ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିବିଧ ପ୍ରସଙ୍ଗ ଉଠାଇ ହକ୍‌ ମାଗିଲେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ

Madhusudan Das Picture
Published On

ପୁରୀ: ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିବିଧ ପ୍ରସଙ୍ଗ ଉଠାଇ ହକ୍‌ ମାଗିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ଗୃହର ଦୃଷ୍ଟି ଆକର୍ଷଣ କରି ଶ୍ରୀ ଖୁଣ୍ଟିଆ କହିଛନ୍ତି, ରାଜ୍ୟ ପାଇଁ ବଣ୍ଟନ ବଜେଟ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ବାରମ୍ବାର ଓଡ଼ିଶାକୁ ଉପେକ୍ଷା କରାଯାଉଛି। ଏହି ଅବହେଳା ପାଇଁ ରାଜ୍ୟ ସର୍ବବୃହତ୍‌ ଚିକିତ୍ସାଳୟ ଏସ୍‌ସିବି ମେଡିକାଲ କଲେଜ ଆଇସିୟୁ ଟ୍ରମା କେୟାରରେ ଅଗ୍ନିକାଣ୍ଡ ଘଟି ୧୩ଜଣଙ୍କ ଜୀବନ ଚାଲିଗଲା। ସରକାରୀ ହସ୍‌ପିଟାଲରେ ରୋଗୀଙ୍କୁ ଦିଆଯାଉଥିବା ଔଷଧ ବ୍ୟାଗ୍‌ରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି। ଏଥିରେ କିଛି ସମସ୍ୟା ନାହିଁ। କିନ୍ତୁ ଧନ ଜୀବନ ରକ୍ଷା ପାଇଁ ହସ୍ପିଟାଲରେ ଯେଉଁଭଳି ଭାବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବା କଥା ତାହାକୁ ଅଣଦେଖା କରାଯାଉଛି, ଯେଉଁଥିପାଇଁ ୧୩ଜଣ ନିରୀହ ରୋଗୀଙ୍କ ଜୀବନ ଅକାଳରେ ଚାଲିଗଲା। ଏହା କ’ଣ ସବ୍‌କା ସାଥ୍‌ ସବ୍‌କା ବିକାଶ ବୋଲି ପ୍ରଶ୍ନ କରିଥିଲେ ଶୁଭାଶିଷ୍‌ ।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ପୁରୀ ହେଉଛି ଅନ୍ତର୍ଜାତୀୟ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର। ସମସ୍ତଙ୍କ ସ୍ୱାସ୍ଥ୍ୟ ସୁବିଧାକୁ ନଜରରେ ରଖି ଓଡ଼ିଶାର ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ତିଆରି ହୋଇଥିଲା। ହେଲେ ଦୁଃଖର ବିଷୟ, ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏବେ ରାଜ୍ୟ ଏବଂ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର। କିନ୍ତୁ ପ୍ରତିଟି କ୍ଷେତ୍ରରେ ପ୍ରତିଟି ସମୟରେ ଓଡ଼ିଶାକୁ ଅବହେଳା ଓ ଅଣଦେଖା କରାଯାଉଛି। ଶ୍ରୀମନ୍ଦିରକୁ ପ୍ରତିଦିନ ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକ ଆସୁଛନ୍ତି। ହେଲେ ଦେଶର ଏହି ଅନ୍ୟତମ ଧାର୍ମିକ ପୀଠର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର ବାସ୍ତବ ଚିତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ନିକଟରେ ବୋମା ପକାଇ ମନ୍ଦିରକୁ ଉଡ଼ାଇଦେବାକୁ ସାମାଜିକ ଗଣମାଧ୍ୟମରେ ଧମକ ଦିଆଯାଇଥିଲା। ମୋତେ ମଧ୍ୟ ଗୁଳି କରି ହତ୍ୟାର ଧମକ ମିଳିଥିଲା। ସୁରକ୍ଷା ବାବଦ ଖର୍ଚ୍ଚ ବଢୁଛି ବୋଲି କୁହାଯାଉଛି। କିନ୍ତୁ ପର୍ଯ୍ୟଟନ ଏବଂ ଧାର୍ମିକସ୍ଥଳୀର ସୁରକ୍ଷା କେତେବେଳେ ବଢ଼ିବ ବୋଲି ପ୍ରଶ୍ନ କରିଥିଲେ ଶୁଭାଶିଷ। 

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ, ବିଶେଷକରି ବାତ୍ୟାର ସମ୍ମୁଖୀନ ହେଉଛି। ସରକାର କହୁଛନ୍ତି ଅର୍ଥ କମିଶନଙ୍କ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯାଉଛି। କିନ୍ତୁ ତୃଣମୂଳସ୍ତରରେ ଏହାର ବାସ୍ତବତା କିନ୍ତୁ ଭିନ୍ନ। ଆମକୁ ମିଳୁଥିବା ସହୟତା କେବଳ ରିଲିଫ୍‌ରେ ହିଁ ସୀମିତ ରହୁଛି। ଭିତ୍ତିଭୂମିକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବା ଲାଗି ଆମକୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ମିଳୁନାହିଁ। ଆଜି ଓଡ଼ିଶାର ଚାଷୀକୁଳ ସଂକଟରେ ପଡ଼ିଛି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ଲାଗି ରାଜ୍ୟର ବିଜେପି ସରକାର ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଏଥିରେ କଟକଣା ଲଗାଇଥିବା ବେଳେ କଟ୍‌ନିଛଟ୍‌ନି କରାଯାଉଛି। ଏହା କ’ଣ ସବ୍‌କା ସାଥ୍‌ ଓ ସବ୍‌କା ବିକାଶ ବୋଲି ପ୍ରଶ୍ନ କରିଥିଲେ ସାଂସଦ ଶ୍ରୀ ଖୁଣ୍ଟିଆ।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

23 Mar 2026 By Madhusudan Das

ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିବିଧ ପ୍ରସଙ୍ଗ ଉଠାଇ ହକ୍‌ ମାଗିଲେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ

ପୁରୀ: ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିବିଧ ପ୍ରସଙ୍ଗ ଉଠାଇ ହକ୍‌ ମାଗିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ଗୃହର ଦୃଷ୍ଟି ଆକର୍ଷଣ କରି ଶ୍ରୀ ଖୁଣ୍ଟିଆ କହିଛନ୍ତି, ରାଜ୍ୟ ପାଇଁ ବଣ୍ଟନ ବଜେଟ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ବାରମ୍ବାର ଓଡ଼ିଶାକୁ ଉପେକ୍ଷା କରାଯାଉଛି। ଏହି ଅବହେଳା ପାଇଁ ରାଜ୍ୟ ସର୍ବବୃହତ୍‌ ଚିକିତ୍ସାଳୟ ଏସ୍‌ସିବି ମେଡିକାଲ କଲେଜ ଆଇସିୟୁ ଟ୍ରମା କେୟାରରେ ଅଗ୍ନିକାଣ୍ଡ ଘଟି ୧୩ଜଣଙ୍କ ଜୀବନ ଚାଲିଗଲା। ସରକାରୀ ହସ୍‌ପିଟାଲରେ ରୋଗୀଙ୍କୁ ଦିଆଯାଉଥିବା ଔଷଧ ବ୍ୟାଗ୍‌ରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି। ଏଥିରେ କିଛି ସମସ୍ୟା ନାହିଁ। କିନ୍ତୁ ଧନ ଜୀବନ ରକ୍ଷା ପାଇଁ ହସ୍ପିଟାଲରେ ଯେଉଁଭଳି ଭାବେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବା କଥା ତାହାକୁ ଅଣଦେଖା କରାଯାଉଛି, ଯେଉଁଥିପାଇଁ ୧୩ଜଣ ନିରୀହ ରୋଗୀଙ୍କ ଜୀବନ ଅକାଳରେ ଚାଲିଗଲା। ଏହା କ’ଣ ସବ୍‌କା ସାଥ୍‌ ସବ୍‌କା ବିକାଶ ବୋଲି ପ୍ରଶ୍ନ କରିଥିଲେ ଶୁଭାଶିଷ୍‌ ।

ପୁରୀ ହେଉଛି ଅନ୍ତର୍ଜାତୀୟ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର। ସମସ୍ତଙ୍କ ସ୍ୱାସ୍ଥ୍ୟ ସୁବିଧାକୁ ନଜରରେ ରଖି ଓଡ଼ିଶାର ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ତିଆରି ହୋଇଥିଲା। ହେଲେ ଦୁଃଖର ବିଷୟ, ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଏବେ ରାଜ୍ୟ ଏବଂ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର। କିନ୍ତୁ ପ୍ରତିଟି କ୍ଷେତ୍ରରେ ପ୍ରତିଟି ସମୟରେ ଓଡ଼ିଶାକୁ ଅବହେଳା ଓ ଅଣଦେଖା କରାଯାଉଛି। ଶ୍ରୀମନ୍ଦିରକୁ ପ୍ରତିଦିନ ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକ ଆସୁଛନ୍ତି। ହେଲେ ଦେଶର ଏହି ଅନ୍ୟତମ ଧାର୍ମିକ ପୀଠର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର ବାସ୍ତବ ଚିତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ନିକଟରେ ବୋମା ପକାଇ ମନ୍ଦିରକୁ ଉଡ଼ାଇଦେବାକୁ ସାମାଜିକ ଗଣମାଧ୍ୟମରେ ଧମକ ଦିଆଯାଇଥିଲା। ମୋତେ ମଧ୍ୟ ଗୁଳି କରି ହତ୍ୟାର ଧମକ ମିଳିଥିଲା। ସୁରକ୍ଷା ବାବଦ ଖର୍ଚ୍ଚ ବଢୁଛି ବୋଲି କୁହାଯାଉଛି। କିନ୍ତୁ ପର୍ଯ୍ୟଟନ ଏବଂ ଧାର୍ମିକସ୍ଥଳୀର ସୁରକ୍ଷା କେତେବେଳେ ବଢ଼ିବ ବୋଲି ପ୍ରଶ୍ନ କରିଥିଲେ ଶୁଭାଶିଷ। 

ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ, ବିଶେଷକରି ବାତ୍ୟାର ସମ୍ମୁଖୀନ ହେଉଛି। ସରକାର କହୁଛନ୍ତି ଅର୍ଥ କମିଶନଙ୍କ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯାଉଛି। କିନ୍ତୁ ତୃଣମୂଳସ୍ତରରେ ଏହାର ବାସ୍ତବତା କିନ୍ତୁ ଭିନ୍ନ। ଆମକୁ ମିଳୁଥିବା ସହୟତା କେବଳ ରିଲିଫ୍‌ରେ ହିଁ ସୀମିତ ରହୁଛି। ଭିତ୍ତିଭୂମିକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବା ଲାଗି ଆମକୁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ମିଳୁନାହିଁ। ଆଜି ଓଡ଼ିଶାର ଚାଷୀକୁଳ ସଂକଟରେ ପଡ଼ିଛି। ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବା ଲାଗି ରାଜ୍ୟର ବିଜେପି ସରକାର ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଏଥିରେ କଟକଣା ଲଗାଇଥିବା ବେଳେ କଟ୍‌ନିଛଟ୍‌ନି କରାଯାଉଛି। ଏହା କ’ଣ ସବ୍‌କା ସାଥ୍‌ ଓ ସବ୍‌କା ବିକାଶ ବୋଲି ପ୍ରଶ୍ନ କରିଥିଲେ ସାଂସଦ ଶ୍ରୀ ଖୁଣ୍ଟିଆ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର