେବବ୍ରତ ପଟ୍ଟନାୟକ): କେହି କେବେ ଜନ୍ମରୁ ଅପରାଧୀ ହୋଇ ନ ଥାନ୍ତି। ପରିବେଶ ଓ ପରିସ୍ଥିତି ମଣିଷକୁ ଅନେକ ସମୟରେ ସଜେଇ ଦିଏ ଅପରାଧୀ। ଆଉ ସେହି ଅପରାଧ ପାଇଁ ତାଙ୍କୁ ଜେଲର ଚାରି କାନ୍ଥରେ ଦିନ କାଟିବାକୁ ପଡ଼େ । କାରଗାରର ଅନ୍ଧାରୀ କୋଠରି ମଧ୍ୟରେ ଅନେକଙ୍କ ଲୁକ୍କାୟିତ ପ୍ରତିଭା ଓ ସୃଜନଶୀଳତା ଲୋକଲୋଚନକୁ ଆସିଥାଏ । ଆଉ ସେହିଠାରେ ସୃଷ୍ଟି କରି ଚାଲନ୍ତି ନୂଆ ନୂଆ ସର୍ଜନା। ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଦୋଷୀ […]

ରାଉରକେଲା(ଦେବବ୍ରତ ପଟ୍ଟନାୟକ): କେହି କେବେ ଜନ୍ମରୁ ଅପରାଧୀ ହୋଇ ନ ଥାନ୍ତି। ପରିବେଶ ଓ ପରିସ୍ଥିତି ମଣିଷକୁ ଅନେକ ସମୟରେ ସଜେଇ ଦିଏ ଅପରାଧୀ। ଆଉ ସେହି ଅପରାଧ ପାଇଁ ତାଙ୍କୁ ଜେଲର ଚାରି କାନ୍ଥରେ ଦିନ କାଟିବାକୁ ପଡ଼େ । କାରଗାରର ଅନ୍ଧାରୀ କୋଠରି ମଧ୍ୟରେ ଅନେକଙ୍କ ଲୁକ୍କାୟିତ ପ୍ରତିଭା ଓ ସୃଜନଶୀଳତା ଲୋକଲୋଚନକୁ ଆସିଥାଏ । ଆଉ ସେହିଠାରେ ସୃଷ୍ଟି କରି ଚାଲନ୍ତି ନୂଆ ନୂଆ ସର୍ଜନା।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ରାଉରକେଲା ସ୍ୱତନ୍ତ୍ର କାରାଗାରରେ ସଶ୍ରମ କାରାଦଣ୍ଡ ଭୋଗୁଥିବା ଜଣେ ବନ୍ଦୀଙ୍କ ଦ୍ୱାରା ଅଭିନବ କଳାକୃତି ନିଶ୍ଚିତ ଭାବେ ପ୍ରଶଂସନୀୟ। ଯାହାକି ରାଉରକେଲା ସ୍ୱତନ୍ତ୍ର ଜେଲ ଭିତରେ ଜେଲ ସଂସ୍କାର କାର୍ଯ୍ୟକ୍ରମର ପରିସରଭୁକ୍ତ। ଆଜୀବନ କାରାଦଣ୍ଡ ଭୋଗୁଥିବା ୪୫ ବର୍ଷୀୟ ଚତୁରା ନାୟକ ଏଲଇଡି ବଲବ ତିଆରି କରି ଜେଲ କର୍ମଚାରୀଙ୍କ ଦ୍ୱାରା ପ୍ରଶଂସିତ ହେବା ସହ ଜେଲରେ ଥିବା ଅନ୍ୟ ବନ୍ଦୀମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ପାଲଟିଛନ୍ତି। ରାଉରକେଲା ସେକ୍ଟର – ୫ ଆମ୍ୱେଦକର ବସ୍ତିର ବାସିନ୍ଦା ଚତୁରା ନାୟକ ରାଉରକେଲା ସ୍ୱତନ୍ତ୍ର ଜେଲରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗ କରୁଛନ୍ତି। ଚତୁରା ନାୟକଙ୍କ ଇଲେକ୍ଟ୍ରିକାଲ୍‌‌ ଏବଂ ଇଲେକ୍ଟ୍ରୋନିକ୍ସ କାମରେ ଜ୍ଞାନ ଥିବା ଜଣାପଡ଼ିବା ପରେ ତାଙ୍କୁ ଜେଲ ପକ୍ଷରୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ସମ୍ପ୍ରତି ଏଲଇଡି ବଲବର ବେଶୀ ଚାହିଦା ରହିଥିବାରୁ ଚତୁରା ନାୟକ ଏଲଇଡି ବଲବ ତିଆରି କରିବାକୁ ମନ ବଳାଇଥିଲେ। ଏହାପରେ ଜେଲ୍‌‌ ଅଧୀକ୍ଷକ ଜୀବନ ସିଂ ମୁଣ୍ଡା ଏବଂ ଜେଲର ରତିକାନ୍ତ ଶୁକ୍ଳାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚତୁରାଙ୍କୁ ଏଲଇଡି ବଲବ ଉତ୍ପାଦନ ପାଇଁ ତାଲିମ ଦିଆଯାଇଥିଲା। ଏତଦବ୍ୟତୀତ ତତ୍‌‌ ସମ୍ୱନ୍ଧୀୟ ସମସ୍ତ ଇଲେକ୍ଟ୍ରୋନିକ୍ସ ଉପକରଣ ଯୋଗାଇ ଦିଆଯାଇଥିଲା। ଏହାପରେ ଚତୁରା ବିଭିନ୍ନ ୱାଟର ଏଲଇଡି ବଲବ ତିଆରି କରିଥିଲେ। କ୍ରମେ ସେ ଏଥିରେ ଅଧିକ ଅନୁଭବ ହାସଲ କରି ଏମର୍ଜେନ୍ସି ଲାଇଟ ମଧ୍ୟ ତିଆରି କରୁଛନ୍ତି। ଏ ବିଷୟରେ ଚତୁରା ନାୟକ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସେ ପୂର୍ବରୁ ଛୋଟମୋଟ ଇଲେକ୍ଟ୍ରିକାଲ୍‌‌ କାମ କରୁଥିଲେ। ଜେଲ ପକ୍ଷରୁ ଏ ନେଇ ପ୍ରୋତ୍ସାହନ ମିଳିବା ପରେ ସେ ଦିନକୁ ଅନ୍ୟୁନ ୨୦ଟି ଏଲଇଡି ବଲବ ତିଆରି କରି ପାରୁଛନ୍ତି। ଜେଲରୁ ମୁକୁଳିବା ପରେ ଏହି ପେଶାକୁ ନିଜର ଜୀବିକା ଭାବେ ଗ୍ରହଣ କରି ନିଜର ବାକି ଜୀବନ ବିତାଇ ଦେବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

17 Sep 2023 By The Sakala

ଜେଲ ଭିତରେ ଏଲଇଡି ବଲବ ତିଆରି କରି ଅନ୍ୟ ବନ୍ଦୀମାନଙ୍କ ପାଇଁ ପ୍ରେରଣାଦାୟକ ପାଲଟିଛନ୍ତି ସଶ୍ରମ କାରାଦଣ୍ଡ ଭୋଗୁଥିବା ଚତୁରା ନାୟକ

ରାଉରକେଲା(ଦେବବ୍ରତ ପଟ୍ଟନାୟକ): କେହି କେବେ ଜନ୍ମରୁ ଅପରାଧୀ ହୋଇ ନ ଥାନ୍ତି। ପରିବେଶ ଓ ପରିସ୍ଥିତି ମଣିଷକୁ ଅନେକ ସମୟରେ ସଜେଇ ଦିଏ ଅପରାଧୀ। ଆଉ ସେହି ଅପରାଧ ପାଇଁ ତାଙ୍କୁ ଜେଲର ଚାରି କାନ୍ଥରେ ଦିନ କାଟିବାକୁ ପଡ଼େ । କାରଗାରର ଅନ୍ଧାରୀ କୋଠରି ମଧ୍ୟରେ ଅନେକଙ୍କ ଲୁକ୍କାୟିତ ପ୍ରତିଭା ଓ ସୃଜନଶୀଳତା ଲୋକଲୋଚନକୁ ଆସିଥାଏ । ଆଉ ସେହିଠାରେ ସୃଷ୍ଟି କରି ଚାଲନ୍ତି ନୂଆ ନୂଆ ସର୍ଜନା।

ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ରାଉରକେଲା ସ୍ୱତନ୍ତ୍ର କାରାଗାରରେ ସଶ୍ରମ କାରାଦଣ୍ଡ ଭୋଗୁଥିବା ଜଣେ ବନ୍ଦୀଙ୍କ ଦ୍ୱାରା ଅଭିନବ କଳାକୃତି ନିଶ୍ଚିତ ଭାବେ ପ୍ରଶଂସନୀୟ। ଯାହାକି ରାଉରକେଲା ସ୍ୱତନ୍ତ୍ର ଜେଲ ଭିତରେ ଜେଲ ସଂସ୍କାର କାର୍ଯ୍ୟକ୍ରମର ପରିସରଭୁକ୍ତ। ଆଜୀବନ କାରାଦଣ୍ଡ ଭୋଗୁଥିବା ୪୫ ବର୍ଷୀୟ ଚତୁରା ନାୟକ ଏଲଇଡି ବଲବ ତିଆରି କରି ଜେଲ କର୍ମଚାରୀଙ୍କ ଦ୍ୱାରା ପ୍ରଶଂସିତ ହେବା ସହ ଜେଲରେ ଥିବା ଅନ୍ୟ ବନ୍ଦୀମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ପାଲଟିଛନ୍ତି। ରାଉରକେଲା ସେକ୍ଟର – ୫ ଆମ୍ୱେଦକର ବସ୍ତିର ବାସିନ୍ଦା ଚତୁରା ନାୟକ ରାଉରକେଲା ସ୍ୱତନ୍ତ୍ର ଜେଲରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗ କରୁଛନ୍ତି। ଚତୁରା ନାୟକଙ୍କ ଇଲେକ୍ଟ୍ରିକାଲ୍‌‌ ଏବଂ ଇଲେକ୍ଟ୍ରୋନିକ୍ସ କାମରେ ଜ୍ଞାନ ଥିବା ଜଣାପଡ଼ିବା ପରେ ତାଙ୍କୁ ଜେଲ ପକ୍ଷରୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା।

ସମ୍ପ୍ରତି ଏଲଇଡି ବଲବର ବେଶୀ ଚାହିଦା ରହିଥିବାରୁ ଚତୁରା ନାୟକ ଏଲଇଡି ବଲବ ତିଆରି କରିବାକୁ ମନ ବଳାଇଥିଲେ। ଏହାପରେ ଜେଲ୍‌‌ ଅଧୀକ୍ଷକ ଜୀବନ ସିଂ ମୁଣ୍ଡା ଏବଂ ଜେଲର ରତିକାନ୍ତ ଶୁକ୍ଳାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଚତୁରାଙ୍କୁ ଏଲଇଡି ବଲବ ଉତ୍ପାଦନ ପାଇଁ ତାଲିମ ଦିଆଯାଇଥିଲା। ଏତଦବ୍ୟତୀତ ତତ୍‌‌ ସମ୍ୱନ୍ଧୀୟ ସମସ୍ତ ଇଲେକ୍ଟ୍ରୋନିକ୍ସ ଉପକରଣ ଯୋଗାଇ ଦିଆଯାଇଥିଲା। ଏହାପରେ ଚତୁରା ବିଭିନ୍ନ ୱାଟର ଏଲଇଡି ବଲବ ତିଆରି କରିଥିଲେ। କ୍ରମେ ସେ ଏଥିରେ ଅଧିକ ଅନୁଭବ ହାସଲ କରି ଏମର୍ଜେନ୍ସି ଲାଇଟ ମଧ୍ୟ ତିଆରି କରୁଛନ୍ତି। ଏ ବିଷୟରେ ଚତୁରା ନାୟକ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସେ ପୂର୍ବରୁ ଛୋଟମୋଟ ଇଲେକ୍ଟ୍ରିକାଲ୍‌‌ କାମ କରୁଥିଲେ। ଜେଲ ପକ୍ଷରୁ ଏ ନେଇ ପ୍ରୋତ୍ସାହନ ମିଳିବା ପରେ ସେ ଦିନକୁ ଅନ୍ୟୁନ ୨୦ଟି ଏଲଇଡି ବଲବ ତିଆରି କରି ପାରୁଛନ୍ତି। ଜେଲରୁ ମୁକୁଳିବା ପରେ ଏହି ପେଶାକୁ ନିଜର ଜୀବିକା ଭାବେ ଗ୍ରହଣ କରି ନିଜର ବାକି ଜୀବନ ବିତାଇ ଦେବେ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର