‘ସୁଭଦ୍ରା’ ଯୋଜନା: ପ୍ରଥମ କିସ୍ତିରେ ଯୋଗ୍ୟ; ଦ୍ୱିତୀୟ ବେଳକୁ ଅଯୋଗ୍ୟ !

The Sakala Picture
Published On

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଲକ୍ଷାଧିକ ଯୋଗ୍ୟ ହିତାଧିକାରୀଙ୍କ ପାଇଁ କାଳ ହୋଇଛି ଦୁର୍ବଳ ବୈଷୟିକ ବ୍ୟବସ୍ଥା। ଦୁଇଟି ଯାକ କିସ୍ତିରୁ ବଞ୍ଚିତ ମହିଳା ନିଜକୁ ଯୋଗ୍ୟ ସାବ୍ୟସ୍ତ କରିବା ନିମନ୍ତେ ଗୋଟିଏ ବ୍ଳକ୍‌ରୁ ଆଉ ଗୋଟିଏ ବ୍ଲକ୍‌, ଗୋଟିଏ ଜିଲ୍ଲାରୁ ଆଉ ଏକ ଜିଲ୍ଲାକୁ ଧାଉଁଛନ୍ତି । ତିନିଟିସ୍ତରରେ ସୁଭଦ୍ରା ଆବେଦନ ମଞ୍ଜୁର ହେଉଛି; କିନ୍ତୁ ବୈଷୟିକ କ୍ଷେତ୍ରରେ ତାଳମେଳ ଅଭାବରୁ ମହିଳାଙ୍କୁ ଟଙ୍କା ମିଳୁନାହିଁ। ଏଆଇ ଯୁଗରେ ବୈଷିୟକ ବ୍ୟବସ୍ଥାର ବିଫଳତା ଏତେ ବଡ଼ ଯୋଜନାର […]

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଲକ୍ଷାଧିକ ଯୋଗ୍ୟ ହିତାଧିକାରୀଙ୍କ ପାଇଁ କାଳ ହୋଇଛି ଦୁର୍ବଳ ବୈଷୟିକ ବ୍ୟବସ୍ଥା। ଦୁଇଟି ଯାକ କିସ୍ତିରୁ ବଞ୍ଚିତ ମହିଳା ନିଜକୁ ଯୋଗ୍ୟ ସାବ୍ୟସ୍ତ କରିବା ନିମନ୍ତେ ଗୋଟିଏ ବ୍ଳକ୍‌ରୁ ଆଉ ଗୋଟିଏ ବ୍ଲକ୍‌, ଗୋଟିଏ ଜିଲ୍ଲାରୁ ଆଉ ଏକ ଜିଲ୍ଲାକୁ ଧାଉଁଛନ୍ତି । ତିନିଟିସ୍ତରରେ ସୁଭଦ୍ରା ଆବେଦନ ମଞ୍ଜୁର ହେଉଛି; କିନ୍ତୁ ବୈଷୟିକ କ୍ଷେତ୍ରରେ ତାଳମେଳ ଅଭାବରୁ ମହିଳାଙ୍କୁ ଟଙ୍କା ମିଳୁନାହିଁ। ଏଆଇ ଯୁଗରେ ବୈଷିୟକ ବ୍ୟବସ୍ଥାର ବିଫଳତା ଏତେ ବଡ଼ ଯୋଜନାର ସଫଳତାରେ ବଡ଼ ବାଧକ ସାଜିଛି। ଏଥିପାଇଁ ନା ସରକାର ନା ବିଭାଗ କାହାର ଚିନ୍ତା ଅଛି। ପ୍ରଥମ କିସ୍ତି ପାଇ ଦ୍ୱିତୀୟ କିସ୍ତିରୁ ବଞ୍ଚିତ ମହିଳା ମଧ୍ୟ ଅନ୍ଧାରରେ ଅଛନ୍ତି। ଥରେ ଯୋଗ୍ୟ ସାବ୍ୟସ୍ତ ହେବା ପରେ ଦ୍ୱିତୀୟ କିସ୍ତିରୁ କାହିଁକି ସେମାନେ ବଞ୍ଚିତ ହେଲେ, ତାହାର ଉତ୍ତର ମିଳୁନାହିଁ। ଏପଟେ ଟଙ୍କା ପାଇନଥିବାରୁ ଦୁଃଖିତ କହି ଘରକୁ ଘର ସର୍ଭେ ଆରମ୍ଭ କରାଯିବ ଉଲ୍ଲେଖ କରି ବିଭାଗୀୟ ମନ୍ତ୍ରୀ ନିଜ କାମ ସାରି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଲକ୍ଷାଧିକ ମହିଳା ସୁଭଦ୍ରା ଯୋଜନାର ଦୁଇଟି ଯାକ କିସ୍ତିରୁ ବଞ୍ଚିତ ହୋଇଥିବା ବେଳେ ଆହୁରି ଲକ୍ଷେରୁ ଅଧିକ ଦ୍ୱିତୀୟ କିସ୍ତି ପାଇ ନାହାନ୍ତି। ଆଦୌ ଟଙ୍କା ପାଇନଥିବା ମହିଳା କେବେ ସହାୟତା ରାଶି ପାଇବେ ତାହା କେହି କହିପାରୁ ନାହାନ୍ତି। କିଛି ହିତାଧିକାରୀ ଏ ନେଇ ଅଧିକ ଖୋଳତାଡ଼ କରିବାରୁ ଜଣାପଡିଛି ଯେ ଆବେଦନ ସମୟରେ କାହାର ଠିକଣା ବଦଳି ଯାଇଛି ତ ଆଉ କାହାର ନାମରେ ଗଡ଼ବଡ଼ ଅଛି। ଗୋଟିଏ ବ୍ଲକ୍‌ର ବାସିନ୍ଦାଙ୍କ ନାମ ଅନ୍ୟ ବ୍ଲକ୍‌ରେ ଉଠିଯାଇଛି ଓ ସେଠାକୁ ଅନୁଦାନ ରାଶି ଚାଲି ଯାଇଛି। ତେଣୁ ମୂଳ ବ୍ଲକ୍‌ରେ ସଂଶୋଧନ କରିବା ସମ୍ଭବ ନୁହେଁ। ବଡ଼ କଥା ହେଲା ଏହି ତ୍ରୁଟି ସମ୍ପର୍କରେ ହିତାଧିକାରୀ କୌଣସି ସୂଚନା ପାଉ ନାହାନ୍ତି। ତାଙ୍କ ଟଙ୍କା ଅନ୍ୟ ବ୍ଲକ୍‌ କିମ୍ବା ଜିଲ୍ଲାକୁ ଚାଲି ଯାଇଛି ବୋଲି ନା ପଞ୍ଜିକୃତ ମୋବାଇଲ୍‌ ନମ୍ବରରେ ମ୍ୟାସେଜ୍‌ ଆସୁଛି ନା କେହି ଫୋନ୍‌ କରି ଏହି ସମସ୍ୟା କଥା ଜଣାଇ ସଂଶୋଧନ ପାଇଁ ଡାକୁଛନ୍ତି। କେବଳ ଭାଗ୍ୟ ଉପରେ ଛାଡ଼ି ଦେଇ କିସ୍ତି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବାକୁ ହିତାଧିକାରୀ ଅପେକ୍ଷା କରି ରହୁଛନ୍ତି। ଯେଉଁମାନେ ଅନୁସନ୍ଧାନ କରି ଅନ୍ୟ ବ୍ଲକ୍‌ରେ ପହଞ୍ଚୁଛନ୍ତି ସେମାନଙ୍କର ସଂଶୋଧନ ହୋଇପାରୁଛି। ସେଥି ପାଇଁ ବି କିଛି କମ୍‌ ଦହଗଞ୍ଜ ହେବାକୁ ପଡୁନାହିଁ। ଖରାରେ ନିଜ ଘର ଠାରୁ ବହୁ ଦୂରକୁ ଯିବାକୁ ହେଉଛି, ମୁଣ୍ଡ ଫଟା ଖରାରେ ଗୋଟିଏ ଅଫିସରୁ ଆଉ ଗୋଟିଏ ଅଫିସକୁ ଧାଉଁଛନ୍ତି, ଖର୍ଚ୍ଚାନ୍ତ ହେବାକୁ ପଡୁଛି, ଦାୟିତ୍ୱରେ ଥିବା କର୍ମଚାରୀ ସହଯୋଗ କରୁ ନାହାନ୍ତି। ଟଙ୍କା ପାଇନଥିବା ଆଉ କିଛି ହିତାଧିକାରୀ ପୁଣି ଥରେ ଜନସେବା କେନ୍ଦ୍ର କିମ୍ବା ସାଇବର୍‌ କାଫେରେ ଭିଡ଼ ଜମାଉଛନ୍ତି। ପ୍ରଥମେ ୫୦ ଟଙ୍କା ଦେଇ ଆବେଦନ କରିଥିଲେ, ଏବେ ୨୦୦ ଟଙ୍କା ଗଣୁଛନ୍ତି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସୁଭଦ୍ରା ଯୋଜନା ସହ ଜଡିତ ଜଣେ ବୈଷିୟକ ବିଶେଷଜ୍ଞ କହିଛନ୍ତି, ଜଣେ ହିତାଧିକାରୀ ଆବେଦନ କଲେ ତିନିଟି ସ୍ତରରେ ଉକ୍ତ ସୂଚନା ପହଞ୍ଚିବା ଆବଶ୍ୟକ। ଆଧାର, ବ୍ୟାଙ୍କ ଆକାଉଣ୍ଟ ଓ ରାଜ୍ୟ ସରକାରଙ୍କ ସୁଭଦ୍ରା ପୋର୍ଟାଲ ମଧ୍ୟରେ ତାଳମେଳ ଅଭାବ ରହିଲେ ଟଙ୍କା ମିଳିବାରେ ସମସ୍ୟା ହେଉଛି। ସେଥିପାଇଁ ଟେକ୍ନିକାଲ ପ୍ରୋବ୍ଲେମ୍‌ ବୋଲି ଦର୍ଶାଉଛି। ବହୁ ଲୋକ ଏକ ସମୟରେ ଆବେଦନ କରୁଥିବାରୁ ତରବରିଆ ଭାବେ ତଥ୍ୟ ଅପଲୋଡ୍‌ କରିଥିଲେ ଏହି ସମସ୍ୟା ହେବ। ଏଥିରେ ଯଦିଓ ଆବେଦନକାରୀଙ୍କର କିଛି ଭୁଲ୍‌ ନାହିଁ, କିନ୍ତୁ ସେମାନେ ସମସ୍ୟାରେ ପଡୁଛନ୍ତି। ଯଦି ହିତାଧିକାରୀଙ୍କୁ ପ୍ରକୃତ ସମସ୍ୟାର ସୂଚନା ଦିଆଯାଆନ୍ତା ତା ହେଲେ କିସ୍ତି ଟଙ୍କା ମିଳିବାରେ ପ୍ରତିବନ୍ଧକ ଦୂର ହୋଇପାରନ୍ତା ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର