ମୋବାଇଲରେ କ୍ୟୁଆର କୋଡ୍‌ ସ୍କାନ କରି ପାଠ୍ୟପୁସ୍ତକ ପଢିପାରିବେ ଦଶମରୁ ଦ୍ବାଦଶ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ବର: ପ୍ରଥମରୁ ଅଷ୍ଟମଶ୍ରେଣୀ ପାଠ୍ୟ ପୁସ୍ତକ ଭଳି ୨୦୨୧-୨୨ ଶିକ୍ଷାବର୍ଷରୁ ଦଶମ, ଏକାଦଶ, ଦ୍ୱାଦଶ (+୨) ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପୁସ୍ତକକୁ ଡିଜିଟାଲ କରିବାକୁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗତବର୍ଷ ପରୀକ୍ଷାମୂଳକ ଭାବେ କିଛି ଏକାଦଶ ଓ ଦ୍ବାଦଶ ପାଠ୍ୟକ୍ରମର ପୁସ୍ତକକୁ ଡିଜିଟାଲ କରାଯିବା ସହ ‘କ୍ୟୁଆର୍ କୋଡ୍‌’ ବ୍ୟବସ୍ଥା କରାଯାଇଥିଲା। ଏହାକୁ ସଫଳତା ମିଳିବା ପରେ ଏବର୍ଷ ସମସ୍ତ ବିଷୟର ପୁସ୍ତକକୁ ‘କ୍ୟୁଆର କୋଡ୍‌ ’ସମ୍ବଳିତ କରିବାକୁ ବିଭାଗ ପ୍ରାଧାନ୍ୟ ଦେଇଛି। […]

ଭୁବନେଶ୍ବର: ପ୍ରଥମରୁ ଅଷ୍ଟମଶ୍ରେଣୀ ପାଠ୍ୟ ପୁସ୍ତକ ଭଳି ୨୦୨୧-୨୨ ଶିକ୍ଷାବର୍ଷରୁ ଦଶମ, ଏକାଦଶ, ଦ୍ୱାଦଶ (+୨) ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପୁସ୍ତକକୁ ଡିଜିଟାଲ କରିବାକୁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗତବର୍ଷ ପରୀକ୍ଷାମୂଳକ ଭାବେ କିଛି ଏକାଦଶ ଓ ଦ୍ବାଦଶ ପାଠ୍ୟକ୍ରମର ପୁସ୍ତକକୁ ଡିଜିଟାଲ କରାଯିବା ସହ ‘କ୍ୟୁଆର୍ କୋଡ୍‌’ ବ୍ୟବସ୍ଥା କରାଯାଇଥିଲା। ଏହାକୁ ସଫଳତା ମିଳିବା ପରେ ଏବର୍ଷ ସମସ୍ତ ବିଷୟର ପୁସ୍ତକକୁ ‘କ୍ୟୁଆର କୋଡ୍‌ ’ସମ୍ବଳିତ କରିବାକୁ ବିଭାଗ ପ୍ରାଧାନ୍ୟ ଦେଇଛି। ଏହାଦ୍ବାରା ବିଦ୍ୟାର୍ଥୀ ସହଜରେ ଘରେ ବସି ଡିଜିଟାଲ ପୁସ୍ତକ ମୋବାଇଲରେ ପାଇପାରିବେ। ବହି ଅସଲି କି ନକଲି ତାହା ମଧ୍ୟ ସହଜରେ ସ୍କାନ କରି ଜାଣିପାରିବେ ବିଦ୍ୟାର୍ଥୀ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟତଃ ନକଲି ବହି ବେପାର ରୋକିବା ଓ କଳାବଜାର ବ୍ୟବସାୟ ଉପରେ ଅଙ୍କୁଶ ଲଗାଇବା ପାଇଁ ବିଭାଗ ଏଭଳି ପଦକ୍ଷେପ ନେଇଛି। କ୍ୟୁଆର କୋଡ୍‌ ରହିବା ଦ୍ବାରା ସହଜରେ ଛାତ୍ରଛାତ୍ରୀ ମୋବାଇଲରେ ସ୍କାନ କରି ବହି ମୋବାଇଲ ଫୋନ୍‌ରେ ପଢିପାରିବେ। ସେଥିଯୋଗୁଁ ଓଡ଼ିଶା ପାଠ୍ୟପୁସ୍ତକ ପ୍ରସ୍ତୁତ ଓ ପ୍ରକାଶନ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ସବୁ ଏକାଦଶ ଓ ଦ୍ବାଦଶ ପାଠ୍ୟପୁସ୍ତକରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରିବାକୁ ସଂସ୍ଥାକୁ ନିର୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

24 Oct 2021 By The Sakala

ମୋବାଇଲରେ କ୍ୟୁଆର କୋଡ୍‌ ସ୍କାନ କରି ପାଠ୍ୟପୁସ୍ତକ ପଢିପାରିବେ ଦଶମରୁ ଦ୍ବାଦଶ ଛାତ୍ରଛାତ୍ରୀ

ଭୁବନେଶ୍ବର: ପ୍ରଥମରୁ ଅଷ୍ଟମଶ୍ରେଣୀ ପାଠ୍ୟ ପୁସ୍ତକ ଭଳି ୨୦୨୧-୨୨ ଶିକ୍ଷାବର୍ଷରୁ ଦଶମ, ଏକାଦଶ, ଦ୍ୱାଦଶ (+୨) ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପୁସ୍ତକକୁ ଡିଜିଟାଲ କରିବାକୁ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଗତବର୍ଷ ପରୀକ୍ଷାମୂଳକ ଭାବେ କିଛି ଏକାଦଶ ଓ ଦ୍ବାଦଶ ପାଠ୍ୟକ୍ରମର ପୁସ୍ତକକୁ ଡିଜିଟାଲ କରାଯିବା ସହ ‘କ୍ୟୁଆର୍ କୋଡ୍‌’ ବ୍ୟବସ୍ଥା କରାଯାଇଥିଲା। ଏହାକୁ ସଫଳତା ମିଳିବା ପରେ ଏବର୍ଷ ସମସ୍ତ ବିଷୟର ପୁସ୍ତକକୁ ‘କ୍ୟୁଆର କୋଡ୍‌ ’ସମ୍ବଳିତ କରିବାକୁ ବିଭାଗ ପ୍ରାଧାନ୍ୟ ଦେଇଛି। ଏହାଦ୍ବାରା ବିଦ୍ୟାର୍ଥୀ ସହଜରେ ଘରେ ବସି ଡିଜିଟାଲ ପୁସ୍ତକ ମୋବାଇଲରେ ପାଇପାରିବେ। ବହି ଅସଲି କି ନକଲି ତାହା ମଧ୍ୟ ସହଜରେ ସ୍କାନ କରି ଜାଣିପାରିବେ ବିଦ୍ୟାର୍ଥୀ।

ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟତଃ ନକଲି ବହି ବେପାର ରୋକିବା ଓ କଳାବଜାର ବ୍ୟବସାୟ ଉପରେ ଅଙ୍କୁଶ ଲଗାଇବା ପାଇଁ ବିଭାଗ ଏଭଳି ପଦକ୍ଷେପ ନେଇଛି। କ୍ୟୁଆର କୋଡ୍‌ ରହିବା ଦ୍ବାରା ସହଜରେ ଛାତ୍ରଛାତ୍ରୀ ମୋବାଇଲରେ ସ୍କାନ କରି ବହି ମୋବାଇଲ ଫୋନ୍‌ରେ ପଢିପାରିବେ। ସେଥିଯୋଗୁଁ ଓଡ଼ିଶା ପାଠ୍ୟପୁସ୍ତକ ପ୍ରସ୍ତୁତ ଓ ପ୍ରକାଶନ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ସବୁ ଏକାଦଶ ଓ ଦ୍ବାଦଶ ପାଠ୍ୟପୁସ୍ତକରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରିବାକୁ ସଂସ୍ଥାକୁ ନିର୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର