ଖାତାକୁ ଗଲା 'ସୁଭଦ୍ରା' ଟଙ୍କା, ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସହାୟତା ରାଶି
ଭୁବନେଶ୍ୱର: ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା । ୩୨୫ କୋଟିରୁ ଉର୍ଦ୍ଧ୍ବ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା କିସ୍ତି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ସହାୟତା ରାଶି । ନୂଆକରି ସାମିଲ ହୋଇଥିବା ୧ ଲକ୍ଷ ୭୮ ହଜାର ୩୯୮ ମହିଳାଙ୍କୁ ମିଳିଲା ଟଙ୍କା । ସେହିପରି ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ୨ ଲକ୍ଷ ୫୫ ହଜାର ହିତାଧିକାରୀଙ୍କ ଖାତାକୁ ମଧ୍ୟ ଟଙ୍କା ଯାଇଛି । ଏହି ହିତାଧିକାରୀମାନେ ଏକାବେଳେ ଦୁଇଟି କିସ୍ତିର ୧୦ ହଜାର ଟଙ୍କା ପାଇଛନ୍ତି । ସେହିଭଳି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୬ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି ।
ପୂର୍ବରୁ ଜାନୁଆରୀ ୧୮ରେ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ । ପରେ ଉପମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ୧୮ ବଦଳରେ ୨୨ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ ।





