ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ତାଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ସଫଳତାର ସହ ରୂପାୟନ କରିବା ପାଇଁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ […]

ଭୁବନେଶ୍ବର: ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ତାଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ସଫଳତାର ସହ ରୂପାୟନ କରିବା ପାଇଁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଦାୟିତ୍ବ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ମିଶନ ଶକ୍ତି ତାଙ୍କ ମାର୍ଗଦର୍ଶନରେ ଏବେ ଏକ ବଡ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ସହ ଯୋଡି ହୋଇଛନ୍ତି । ଗତ ବର୍ଷ ମହିଳା ଏସଏଚଜିମାନଙ୍କୁ ରେକର୍ଡ ୧୧ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଚଳିତ ବର୍ଷ ୧୫ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ଏବେ ରାଜ୍ୟରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେଉଛନ୍ତି ସରକାର । ଜିଲ୍ଲା କଳା ସଂସ୍କୃତି ସଂଗଠନ ଓ ବ୍ଲକ କଳା ସଂସ୍କୃତି ସଂଘକୁ ଗୁରୁତ୍ବ ଦିଆଯାଉଛି । ସରକାର ଏବେ କଳା ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେବା ସହ ଅଧିକ ପାଣ୍ଠି ଯୋଗାଇଦେଉଛନ୍ତି । ଏଭିତରେ ଓଡିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ପ୍ରବାସୀ ଓଡିଆଙ୍କ ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରାଯାଇଛି । ଏହି ନିର୍ଦ୍ଦେଶାଳୟ ପ୍ରବାସୀ ଓଡିଆଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଛି । ଏଭଳି ଏକ ପୃଷ୍ଠଭୂମୀରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ବ ରାଜ୍ୟରେ କଳା ଓ ସଂସ୍କୃତିର ବିକାଶକୁ ସରକାର ଗୁରୁତ୍ବ ଦେଉଥିବା ସୂଚାଉଛି । ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଏହି ବିଭାଗର ଦାୟିତ୍ବ ମିଳିବା ପରେ ରାଜ୍ୟର ଭାଷା ସାହିତ୍ୟ ଓ ସଂସ୍କୃତିରେ ଏକ ବଡ ରୂପାନ୍ତରଣ ଆସିବ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

22 Nov 2023 By The Sakala

ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ । ତାଙ୍କୁ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ସଫଳତାର ସହ ରୂପାୟନ କରିବା ପାଇଁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ବିଭାଗର ଦାୟିତ୍ବ ଦେଇଥିଲେ ।

ମିଶନ ଶକ୍ତି ତାଙ୍କ ମାର୍ଗଦର୍ଶନରେ ଏବେ ଏକ ବଡ ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ସହ ଯୋଡି ହୋଇଛନ୍ତି । ଗତ ବର୍ଷ ମହିଳା ଏସଏଚଜିମାନଙ୍କୁ ରେକର୍ଡ ୧୧ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଚଳିତ ବର୍ଷ ୧୫ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏବେ ରାଜ୍ୟରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେଉଛନ୍ତି ସରକାର । ଜିଲ୍ଲା କଳା ସଂସ୍କୃତି ସଂଗଠନ ଓ ବ୍ଲକ କଳା ସଂସ୍କୃତି ସଂଘକୁ ଗୁରୁତ୍ବ ଦିଆଯାଉଛି । ସରକାର ଏବେ କଳା ଓ ସଂସ୍କୃତିର ବିକାଶକୁ ଗୁରୁତ୍ବ ଦେବା ସହ ଅଧିକ ପାଣ୍ଠି ଯୋଗାଇଦେଉଛନ୍ତି । ଏଭିତରେ ଓଡିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ପ୍ରବାସୀ ଓଡିଆଙ୍କ ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରାଯାଇଛି । ଏହି ନିର୍ଦ୍ଦେଶାଳୟ ପ୍ରବାସୀ ଓଡିଆଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରୁଛି । ଏଭଳି ଏକ ପୃଷ୍ଠଭୂମୀରେ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ନୂଆ ଦାୟିତ୍ବ ରାଜ୍ୟରେ କଳା ଓ ସଂସ୍କୃତିର ବିକାଶକୁ ସରକାର ଗୁରୁତ୍ବ ଦେଉଥିବା ସୂଚାଉଛି । ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଏହି ବିଭାଗର ଦାୟିତ୍ବ ମିଳିବା ପରେ ରାଜ୍ୟର ଭାଷା ସାହିତ୍ୟ ଓ ସଂସ୍କୃତିରେ ଏକ ବଡ ରୂପାନ୍ତରଣ ଆସିବ ବୋଲି ଆଶା କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର