‘ଏଭଳି ଦୁଃଖ କାହାକୁ ନମିଳୁ’: ସିଆର୍‍ପିଏଫ୍‍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ, ଅଧୁରା ରହିଗଲା ମା’ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

The Sakala Picture
Published On

ସୋନପୁର:ମାଆଙ୍କ ପ୍ରଥମ ବାର୍ଷିକି ଶ୍ରାଦ୍ଧର ଆୟୋଜନ ପାଇଁ କର୍ମସ୍ଥଳୀ ନାଗାଲାଣ୍ଡରୁ ନିଜ ଘର ସୋନପୁରକୁ ଆସୁଥିଲେ। ତେବେ ତାହା ସମ୍ଭବ କରାଇ ଦେଲାନି ବିଧାତା। ନିଜେ ପହଞ୍ଚିବା ବଦଳରେ ଛଅ ଦିନ ପରେ ଘରେ ପହଞ୍ଚିଲା ସିଆର୍‍ପିଏଫ୍‍ ଯବାନ ପ୍ରତାପ ନାଏକଙ୍କ ମୃତ୍ୟୁ ଖବର। ଏଭଳି ଏକ ଦୁଃଖଦ ଖବର ସୋନପୁର ମଝିପଡ଼ା ନିବାସୀ ପ୍ରତାପଙ୍କ ସାନଭାଇ ପ୍ରଦୀପଙ୍କ ନିକଟକୁ ପହଞ୍ଚିବା ପରେ ସମଗ୍ର ସହରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୋନପୁର ମଝିପଡ଼ା ନିବାସୀ […]

ସୋନପୁର:ମାଆଙ୍କ ପ୍ରଥମ ବାର୍ଷିକି ଶ୍ରାଦ୍ଧର ଆୟୋଜନ ପାଇଁ କର୍ମସ୍ଥଳୀ ନାଗାଲାଣ୍ଡରୁ ନିଜ ଘର ସୋନପୁରକୁ ଆସୁଥିଲେ। ତେବେ ତାହା ସମ୍ଭବ କରାଇ ଦେଲାନି ବିଧାତା। ନିଜେ ପହଞ୍ଚିବା ବଦଳରେ ଛଅ ଦିନ ପରେ ଘରେ ପହଞ୍ଚିଲା ସିଆର୍‍ପିଏଫ୍‍ ଯବାନ ପ୍ରତାପ ନାଏକଙ୍କ ମୃତ୍ୟୁ ଖବର। ଏଭଳି ଏକ ଦୁଃଖଦ ଖବର ସୋନପୁର ମଝିପଡ଼ା ନିବାସୀ ପ୍ରତାପଙ୍କ ସାନଭାଇ ପ୍ରଦୀପଙ୍କ ନିକଟକୁ ପହଞ୍ଚିବା ପରେ ସମଗ୍ର ସହରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୋନପୁର ମଝିପଡ଼ା ନିବାସୀ ତ୍ରିଲୋଚନ ନାଏକଙ୍କ ମଝିଆ ପୁଅ ପ୍ରତାପ(୩୮) ୨୦୦୭ ମସିହାରେ ସିଆର୍‍ପିଏଫ୍‍ରେ ଯୋଗ ଦେଇଥିଲେ। ସେ ଦେଢବର୍ଷ ହେବ ନାଗାଲାଣ୍ଡରେ କାର୍ଯ୍ୟରତ ଥିଲେ। ଗତ ବର୍ଷ ଜାନୁଆରୀ ୨୩ ତାରିଖରେ ବାପାଙ୍କ ହୃଦ୍‍ଘାତରେ ଏବଂ ଠିକ ୯ ମାସ ପରେ ମାଙ୍କ କରୋନାରେ ମୃତ୍ୟୁ ହୋଇ ଯାଇଥିଲା। ଅକ୍ଟୋବର ୧୨ରେ ମାଙ୍କ ବାର୍ଷିକ ଶ୍ରାଦ୍ଧ ଅଛି। ତେଣୁ ପ୍ରତାପ ଜରୁରୀ ଛୁଟି ମାଗି କର୍ମସ୍ଥଳୀ ନାଗାଲାଣ୍ଡରୁ ସୋନପୁର ଅଭିମୁଖେ ଅକ୍ଟୋବର ୧ ତାରିଖରେ ବାହାରି ଥିଲେ। ଦିମାପୁର ରେଳ ଷ୍ଟେସନ୍‍ରେ ସିଆର୍‍ପିଏଫ୍‍ ସୁରକ୍ଷା ଗାଡି ଛାଡି ଦେଇଥିଲା ପ୍ରତାପଙ୍କୁ। ଅକ୍ଟୋବର ୧ ତାରିଖ ଶୁକ୍ରବାର ରାତି ୧୧ଟା ୩୩ରେ ଦିମାପୁର ଷ୍ଟେସନ୍‍ରେ ତିନିଶୁକିଆ-ବେଙ୍ଗାଳୁଲୁ ସୁପରଫାଷ୍ଟ ଟ୍ରେନ ଧରି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ତେବେ ପ୍ରତାପ ଭୁବନେଶ୍ୱର ପହଞ୍ଚିଲେ ନାହିଁ କି ସକାଳୁ ପତ୍ନୀଙ୍କ ଫୋନ୍‍ ରିସିଭ୍‍ କଲେ ନାହିଁ। ତେଣୁ ପରିବାର ଲୋକଙ୍କ ସନ୍ଦେହଜାତ ହେଲା। ପ୍ରତାପଙ୍କ ନିଖୋଜ ନେଇ ଭୁବନେଶ୍ୱର ଆର୍‍ପିଏଫ୍‍ରେ ଅଭିଯୋଗ ଦାଖଲ କରାଗଲା। ତେବେ ୭ ତାରିଖ ଯାଏଁ କିଛି ଖୋଜ ଖବର ମିଳିଲା ନାହିଁ।

କିଛି ସ୍ଥାନୀୟ ଲୋକ ଏନେଇ ୭ ତାରିଖରେ ରେଳମନ୍ତ୍ରୀ, ସିଆର୍‍ପିଏଫ୍‍, ନାଗାଲାଣ୍ଡ ଏବଂ ଓଡ଼ିଶା ପୋଲିସ୍‍ ଡିଜିଙ୍କୁ ଟ୍ୱିଟ୍‍ କଲା ପରେ। ଦିନ ସାଢେ ୧୨ଟାରେ ପ୍ରତାପଙ୍କ ଭାଇ ପ୍ରଦୀପଙ୍କ ନିକଟକୁ ନାଗାଲାଣ୍ଡ ସିଆର୍‍ପିଏଫ୍‍ କଣ୍ଟ୍ରୋଲ ରୁମ୍‍ରୁ ଏକ ଫଟୋ ପଠାଇ ଚିହ୍ନିବା ପାଇଁ କୁହାଗଲା। ପ୍ରଦୀପ ନିଜ ଭାଇକୁ ଚିହ୍ନିଲା ପରେ ପ୍ରତାପଙ୍କ ମୃତ୍ୟୁ ନେଇ ସମସ୍ତେ ସ୍ପଷ୍ଟ ହୋଇଗଲେ।

ସିଆର୍‍ପିଏଫ୍‍ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ପରଦିନ ଲମଡିଙ୍ଗ ଷ୍ଟେସନ୍‍ ରେଳ ଧାରଣା କଡରୁ ମୃତଦେହ ମିଳିଥିଲା। ମୃତଦେହ ଠାବ ହେବାର ପାଞ୍ଚ ଦିନ ହୋଇ ଗଲାଣି। ତେଣୁ ଶୀଘ୍ର ନିଅ ନଚେତ ସେଠାରେ ଶବ ଶତ୍କାର ପାଇଁ ଅନୁମତି ଦିଅ ବୋଲି ସିଆର୍‍ପିଏଫ୍‍ ପକ୍ଷରୁ କୁହାଯାଇଥିଲା। ସେଠାରେ ଶବଶତ୍କାର ପାଇଁ ଅନୁମତି ଦିଆଯାଇଥିବା ଜଣା ପଡ଼ିଛି। ତେବେ ଜନ୍ମମାଟିକୁ ମୃତଦେହ ମଧ୍ୟ ଫେରି ପାରିଲା ନାହିଁ।

ତେବେ ପ୍ରତାପଙ୍କୁ ଡକାୟତ ମାନେ ଆକ୍ରମଣ କରି ଟ୍ରେନରୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପ୍ରତାପ ନିଜ ସ୍ତ୍ରୀଙ୍କ ସହ ଟ୍ରେନ ଧରିବା ପୂର୍ବରୁ ଫେନ୍‍ରେ କଥା ହେଉଥିଲେ। କିଛି ଅସାମାଜିକ ଲୋକ ତାଙ୍କୁ ଫଲୋ କଲା ଭଳି ଲାଗୁଛି ବୋଲି ସ୍ତ୍ରୀଙ୍କୁ କହିଥିଲେ। ଏଭଳିକି ସେମାନେ ସେହି ବଗିକୁ ମଧ୍ୟ ଚଢିଥିଲେ। ଟ୍ରେନ ରାତି ୧୧ଟା ୩୩ରେ ଦିମାପୁର ଛାଡିଥିଲା। ରାତି ଗୋଟାଏ ୩୨ରେ ଲମଡିଙ୍ଗ ଷ୍ଟେସନ୍‍ରେ ପହଞ୍ଚିଥାନ୍ତା। ତେବେ ତା ପୂର୍ବରୁ ମୃତଦେହ ମିଳିଥିବାରୁ ରାତି ସାଢେ ଗୋଟାଏ ମଧ୍ୟରେ ପ୍ରତାପଙ୍କୁ ହତ୍ୟା କରି ଟ୍ରେନରୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଗତବର୍ଷ ଉଭୟ ବାପା-ମାଙ୍କୁ ହରାଇ ଥିଲେ ପ୍ରଦୀପ। ଘଟଣାର ବର୍ଷେ ନପୁରୁଣୁ ବଡଭାଇ ପ୍ରତାପଙ୍କୁ ହରାଇ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ପ୍ରଦୀପ। ଏଭଳି ଦୁଃଖ କାହାକୁ ନ ମିଳୁ ବୋଲି କୋହ ଭରା କଣ୍ଠରେ ପ୍ରଦୀପ କହିଛନ୍ତି। ଦେଢ ବର୍ଷ ହେବ ପ୍ରତାପ ବାହା ହୋଇଥିଲେ। ପ୍ରତାପଙ୍କ କୌଣସି ସନ୍ତାନ ସନ୍ତତି ହୋଇ ନ ଥିଲା। ନିଜ ସ୍ୱାମୀଙ୍କୁ ହରାଇ ବାରମ୍ବାର ଚେତାଶୂନ୍ୟ ହୋଇ ଯାଉଛନ୍ତି ତାଙ୍କ ସ୍ତ୍ରୀ। ତିନିଭାଇ ଭିତରୁ ପ୍ରତାପଙ୍କ ବଡଭାଇ ଜଣେ ଭିନ୍ନକ୍ଷମ। ତଦନ୍ତ କରି ମୃତ୍ୟୁର ପ୍ରକୃତ କାରଣ ଜଣାଇବା ସହ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସୋନପୁରରେ ଦାବି ହୋଇଛି।

07 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର