ଦେଢ଼ ବର୍ଷ ପରେ ଅଫ୍‌ଲାଇନ୍ ପାଠପଢ଼ା, ସ୍କୁଲ ଗଲେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଆଜିଠୁ ଅଷ୍ଟମ ଶ୍ରେଣୀ ଖୋଲିଛି। ଦୀର୍ଘ ଦେଢ଼ ବର୍ଷ ପରେ ପିଲାମାନେ ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାମ୍ନାରେ ଦେଖିବେ। ଏଥିପାଇଁ ପିଲାଙ୍କ ମନରେ ଉତ୍ସାହ। ସେପଟେ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିବାକୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ମଧ୍ୟ ପୂରା ପ୍ରସ୍ତୁତ । ସବୁ କ୍ଲାସ୍ ଭଳି ଅଷ୍ଟମ ଶ୍ରେଣୀର ପିଲାମାନେ ମଧ୍ୟ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲକୁ ଆସିବେ । ପ୍ରବେଶ ପଥରେ ଶିକ୍ଷକମାନେ […]

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଆଜିଠୁ ଅଷ୍ଟମ ଶ୍ରେଣୀ ଖୋଲିଛି। ଦୀର୍ଘ ଦେଢ଼ ବର୍ଷ ପରେ ପିଲାମାନେ ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାମ୍ନାରେ ଦେଖିବେ। ଏଥିପାଇଁ ପିଲାଙ୍କ ମନରେ ଉତ୍ସାହ। ସେପଟେ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିବାକୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ମଧ୍ୟ ପୂରା ପ୍ରସ୍ତୁତ । ସବୁ କ୍ଲାସ୍ ଭଳି ଅଷ୍ଟମ ଶ୍ରେଣୀର ପିଲାମାନେ ମଧ୍ୟ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲକୁ ଆସିବେ ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ପ୍ରବେଶ ପଥରେ ଶିକ୍ଷକମାନେ ପିଲାଙ୍କୁ ସାମାଜିତ ଦୂରତା ରକ୍ଷା କରି ଅନୁମତି ପତ୍ର ଦେଖିବା ପରେ ଭିତରକୁ ଛାଡ଼ିବେ । ଶ୍ରେଣୀଗୃହରେ ପରୀକ୍ଷା ଭଳି ନିର୍ଦ୍ଦିଷ୍ଟ ସ୍ଥାନରେ ପିଲାମାନେ ବେଞ୍ଚରେ ବସିବେ । ସେମାନଙ୍କୁ କରୋନା ନିୟମ ମାନିବାକୁ ସଚେତନ କରାଯିବ। ଆଜିଠୁ ପାଠପଢ଼ା ଆରମ୍ଭ ହେବନି। ପ୍ରଥମ ଦୁଇଦିନ (ସୋମବାର ଓ ମଙ୍ଗଳବାର ) ହସଖୁସି ଚାଲିବ। ପିଲାମାନେ ଅଧିକ ଦିନ ଘରେ ରହିଯାଇଥିବାରୁ ସେମାନଙ୍କୁ ପୁଣି ସ୍କୁଲ ପରିବେଶ ସହ ଖାପଖୁଆଇବା ପାଇଁ ପ୍ରଥମ ଦୁଇଦିନ ଆଲୋଚନା, ଭଳି ପ୍ରତିଯୋଗିତା, ସଂଗୀତଗାନ, ଚିତ୍ରାଙ୍କନ ଆଦି କରାଯିବ। ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଥିବା ଏହି ପିଲାମାନେ ସମ୍ପୂର୍ଣ୍ଣ ସ୍କୁଲ ବନ୍ଦ ଯୋଗୁଁ ସପ୍ତମ ଶ୍ରେଣୀରେ ଆଦୌ କିଛି ପଢ଼ିନାହାନ୍ତି। ବିନା ପାଠପଢ଼ାରେ ସପ୍ତମରୁ ଅଷ୍ଟମ ଶ୍ରେଣୀକୁ ଆସିଛନ୍ତି। ସେମାନେ ସପ୍ତମ ପାଠକୁ ନେଇ ପ୍ରଶିକ୍ଷଣସ୍ତରରେ  ମପାଯିବ। ଏଥିପାଇଁ ୨୭ ତାରିଖରେ ଓଡ଼ିଆ, ୨୮ରେ ଗଣିତ ଓ ୨୯ରେ ଇଂରାଜୀ ବିଷୟରେ ପରୀକ୍ଷା କରାଯିବ । ସବୁ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ପରୀକ୍ଷା ଦେବେ । ଯେଉଁ ପିଲାମାନେ ସ୍କୁଲକୁ ଆସିବେନି ପ୍ରଧାନଶିକ୍ଷକ ସେମାନଙ୍କ ଘର ବା ଗାଁକୁ ପ୍ରଶ୍ନପତ୍ର ପଠାଇ ଆକଳନ କରାଇବେ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ପିଲାଙ୍କ ଫଳକୁ ବିଶ୍ଳେଷଣ କରିବା ପରେ କେଉଁ ପିଲାଙ୍କୁ କେମିତି ପାଠପଢ଼ା ଯିବ ତାହା ଉପରେ ଧ୍ୟାନ ଦେଇ ଶିକ୍ଷକ କ୍ଲାସ୍ କରିବେ । ପ୍ରଥମେ ଯେଉଁ ବିଷୟଗୁଡ଼ିକ ଉଭୟ ସପ୍ତମ ଶ୍ରେଣୀ ଓ ଅଷ୍ଟମ ଶ୍ରେଣୀରେ ଅଛି, ସେଗୁଡ଼ିକୁ ଶିକ୍ଷକମାନେ ପଢ଼ାଇବେ। ଏହାଦ୍ଵାରା ପିଲାମାନେ ପାଠକୁ ଗ୍ରହଣ କରିବାରେ ସୁବିଧା ହେବ । ପ୍ରତ୍ୟେକ ଦିନ ପାଠପଢ଼ା ସରିବା ପରେ ୩୦ ମିନିଟର ଏକ ବୈଠକ ପ୍ରଧାନଶିକ୍ଷକ ଶିକ୍ଷକଙ୍କ ସହ କରି ପାଠପଢ଼ା ଅଗ୍ରଗତିର ସମିକ୍ଷା କରିବେ । ପରଦିନ ପାଇଁ ପାଠପଢ଼ାର ଯୋଜନା ପ୍ରସ୍ତୁତ କରିବେ । ପ୍ରତ୍ୟେକ ସପ୍ତାହରେ ଥରେ ଓ ମାସର ଶେଷଦିନ ସ୍କୁଲର ଶିକ୍ଷାଦାନ ଉପରେ ପ୍ରଧାନଶିକ୍ଷକ ବୈଠକ କରି ପାଠପଢ଼ା ଅଗ୍ରଗତିର ସମୀକ୍ଷା ମଧ୍ୟ କରିବେ ।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

25 Oct 2021 By The Sakala

ଦେଢ଼ ବର୍ଷ ପରେ ଅଫ୍‌ଲାଇନ୍ ପାଠପଢ଼ା, ସ୍କୁଲ ଗଲେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଆଜିଠୁ ଅଷ୍ଟମ ଶ୍ରେଣୀ ଖୋଲିଛି। ଦୀର୍ଘ ଦେଢ଼ ବର୍ଷ ପରେ ପିଲାମାନେ ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାମ୍ନାରେ ଦେଖିବେ। ଏଥିପାଇଁ ପିଲାଙ୍କ ମନରେ ଉତ୍ସାହ। ସେପଟେ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିବାକୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ମଧ୍ୟ ପୂରା ପ୍ରସ୍ତୁତ । ସବୁ କ୍ଲାସ୍ ଭଳି ଅଷ୍ଟମ ଶ୍ରେଣୀର ପିଲାମାନେ ମଧ୍ୟ ଅଭିଭାବକଙ୍କ ଅନୁମତି ନେଇ ସ୍କୁଲକୁ ଆସିବେ ।

ପ୍ରବେଶ ପଥରେ ଶିକ୍ଷକମାନେ ପିଲାଙ୍କୁ ସାମାଜିତ ଦୂରତା ରକ୍ଷା କରି ଅନୁମତି ପତ୍ର ଦେଖିବା ପରେ ଭିତରକୁ ଛାଡ଼ିବେ । ଶ୍ରେଣୀଗୃହରେ ପରୀକ୍ଷା ଭଳି ନିର୍ଦ୍ଦିଷ୍ଟ ସ୍ଥାନରେ ପିଲାମାନେ ବେଞ୍ଚରେ ବସିବେ । ସେମାନଙ୍କୁ କରୋନା ନିୟମ ମାନିବାକୁ ସଚେତନ କରାଯିବ। ଆଜିଠୁ ପାଠପଢ଼ା ଆରମ୍ଭ ହେବନି। ପ୍ରଥମ ଦୁଇଦିନ (ସୋମବାର ଓ ମଙ୍ଗଳବାର ) ହସଖୁସି ଚାଲିବ। ପିଲାମାନେ ଅଧିକ ଦିନ ଘରେ ରହିଯାଇଥିବାରୁ ସେମାନଙ୍କୁ ପୁଣି ସ୍କୁଲ ପରିବେଶ ସହ ଖାପଖୁଆଇବା ପାଇଁ ପ୍ରଥମ ଦୁଇଦିନ ଆଲୋଚନା, ଭଳି ପ୍ରତିଯୋଗିତା, ସଂଗୀତଗାନ, ଚିତ୍ରାଙ୍କନ ଆଦି କରାଯିବ। ଅଷ୍ଟମ ଶ୍ରେଣୀରେ ପଢ଼ିବାକୁ ଥିବା ଏହି ପିଲାମାନେ ସମ୍ପୂର୍ଣ୍ଣ ସ୍କୁଲ ବନ୍ଦ ଯୋଗୁଁ ସପ୍ତମ ଶ୍ରେଣୀରେ ଆଦୌ କିଛି ପଢ଼ିନାହାନ୍ତି। ବିନା ପାଠପଢ଼ାରେ ସପ୍ତମରୁ ଅଷ୍ଟମ ଶ୍ରେଣୀକୁ ଆସିଛନ୍ତି। ସେମାନେ ସପ୍ତମ ପାଠକୁ ନେଇ ପ୍ରଶିକ୍ଷଣସ୍ତରରେ  ମପାଯିବ। ଏଥିପାଇଁ ୨୭ ତାରିଖରେ ଓଡ଼ିଆ, ୨୮ରେ ଗଣିତ ଓ ୨୯ରେ ଇଂରାଜୀ ବିଷୟରେ ପରୀକ୍ଷା କରାଯିବ । ସବୁ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ପରୀକ୍ଷା ଦେବେ । ଯେଉଁ ପିଲାମାନେ ସ୍କୁଲକୁ ଆସିବେନି ପ୍ରଧାନଶିକ୍ଷକ ସେମାନଙ୍କ ଘର ବା ଗାଁକୁ ପ୍ରଶ୍ନପତ୍ର ପଠାଇ ଆକଳନ କରାଇବେ।

ପିଲାଙ୍କ ଫଳକୁ ବିଶ୍ଳେଷଣ କରିବା ପରେ କେଉଁ ପିଲାଙ୍କୁ କେମିତି ପାଠପଢ଼ା ଯିବ ତାହା ଉପରେ ଧ୍ୟାନ ଦେଇ ଶିକ୍ଷକ କ୍ଲାସ୍ କରିବେ । ପ୍ରଥମେ ଯେଉଁ ବିଷୟଗୁଡ଼ିକ ଉଭୟ ସପ୍ତମ ଶ୍ରେଣୀ ଓ ଅଷ୍ଟମ ଶ୍ରେଣୀରେ ଅଛି, ସେଗୁଡ଼ିକୁ ଶିକ୍ଷକମାନେ ପଢ଼ାଇବେ। ଏହାଦ୍ଵାରା ପିଲାମାନେ ପାଠକୁ ଗ୍ରହଣ କରିବାରେ ସୁବିଧା ହେବ । ପ୍ରତ୍ୟେକ ଦିନ ପାଠପଢ଼ା ସରିବା ପରେ ୩୦ ମିନିଟର ଏକ ବୈଠକ ପ୍ରଧାନଶିକ୍ଷକ ଶିକ୍ଷକଙ୍କ ସହ କରି ପାଠପଢ଼ା ଅଗ୍ରଗତିର ସମିକ୍ଷା କରିବେ । ପରଦିନ ପାଇଁ ପାଠପଢ଼ାର ଯୋଜନା ପ୍ରସ୍ତୁତ କରିବେ । ପ୍ରତ୍ୟେକ ସପ୍ତାହରେ ଥରେ ଓ ମାସର ଶେଷଦିନ ସ୍କୁଲର ଶିକ୍ଷାଦାନ ଉପରେ ପ୍ରଧାନଶିକ୍ଷକ ବୈଠକ କରି ପାଠପଢ଼ା ଅଗ୍ରଗତିର ସମୀକ୍ଷା ମଧ୍ୟ କରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର