ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି ପତି-ପତ୍ନୀ, ୨୨ ବର୍ଷ ହେଲା କଳା ମାଧ୍ୟମରେ କରୁଛନ୍ତି ସଚେତନତା

The Sakala Picture
Published On

ସୋନପୁର: ରବିବାର ପୂର୍ବାହ୍ନରେ ଜଣେ ବୟସ୍କା ମହିଳାଙ୍କ କଣ୍ଠରେ ଭାସି ଆସୁଥିବା ‘ଏ ବାବୁ, ମୋବାଇଲ୍‌ଥି କଥା ହେଇ ଗାଡି ନାଇଁ ଚଲାବୁ’ ଗୀତ ଶୁଣି ରାସ୍ତାରେ ଯାଉଥିବା ଲୋକେ କିଛି କ୍ଷଣ ଅଟକି ଯାଉଥିଲେ । ମୋବାଇଲରେ କଥା ହୋଇ ବାଇକ୍‌ ଚଳାଉ ଥିବା ଜଣେ ଯୁବକ ଏହି ଗୀତ ଶୁଣି ରାସ୍ତା କଡରେ ଅଟକି ମୋବାଇଲରେ କଥା ହୋଇଥିଲେ । ଏଭଳି ସଡକ ସୁରକ୍ଷାର ଗୀତ ସହ ବାଦ୍ୟକାରଙ୍କ ଢୋଲ ବାଦ୍ୟ ବହୁ ଲୋକଙ୍କୁ […]

ସୋନପୁର: ରବିବାର ପୂର୍ବାହ୍ନରେ ଜଣେ ବୟସ୍କା ମହିଳାଙ୍କ କଣ୍ଠରେ ଭାସି ଆସୁଥିବା ‘ଏ ବାବୁ, ମୋବାଇଲ୍‌ଥି କଥା ହେଇ ଗାଡି ନାଇଁ ଚଲାବୁ’ ଗୀତ ଶୁଣି ରାସ୍ତାରେ ଯାଉଥିବା ଲୋକେ କିଛି କ୍ଷଣ ଅଟକି ଯାଉଥିଲେ । ମୋବାଇଲରେ କଥା ହୋଇ ବାଇକ୍‌ ଚଳାଉ ଥିବା ଜଣେ ଯୁବକ ଏହି ଗୀତ ଶୁଣି ରାସ୍ତା କଡରେ ଅଟକି ମୋବାଇଲରେ କଥା ହୋଇଥିଲେ । ଏଭଳି ସଡକ ସୁରକ୍ଷାର ଗୀତ ସହ ବାଦ୍ୟକାରଙ୍କ ଢୋଲ ବାଦ୍ୟ ବହୁ ଲୋକଙ୍କୁ ବାନ୍ଧି ରଖିଥିଲା । କେବଳ ଯେ ସଡକ ସୁରକ୍ଷାର କଥା ନୁହେଁ ନିଶା ନିବାରଣ, ଜଙ୍ଗଲ ସୁରକ୍ଷା ଆଦି ବିଭିନ୍ନ ସଚେତନତା ଧର୍ମୀ ବାର୍ତ୍ତା ନେଇ ଦୀର୍ଘ ୨୨ ବର୍ଷ ହେଲା ବୁଲି ବୁଲି ପ୍ରଚାର କରୁଛନ୍ତି ପତି- ପତ୍ନୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ପଞ୍ଚାୟତ ଅନ୍ତର୍ଗତ ଝମ୍ଭାଲିପାଲି ଗାଁର ହରେକୃଷ୍ଣ ବାଘ ଏବଂ ପୂର୍ଣ୍ଣବାସୀ ବାଘ ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

ନିଜସ୍ୱ ଉଦ୍ୟମରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ବୁଲି ଏଭଳି ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି । ହରେକୃଷ୍ଣଙ୍କୁ ୬୩ ବର୍ଷ ହୋଇଥିବା ବେଳେ ପୂର୍ଣ୍ଣବାସୀଙ୍କୁ ୫୮ ବର୍ଷ । ପତି-ପତ୍ନୀଙ୍କୁ ଏତିକି ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଛୁଇଁ ପାରିନାହିଁ । ହରେକୃଷ୍ଣ କହିଛନ୍ତି ଘରେ ବସି ଲାଭ କଣ କଳା ମାଧ୍ୟମରେ ଆମେ ସମାଜକୁ କିଛି ବାର୍ତ୍ତା ଦେଇ ପାରୁଛୁ । ଆମର ଦୁଇ ଝିଅଙ୍କୁ ବାହା କରାଇ ସାରିଛୁ, ଘରେ ଅବସର ସମୟରେ ଏକାକି କଣ କରିବୁ । କଳା ପରିବେଷଣ ଦ୍ୱାରା ଲୋକଙ୍କ ସହ ସମ୍ପର୍କ ଯୋଡି ହେଉଛି ବୋଲି ପୂର୍ଣ୍ଣବାସୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

04 Dec 2022 By The Sakala

ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି ପତି-ପତ୍ନୀ, ୨୨ ବର୍ଷ ହେଲା କଳା ମାଧ୍ୟମରେ କରୁଛନ୍ତି ସଚେତନତା

ସୋନପୁର: ରବିବାର ପୂର୍ବାହ୍ନରେ ଜଣେ ବୟସ୍କା ମହିଳାଙ୍କ କଣ୍ଠରେ ଭାସି ଆସୁଥିବା ‘ଏ ବାବୁ, ମୋବାଇଲ୍‌ଥି କଥା ହେଇ ଗାଡି ନାଇଁ ଚଲାବୁ’ ଗୀତ ଶୁଣି ରାସ୍ତାରେ ଯାଉଥିବା ଲୋକେ କିଛି କ୍ଷଣ ଅଟକି ଯାଉଥିଲେ । ମୋବାଇଲରେ କଥା ହୋଇ ବାଇକ୍‌ ଚଳାଉ ଥିବା ଜଣେ ଯୁବକ ଏହି ଗୀତ ଶୁଣି ରାସ୍ତା କଡରେ ଅଟକି ମୋବାଇଲରେ କଥା ହୋଇଥିଲେ । ଏଭଳି ସଡକ ସୁରକ୍ଷାର ଗୀତ ସହ ବାଦ୍ୟକାରଙ୍କ ଢୋଲ ବାଦ୍ୟ ବହୁ ଲୋକଙ୍କୁ ବାନ୍ଧି ରଖିଥିଲା । କେବଳ ଯେ ସଡକ ସୁରକ୍ଷାର କଥା ନୁହେଁ ନିଶା ନିବାରଣ, ଜଙ୍ଗଲ ସୁରକ୍ଷା ଆଦି ବିଭିନ୍ନ ସଚେତନତା ଧର୍ମୀ ବାର୍ତ୍ତା ନେଇ ଦୀର୍ଘ ୨୨ ବର୍ଷ ହେଲା ବୁଲି ବୁଲି ପ୍ରଚାର କରୁଛନ୍ତି ପତି- ପତ୍ନୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ପଞ୍ଚାୟତ ଅନ୍ତର୍ଗତ ଝମ୍ଭାଲିପାଲି ଗାଁର ହରେକୃଷ୍ଣ ବାଘ ଏବଂ ପୂର୍ଣ୍ଣବାସୀ ବାଘ ।

ନିଜସ୍ୱ ଉଦ୍ୟମରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ବୁଲି ଏଭଳି ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି । ହରେକୃଷ୍ଣଙ୍କୁ ୬୩ ବର୍ଷ ହୋଇଥିବା ବେଳେ ପୂର୍ଣ୍ଣବାସୀଙ୍କୁ ୫୮ ବର୍ଷ । ପତି-ପତ୍ନୀଙ୍କୁ ଏତିକି ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଛୁଇଁ ପାରିନାହିଁ । ହରେକୃଷ୍ଣ କହିଛନ୍ତି ଘରେ ବସି ଲାଭ କଣ କଳା ମାଧ୍ୟମରେ ଆମେ ସମାଜକୁ କିଛି ବାର୍ତ୍ତା ଦେଇ ପାରୁଛୁ । ଆମର ଦୁଇ ଝିଅଙ୍କୁ ବାହା କରାଇ ସାରିଛୁ, ଘରେ ଅବସର ସମୟରେ ଏକାକି କଣ କରିବୁ । କଳା ପରିବେଷଣ ଦ୍ୱାରା ଲୋକଙ୍କ ସହ ସମ୍ପର୍କ ଯୋଡି ହେଉଛି ବୋଲି ପୂର୍ଣ୍ଣବାସୀ କହିଛନ୍ତି ।

https://www.thesakala.in/latest-odisha-news/subarnapur/husband-and-wife-have-been-spreading-the-message-of-awareness-for-22-years/article-17081
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର