ରାଜ୍ଯରେ ଖୁବଶୀଘ୍ର ଆରମ୍ଭ ହେବ ସୁଭଦ୍ରା ଯୋଜନା, ଆବେଦନ ପ୍ରକ୍ରିୟାକୁ ସହଜ କରିବାକୁ ମଗାଯାଇଛି ଫିଡ଼ବ୍ୟାକ

The Sakala Picture
Published On

ଭୁବନେଶ୍ବର: ସୁଭଦ୍ରା ଯୋଜନାର ଏସଓପି ପାଇଁ ଜିଲ୍ଲାପାଳ ମାନଙ୍କୁ ଫିଡ଼ବ୍ୟାକ ମାଗିଛନ୍ତି ରାଜ୍ୟ ସରକାର। ଗ୍ରାଉଣ୍ଡରେ ମହିଳାମାନଙ୍କ ଠାରୁ ଜନଅଡିଟ କରି ୧୪ ତାରିଖ ସୁଦ୍ଧା ଫିଡ଼ବ୍ୟାକ ଦେବେ ଜିଲ୍ଲାପାଳ। ଫିଡ଼ବ୍ୟାକ ଆସିବା ପରେ ଏସଓପିରେ ପରିବର୍ତ୍ତନ ହୋଇପାରେ। ଏସଓପି ଫାଇନାଲ ହେଲା ପରେ ଚୂଡ଼ାନ୍ତ ହେବ ହିତାଧିକାରୀଙ୍କ ସଂଖ୍ୟା। କିନ୍ତୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ସର୍ବାଧିକ ହେବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆବେଦନ ପ୍ରକ୍ରିୟାକୁ ବି ସହଜ କରିବାକୁ […]

ଭୁବନେଶ୍ବର: ସୁଭଦ୍ରା ଯୋଜନାର ଏସଓପି ପାଇଁ ଜିଲ୍ଲାପାଳ ମାନଙ୍କୁ ଫିଡ଼ବ୍ୟାକ ମାଗିଛନ୍ତି ରାଜ୍ୟ ସରକାର। ଗ୍ରାଉଣ୍ଡରେ ମହିଳାମାନଙ୍କ ଠାରୁ ଜନଅଡିଟ କରି ୧୪ ତାରିଖ ସୁଦ୍ଧା ଫିଡ଼ବ୍ୟାକ ଦେବେ ଜିଲ୍ଲାପାଳ। ଫିଡ଼ବ୍ୟାକ ଆସିବା ପରେ ଏସଓପିରେ ପରିବର୍ତ୍ତନ ହୋଇପାରେ। ଏସଓପି ଫାଇନାଲ ହେଲା ପରେ ଚୂଡ଼ାନ୍ତ ହେବ ହିତାଧିକାରୀଙ୍କ ସଂଖ୍ୟା। କିନ୍ତୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ସର୍ବାଧିକ ହେବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆବେଦନ ପ୍ରକ୍ରିୟାକୁ ବି ସହଜ କରିବାକୁ ଫିଡ଼ବ୍ୟାକ ମଗାଯାଇଛି। ମୋବାଇଲ ଲିଙ୍କରେ ବି କିଭଳି ଆବେଦନ ହୋଇପାରିବ ସେ ନେଇ ସରକାର ଚେଷ୍ଟା କରୁଛନ୍ତି। ସୁଭଦ୍ରା ଯୋଜନା ନେଇ ମହିଳାଙ୍କୁ ଭ୍ରମିତ ନକରିବାକୁ ପରାମର୍ଶ ଦେଇଛନ୍ତି। ଏସ୍‌ଓପି ନଆସିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଭ୍ରମିତ କରନ୍ତୁ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରାକ୍ଷୀପୂର୍ଣ୍ଣିମାରେ ସୁଭଦ୍ରା ଯୋଜନା ଏସଓପି ଆସିବା ନେଇ ମଧ୍ୟ ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

 

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର