ଉଛୁଳୁଛି ସୁବର୍ଣ୍ଣରେଖା, ଆଜି ପିକରେ ପହଞ୍ଚିବ ଜଳସ୍ତର

The Sakala Picture
Published On

ଭୁବନେଶ୍ୱର: ଗୋଟିଏ ପଟେ ପ୍ରବଳ ବର୍ଷା; ଅନ୍ୟ ପଟେ ଝାଡ଼ଖଣ୍ଡ ଗାଲୁଡିହି ଜଳଭଣ୍ଡାରର ସମସ୍ତ ୧୮ଟି ଗେଟ୍ ଖୋଲିଦେବା ପରେ ବାଲେଶ୍ୱର ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଗାଲୁଡିହି ବ୍ୟାରେଜରୁ ବର୍ତ୍ତମାନ ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ, ୨୦୦୮ ତୁଳନାରେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ହେବା ସ୍ପଷ୍ଟ ହୋଇଛି। ସୁବର୍ଣ୍ଣରେଖା ନଦୀ ବିପଦ ସଂକେତର ବହୁ ଉପରେ ପ୍ରବାହିତ ହେବା ସହ ବାଲେଶ୍ୱରର ଜଳେଶ୍ୱର, ବାଲିଆପାଳ, ବସ୍ତା ଓ ଭୋଗରାଇ ବ୍ଲକ ପାଇଁ […]

ଭୁବନେଶ୍ୱର: ଗୋଟିଏ ପଟେ ପ୍ରବଳ ବର୍ଷା; ଅନ୍ୟ ପଟେ ଝାଡ଼ଖଣ୍ଡ ଗାଲୁଡିହି ଜଳଭଣ୍ଡାରର ସମସ୍ତ ୧୮ଟି ଗେଟ୍ ଖୋଲିଦେବା ପରେ ବାଲେଶ୍ୱର ପାଇଁ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଗାଲୁଡିହି ବ୍ୟାରେଜରୁ ବର୍ତ୍ତମାନ ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ, ୨୦୦୮ ତୁଳନାରେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ହେବା ସ୍ପଷ୍ଟ ହୋଇଛି। ସୁବର୍ଣ୍ଣରେଖା ନଦୀ ବିପଦ ସଂକେତର ବହୁ ଉପରେ ପ୍ରବାହିତ ହେବା ସହ ବାଲେଶ୍ୱରର ଜଳେଶ୍ୱର, ବାଲିଆପାଳ, ବସ୍ତା ଓ ଭୋଗରାଇ ବ୍ଲକ ପାଇଁ ବଡ଼ ବିପଦ ସୃଷ୍ଟିକରିଛି। ସାମ୍ଭାବ୍ୟ ସ୍ଥିତିକୁ ଦେଖି ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ବନ୍ୟା ମୁକାବିଲାରେ ନିଷ୍ପତ୍ତି ନେବାରେ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସ୍‍ଆର୍‍ସି କ୍ଷମତା ଦିଆଯିବା ସହ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର ହେଲିକପ୍ଟର ପ୍ରଦାନ କରିବା ସହ ୪୦ଟି ରେସ୍‍ପନ୍ସ ଟିମ୍‍ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସୁବର୍ଣ୍ଣରେଖା ନଦୀ ଜାମଶୋଳାଗେଟ୍‍ ଓ ରାଜଘାଟଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜାମଶୋଳା ଗେଟ୍‍ ନିକଟରେ ବିପଦ ସଙ୍କେତ ୪୯.୧୫ ମିଟର ରହିଥିବା ବେଳେ ସନ୍ଧ୍ୟା ୬ ସୁଦ୍ଧା ଏଠାରେ ୫୩.୫୦ ମିଟର ଉପରେ ପାଣି ପ୍ରବାହିତ ହେଉଛି। ସେହିପରି ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ଥିବା ବେଳେ ଏଠାରେ ଜଳସ୍ତର ୧୧.୧ ମିଟର ଉପରେ ପ୍ରବାହିତ ହେଉଛି। ଜଳସ୍ତର ବଢ଼ିବା ସହ ପାଖ ଗାଁ ଗଣ୍ଡାକୁ ପାଣି ପ୍ରବେଶ କରୁଛି। ଅନ୍ୟପଟେ ରବିବାର ରାଜ୍ୟସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଏହି ବନ୍ୟା ୨୦୦୮ ମସିହାର ବଡ଼ ବନ୍ୟା ତୁଳନାରେ ଆହୁରି ଅଧିକ ବଡ଼ ହେବ। କାରଣ ୨୦୦୮ରେ ଗାଲୁଡିହି ବ୍ୟାରେଜରୁ ୩ ଲକ୍ଷ କ୍ୟୁସେକ୍‍ ପାଣି ଆସିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଏହାର ବହୁ ପ୍ରଭାବ ପଡ଼ିଥିଲା। ମାତ୍ର ଚଳିତ ଥର ଏଠାରୁ ଦୁଇଗୁଣା ପାଣି ଆସୁଛି। ତେଣୁ ସ୍ଥିତି ଆହୁରି ଉଦ୍‍ବେଗ ଜନକ ରହିବାର ଆଶଙ୍କା କରାଯାଉଛି। ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ସହିତ ଜିଲ୍ଲାପାଳ ନିଜେ ଯାଇ ଲୋକଙ୍କୁ ବୁଝାଶୁଝା କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଯୁଗ୍ମ ଏସ୍‍ଆରସି ପଦ୍ମନାଭ ବେହେରା କହିଛନ୍ତି ଯେ, ବନ୍ୟା ମୁକାବିଲା ପାଇଁ ପାଇଁ ବାଲେଶ୍ୱର ଜିଲ୍ଲାରେ ୫ ଟି ଓଡ୍ରାଫ, ୪ ଟି ଏନ୍‍ଡିଆରଏଫ ଓ ୧୨ ଟି ଅଗ୍ନିଶମ ଦଳ ନିୟୋଜିତ ହୋଇଛନ୍ତି। ୩୫ ଟି ପାୱାର ବୋଟ୍‍ ସହ ପ୍ରତି ବ୍ଲକରେ ବରିଷ୍ଠ ଅଧିକାରୀ ରହିଛନ୍ତି। ୩୦୭ ଟି ରିଲିଫ୍‍ କ୍ୟାମ୍ପ ସହ ୧୧ ଡାକ୍ତରୀଦଳ ଓ ଆମ୍ବୁଲାନ୍ସ ରଖାଯାଇଛି। ନଦୀବନ୍ଧ ସୁରକ୍ଷା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂ ଜାରି ରହିଛି। ଜଳସମ୍ପଦ ବିଭାଗର ସର୍ବଚ୍ଚୋ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ଯେ ସୋମବାର ୧୨ ଟା ସୁଦ୍ଧା ସୁବର୍ଣ୍ଣରେଖା ପିକ୍‍ରେ ରହିବ। ଗାଲୁଡିହି ବ୍ୟାରେଜକୁ ଏବେ ପାଣି ଆସିବା କମ୍‍ ହେଉଛି। ଧୀରେ ଧୀରେ ସେଠାରୁ ପାଣି ଆସିବା କମିବ। ତେବେ ମୟୂରଭଞ୍ଜର ସାରଶକଣା ଗାଁରେ ମଧ୍ୟ ପାଣି ପସିଛି। ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହାସହିତ ବୈତରଣୀ ନଦୀରେ ଆଖୁଆପଦାଠାରେ ଜଳପତ୍ତନ୧୮.୯୯ ମିଟର ରହିଥିବାବେଳେ ଏହା କ୍ରମଶଃ ବୃଦ୍ଧି ପାଇ ବର୍ତ୍ତମାନ ଏହା ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି।
ଅନ୍ୟପଟେ ବ୍ରାହ୍ମଣୀ ନଦୀ ଉପରେ ମଧ୍ୟ ନଜର ରହିଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ମନ୍ଦିରା ଡ୍ୟାମରେ ଜଳସ୍ତର ବୃଦ୍ଧି ପାଉଥିବାରୁ ରବିବାର ସନ୍ଧ୍ୟା ସୁଦ୍ଧା ସମସ୍ତ ୧୧ଟି ଡ୍ୟାମ ଖୋଲିଦିଆଯାଇଛି। ମନ୍ଦିରା ଡ୍ୟାମକୁ ୪୭.୮୮୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୫୪୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

22 Aug 2022 By The Sakala

https://www.thesakala.in/latest-odisha-news/subarnarekha-river-in-danger-signal-water-level-will-reach-peak-today/article-14327
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର