ବାସି ଖାଦ୍ୟ ଖାଇ ସୟେମ୍ବା ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ

The Sakala Picture
Published On

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ସୋୟମ୍ବା ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ବାସି ପଖାଳ ଖାଇ ୩୨ ଛାତ୍ରୀ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥ ଛାତ୍ରୀମାନଙ୍କୁ କେବଲାଙ୍ଗ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଚିକିସ୍ଚିତ ହେଉଥିବା ସୂଚନା ମିଳିଛି । ଚିକିସ୍ଚିତ ହେଉଥିବା ଛାତ୍ରୀଙ୍କ କହିବା ଅନୁସାରେ, ଗତକାଲି ପଖାଳ ଭାତ ଆଳୁ ଭଜା ଖାଇବା ପରେ ତାଙ୍କ ପେଟ ବଥା ଆରମ୍ଭ ହୋଇଥିଲା, ଏହାପରେ ଝାଡା ସହ ବାନ୍ତି […]

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ସୋୟମ୍ବା ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସରେ ବାସି ପଖାଳ ଖାଇ ୩୨ ଛାତ୍ରୀ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥ ଛାତ୍ରୀମାନଙ୍କୁ କେବଲାଙ୍ଗ ସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଚିକିସ୍ଚିତ ହେଉଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଚିକିସ୍ଚିତ ହେଉଥିବା ଛାତ୍ରୀଙ୍କ କହିବା ଅନୁସାରେ, ଗତକାଲି ପଖାଳ ଭାତ ଆଳୁ ଭଜା ଖାଇବା ପରେ ତାଙ୍କ ପେଟ ବଥା ଆରମ୍ଭ ହୋଇଥିଲା, ଏହାପରେ ଝାଡା ସହ ବାନ୍ତି ହୋଇଥିଲା । ଯାହାକୁ ଦେଖି ବିଦ୍ୟାଳୟ କର୍ତୂପକ୍ଷ ଗତକାଲି ରାତିରେ ଆମ୍ବୁଲାନ୍ସ ଯୋଗେ କେବଲାଙ୍ଗ ଉପସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରଥମେ ୨୨ ଜଣ ଛାତ୍ରୀଙ୍କୁ ଏବଂ ପରେ ଆଉ ୩ ଜଣଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆଜି ସକାଳୁ ପୁଣି ୭ ଜଣ ଛାତ୍ରୀଙ୍କୁ ଆଣି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ଅନ୍ୟ ପକ୍ଷରେ ସ୍ବୟମ୍ବା ବାଳିକା ଉଚ୍ଚ ବିଦ୍ୟାଳୟର ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ପୁରୁଣା ଛାତ୍ରୀନିବାସରେ ଛାତ୍ରୀ ମାନେ ଅଳ୍ପ ଜାଗାରେ ବହୁ ସଂଖ୍ୟା ରହୁଥିବା ଜଣାପଡିଛି । ଛାତ ଉଚ୍ଚତା କମ ଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଥିବା କଥା ଛାତ୍ରୀ ମାନେ ପ୍ରକାଶ କରିଛନ୍ତି। ରୁମ ଗୁଡିକରେ ବହୁ ଫ୍ୟାନ ଖରାପ ହୋଇ ଚାଲୁ ନଥିବା ଛାତ୍ରୀ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର