ସୁନ୍ଦରଗଡ଼ରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ 5T ଅଧ୍ୟକ୍ଷ

The Sakala Picture
Published On

ଭୁବନେଶ୍ବର: ଦିନିକିଆ ସୁନ୍ଦରଗଡ଼ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭବାନୀପୁର ସ୍ପୋର୍ଟସ କପ୍ଲେକ୍ସରେ ନୂଆ-ଓ ଫେଷ୍ଟରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳ ହେବାର ବାର୍ତ୍ତା ଦେଇଛନ୍ତି। ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ୫ଟି ଅଧ୍ୟକ୍ଷ । ପାଠପଢା ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିକାଶ ହେବ। ଆଉ ଏହି ବ୍ୟକ୍ତିତ୍ୱ ବୃଦ୍ଧି କରିବାକୁ ଏହି ନୂଆ ଓ କାର୍ଯ୍ୟକ୍ରମ ବୋଲି […]

ଭୁବନେଶ୍ବର: ଦିନିକିଆ ସୁନ୍ଦରଗଡ଼ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭବାନୀପୁର ସ୍ପୋର୍ଟସ କପ୍ଲେକ୍ସରେ ନୂଆ-ଓ ଫେଷ୍ଟରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳ ହେବାର ବାର୍ତ୍ତା ଦେଇଛନ୍ତି। ପାଠପଢା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ୫ଟି ଅଧ୍ୟକ୍ଷ । ପାଠପଢା ସହ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇପାରିଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିକାଶ ହେବ। ଆଉ ଏହି ବ୍ୟକ୍ତିତ୍ୱ ବୃଦ୍ଧି କରିବାକୁ ଏହି ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ। ଛାତ୍ରଛାତ୍ରୀ ସଫଳତା ହାସଲ କରିବାକୁ ଫିଟ୍‌ ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିଲାଗି ପ୍ରତିଦିନ ୩୦ ମିନିଟ ଶାରିରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ। ଶାରିରୀକ ବ୍ୟାୟାମ ସହ ମାନସିକ ଶାନ୍ତି ପାଇଁ ଦୈନିକ ୧୫ ମିନିଟ ଧ୍ୟାନ କରିବାକୁ ମଧ୍ୟ କହିଛନ୍ତି।

ଆହୁରି ପଢ଼ନ୍ତୁ: 'ହିଂସାକାଣ୍ଡ ଯୋଗୁଁ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଅଟୋ ଚାଳକ ଭରଣା କରିବେ, ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ'

ସଫଳତାର ମୂଳ ମନ୍ତ୍ର କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ । ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ । ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପିଲାମାନଙ୍କୁ ୬ଟି ପ୍ରଶ୍ନ କରିଥିଲେ ପାଣ୍ଡିଆନ। ସେନାଅଧିକାରୀ ରମେଶଚନ୍ଦ୍ର ପାଢି, ଭାରତୀୟ ମହିଳା ହକି ତାରକା ଶୁଭଦ୍ରା ପ୍ରଧାନ ଏବଂ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଉଦାହରଣ ଦେଇ କହିଥିଲେ ସେମାନେ କିଭଳି ସରକାରୀ ସ୍କୁଲରେ ପାଠ ପଢି ସଫଳତା ପାଇ ପାରିଛନ୍ତି। ଏହାସହ ବାପା,ମାଆ ଏବଂ ଗୁରୁଜନଙ୍କୁ ସବୁବେଳେ ସମ୍ମାନ ଜଣାଇବା ସହ ସେମାନଙ୍କ କଥା ମାନିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ୫-ଟି ଅଧ୍ୟକ୍ଷ।

ଆହୁରି ପଢ଼ନ୍ତୁ: ପୁରୀରେ ଆରମ୍ଭ ହେଲା ରଥଭଙ୍ଗା ନୀତି: ସର୍ବଶେଷରେ ଭଙ୍ଗାଯିବ ମହାପ୍ରଭୁଙ୍କ ନନ୍ଦିଘୋଷ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର