ଦୁଇ ପୁଲିସ୍ କର୍ମଚାରୀଙ୍କୁ ନେଇ ସୋନପୁରରେ ଚର୍ଚ୍ଚା: ବୃଦ୍ଧାଙ୍କୁ କାନ୍ଧରେ ବୋହି ଜଗା ଦେଖାଇଲେ ଦେବ, ଅନ୍ଯପଟେ ଦୁର୍ଘଟଣା ପରେ ନିଜର କର୍ତ୍ତବ୍ୟ ଭୁଲିଗଲେ ପୁଲିସ ଅଧିକାରୀ

The Sakala Picture
Published On

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ପୁଲିସ୍‌ କର୍ମଚାରୀଙ୍କୁ ନେଇ ବଡ ଜୋରରେ ଚର୍ଚ୍ଚା ଚାଲିଛି। ଜଣେ ହେଲେ ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଏବଂ ଅନ୍ୟ ଜଣେ ହେଲେ ସୁନାମାଟିର ସୁନାପୁଅ ଦେବଦତ୍ତ ବେହେରା। ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ପୁଲିସ୍‌ ବିଭାଗର ଦାୟିତ୍ୱ ସଂପନ୍ନ ପଦବୀରେ ଥିଲେ ମଧ୍ୟ ନିଜ ଦାୟିତ୍ୱ ଓ ହାତାହିତ ଜ୍ଞାନକୁ ଭୁଲି ଗଲେ। ମଙ୍ଗଳବାର ସ୍ନିଗ୍ଧାରାଣୀଙ୍କ ୧୬ଜେ ୧୩୫୫ ନମ୍ବର ବିଶିଷ୍ଟ ଆର୍ଟିକା କାର୍‌ ଧକ୍କାରେ ନିଜ ପେଟ ପାଟଣା […]

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ପୁଲିସ୍‌ କର୍ମଚାରୀଙ୍କୁ ନେଇ ବଡ ଜୋରରେ ଚର୍ଚ୍ଚା ଚାଲିଛି। ଜଣେ ହେଲେ ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଏବଂ ଅନ୍ୟ ଜଣେ ହେଲେ ସୁନାମାଟିର ସୁନାପୁଅ ଦେବଦତ୍ତ ବେହେରା। ପୁଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ପୁଲିସ୍‌ ବିଭାଗର ଦାୟିତ୍ୱ ସଂପନ୍ନ ପଦବୀରେ ଥିଲେ ମଧ୍ୟ ନିଜ ଦାୟିତ୍ୱ ଓ ହାତାହିତ ଜ୍ଞାନକୁ ଭୁଲି ଗଲେ। ମଙ୍ଗଳବାର ସ୍ନିଗ୍ଧାରାଣୀଙ୍କ ୧୬ଜେ ୧୩୫୫ ନମ୍ବର ବିଶିଷ୍ଟ ଆର୍ଟିକା କାର୍‌ ଧକ୍କାରେ ନିଜ ପେଟ ପାଟଣା ପାଇଁ ହାଟକୁ ଆସୁଥିବା ତିନୋଟି ନିରୀହ ଜୀବନ ଚାଲିଗଲା। ତେବେ ଦୁର୍ଘଟଣା ପରେ ସ୍ନିଗ୍ଧାରାଣୀଙ୍କ ଭୂମିକାକୁ ନେଇ ଲୋକେ ନାପସନ୍ଦ କରୁଛନ୍ତି। ଜଣେ ତିନି ତାରକା ପାଇଥିବା ପୁଲିସ୍‌ ଅଧିକାରୀ ହୋଇ ମଧ୍ୟ ଦୁର୍ଘଟଣା ପରେ ନିଜର କର୍ତ୍ତବ୍ୟ ଭୁଲି ଘଟଣାସ୍ଥଳରୁ ଫେରାର ହୋଇଗଲେ। ସୋନପୁର ଏସ୍‌ପିଙ୍କ କହିବାନୁସାରେ ଯଦି ଭୟରେ ଘଟଣାସ୍ଥଳରୁ ଫେରାର ହୋଇଗଲେ ତେବେ ନିକଟସ୍ଥ ଥାନାକୁ ଯିବା କଥା । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବାର ବ୍ୟବସ୍ଥା କରିବା କଥା । ଏହା ନକରି ଡ୍ରାଇଭରଙ୍କ ସହ ବଲାଙ୍ଗିର ହାତୀସାଲ ପଡାରେ ଲୁଚିଲେ। ସୋନପୁର ପୁଲିସ୍‌ ଖୋଜି ଖୋଜି ନୟାନ୍ତ ହେବା ପରେ ସନ୍ଧ୍ୟାରେ ଉଭୟଙ୍କୁ ଠାବ କରିଥିଲା । ଯଦି ସ୍ନିଗ୍ଧାରାଣୀଙ୍କ କୌଣସି ଭୁଲ୍‌ ନ ଥିଲା ଥାନାକୁ ନଯାଇ ଲୁଚିଲେ କାହିଁକି? ସେ ଯେଉଁ ଜିଲ୍ଲାରେ କାମ କରୁଥିଲେ ମଧ୍ୟ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପୁଲିସ୍‌ର ପ୍ରଥମ କର୍ତ୍ତବ୍ୟ ହୋଇଥିଲେ ମଧ୍ୟ ତାହା ଭୁଲି ଗଲେ ।

ଅନ୍ୟ ଜଣେ ହଲେ ଏହି ଜିଲ୍ଲାର କୃତି ସନ୍ତାନ ଦେବଦତ୍ତ ବେହେରା । ଯହାଙ୍କ ପାଇଁ ସାରା ଜିଲ୍ଲାବାସୀ ଗର୍ବ ଅନୁଭବ କରୁଛନ୍ତି। ସୁନାବେଶ ସମୟରେ କାଳିଆ ଦର୍ଶନ ପାଇଁ ଜଣେ ବୃଦ୍ଧା ଆତୁର ହୋଇ ଯାଉଥିଲେ। ତେବେ ଲକ୍ଷ ଲକ୍ଷ ଲୋକଙ୍କ ଗହଳି ଭିତରେ କାଳିଆଙ୍କ ଦର୍ଶନ ନପାଇଁ ବୃଦ୍ଧା ଜଣଙ୍କ ଦୁଃଖରେ ଭାଙ୍ଗି ପଡୁଥିଲେ। ତେବେ ଦେବଦତ୍ତଙ୍କ ନଜର ଏହି ବୃଦ୍ଧା ମାଙ୍କ ଉପରେ ପଡିଲା । ନିଜ କାନ୍ଧରେ ଉକ୍ତ ବୁଢୀ ମାଙ୍କୁ ବସାଇ କାଳିଆ ଦର୍ଶନ କରାଇଥିଲେ ଦେବଦତ୍ତ । ତେବେ ଦେବଦତ୍ତଙ୍କ ଏଭଳି ମହାନ କାମ ପାଇଁ କେବଳ ଯେ ଜିଲ୍ଲାବାସୀ ଗର୍ବିତ ତାହା ନୁହେଁ ପୁଲିସ୍‌ ବିଭାଗ ପ୍ରତି ଲୋକଙ୍କ ସମ୍ମାନ ଦ୍ୱିଗୁଣିତ ହୋଇଛି ।

ସୁବଣ୍ଣ ର୍ପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ନିବାସୀ କୈଳାସଚନ୍ଦ୍ର ବେହେରାଙ୍କ ପୁଅ ଦେବଦତ୍ତ ବେହେରା । ସେ ଓଡିଶା ପୁଲିସ୍‌ରେ ଏସ୍‌ଓଜି କମାଣ୍ଡୋ ଭାବେ କାର୍ଯ୍ୟ କରୁଛନ୍ତି। ଦେବଦତ୍ତ ନିଜ କାନ୍ଧରେ ବୁଢୀ ମାଙ୍କୁ ବସାଇ ଥିବାର ଫଟୋ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେବଦତ୍ତଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ପୁରୀ ପୁଲିସ୍‌ ଏବଂ ପୁରୀ ଏସ୍‌ପି ଏସ୍‌ଓଜି ଯବାନଙ୍କ ଏହି ଫଟୋ ଟ୍ୱିଟ୍‌ କରିଛନ୍ତି । ସାଂସଦ ଅମର ପଟ୍ଟନାୟକଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଦେବଦତ୍ତଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି ।

13 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର