ରାଜଘାଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଆସନ୍ତାକଲି ୧୨ଟା ବେଳକୁ ପିକ୍ ଛୁଇଁବା ଆଶଙ୍କା

The Sakala Picture
Published On

ଭୁବନେଶ୍ବର: ରାଜଘାଟରେ ବିପଦ ସଙ୍କେତ ଉପର ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ଏବେ ୧୧.୩ ଉପରେ ପ୍ରବାହିତ ହେଉଛି। ଏହା ଯୋଗୁଁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଛି। ବିଭାଗ ତରଫରୁ ସ୍ଥିତି ଉପରେ ନଜର ରହିଛି। ବୈତରଣୀରେ ଖସୁଛି ଜଳସ୍ତର। ବୈତରଣୀରେ ପିକ ୧୮.୯୯ ରୁ ଏବେ ଖସୁଛି।ଯାହାର ବିପଦ ସଙ୍କେତ ଥିଲା ୧୭.୮୩। ମୋଟାମୋଟି ଭାବରେ ଉତ୍ତର ଓଡ଼ିଶାରେ ବନ୍ୟସ୍ଥିତି ଲାଗି ରହିଥିବା ବେଳେ ଆଇଏମଡି ରିପୋର୍ଟ […]

ଭୁବନେଶ୍ବର: ରାଜଘାଟରେ ବିପଦ ସଙ୍କେତ ଉପର ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ଏବେ ୧୧.୩ ଉପରେ ପ୍ରବାହିତ ହେଉଛି। ଏହା ଯୋଗୁଁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଛି। ବିଭାଗ ତରଫରୁ ସ୍ଥିତି ଉପରେ ନଜର ରହିଛି। ବୈତରଣୀରେ ଖସୁଛି ଜଳସ୍ତର। ବୈତରଣୀରେ ପିକ ୧୮.୯୯ ରୁ ଏବେ ଖସୁଛି।ଯାହାର ବିପଦ ସଙ୍କେତ ଥିଲା ୧୭.୮୩। ମୋଟାମୋଟି ଭାବରେ ଉତ୍ତର ଓଡ଼ିଶାରେ ବନ୍ୟସ୍ଥିତି ଲାଗି ରହିଥିବା ବେଳେ ଆଇଏମଡି ରିପୋର୍ଟ ଆସିଲା ପରେ ଜଳ ସମ୍ପଦ ବିଭାଗ ସ୍ଥିତି ଅନୁଯାୟୀ ଗୁରୁତ୍ବ ଦେବ। ସୁବର୍ଣ୍ଣରେଖାରେ ଆସନ୍ତାକଲି ୧୨ ଟା ବେଳକୁ ପିକ୍ ଛୁଇଁବା ରାଜଘାଟରେ। ଝାଡ଼ଖଣ୍ଡ ସହିତ ସମନ୍ୱୟ ରକ୍ଷା କରି ଜଳ ସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ କୁ ଗୁରୁତ୍ବ ଦେଉଛି। ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଆଉ ବାଲେଶ୍ଵରରେ ବନ୍ୟସ୍ଥିତି ଉପରେ ନଜର ରହିଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

୨୩ ତାରିଖରେ ଲଘୁଚାପ ପ୍ରଭାବରେ ଛତିଶଗଡ ଉପର ମୁଣ୍ଡରେ ବର୍ଷା ସମ୍ଭାବନା ରହିଛି। ସୁବର୍ଣ୍ଣରେଖା ଠାରୁ ସଠିକ୍ ସୂଚନା ମିଳିବା ପରେ କେତେ ଜଳ ହୀରାକୁଦ ଜଳଭଣ୍ଡାର କୁ ପ୍ରବେଶ କରିବ ସେଇ ଅନୁସାରେ କେତେ ଗେଟ୍ ଖୋଲିବାକୁ ପଡ଼ିବ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଛତିଶଗଡ ସହିତ ସମନ୍ୱୟ ନା ରଖିଲେ ମଧ୍ୟ CWC ରିପୋର୍ଟ୍ ଅନୁସାରେ ଆମେ କାମ କରୁଛୁ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର