ନିଷ୍ପତ୍ତି ନେଲେନି ବିଶ୍ୱବିଦ୍ୟାଳୟ: ଦ୍ୱୈତ ଡିଗ୍ରୀକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ୱର: ଏକକାଳୀନ ଦୁଇଟି ଡିଗ୍ରି ହାସଲ କରିବେ ଛାତ୍ରଛାତ୍ରୀ। ଇଚ୍ଛା ମୁତାବକ ଦୁଇଟି ଭିନ୍ନ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିବା ନେଇ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ବିଗତ ବର୍ଷରେ ମାର୍ଗଦର୍ଶିକା ଜାରି କଲା। ରାଜ୍ୟର ଛାତ୍ରଛାତ୍ରୀ ଏହାକୁ ନେଇ ଉତ୍ସାହିତ ହୋଇଥିଲେ ମଧ୍ୟ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ ଏସଂକ୍ରାନ୍ତରେ ଏଯାଏଁ ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି। ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏ ସମ୍ପର୍କରେ କୌଣସି ନୀତିଗତ ନିଷ୍ପତ୍ତି ଗ୍ରହଣ କରିନି। ଫଳରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ […]

ଭୁବନେଶ୍ୱର: ଏକକାଳୀନ ଦୁଇଟି ଡିଗ୍ରି ହାସଲ କରିବେ ଛାତ୍ରଛାତ୍ରୀ। ଇଚ୍ଛା ମୁତାବକ ଦୁଇଟି ଭିନ୍ନ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିବା ନେଇ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ବିଗତ ବର୍ଷରେ ମାର୍ଗଦର୍ଶିକା ଜାରି କଲା। ରାଜ୍ୟର ଛାତ୍ରଛାତ୍ରୀ ଏହାକୁ ନେଇ ଉତ୍ସାହିତ ହୋଇଥିଲେ ମଧ୍ୟ ଓଡ଼ିଶାର କୌଣସି ବିଶ୍ୱବିଦ୍ୟାଳୟ ଏସଂକ୍ରାନ୍ତରେ ଏଯାଏଁ ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି। ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏ ସମ୍ପର୍କରେ କୌଣସି ନୀତିଗତ ନିଷ୍ପତ୍ତି ଗ୍ରହଣ କରିନି। ଫଳରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦେଖା ଦେବା ସହ ନୂଆ ଶିକ୍ଷାବର୍ଷ ଆରମ୍ଭରୁ ଉଚ୍ଚଶିକ୍ଷା ବିଭାଗ ଏ ସମ୍ପର୍କରେ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ପିଲାମାନେ ଦୃଢ଼ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଏକକାଳୀନ ଦୈତ ଡିଗ୍ରି ବ୍ୟବସ୍ଥା ୟୁଜିସିର ନିଷ୍ପତ୍ତି ଅନୁଯାୟୀ ଡିପ୍ଲୋମା, ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି)ରେ ଲାଗୁ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱୈତ ଡିଗ୍ରୀ ଅଧ୍ୟୟନ ବାଧ୍ୟତାମୂଳକ ହେବନି। ଦ୍ୱୈତ ଡିଗ୍ରୀ ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ହିଁ ନାମ ଲେଖାଇ ପାରିବେ। ଦ୍ୱୈତ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ସମ୍ପର୍କିତ ମାର୍ଗଦର୍ଶିକା ଅନୁଯାୟୀ କେବଳ ଅନଲାଇନ୍‌‌ କିମ୍ବା ଦୂର ନିରନ୍ତର(ଡିସଣ୍ଟାସ) ନୁହଁ, ଦୁଇଟି ଯାକ ଡିଗ୍ରୀ ରେଗୁଲାର୍‌‌ ମୋଡ୍‌‌ରେ ହୋଇ ପାରିବ। ଦୁଇଟି ରେଗୁଲାର୍‌‌ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ରହିବା ଆବଶ୍ୟକ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରୀ ସ୍ତରରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ ଏମଫିଲ୍‌‌ ଓ ପିଏଚ୍‌‌ଡିରେ ଦ୍ୱୈତ ଡିଗ୍ରୀ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ୟୁଜିସି କହିଥିଲା।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ଉଚ୍ଚଶିକ୍ଷାର ଚାହିଦା ବୃଦ୍ଧି ଏବଂ ନିୟମିତ ଷ୍ଟ୍ରିମ୍‌‌ରେ ସିଟ୍‌‌ ଉପଲବ୍ଧତା ସହିତ ଅନେକ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ମୁକ୍ତ ଏବଂ ଦୂର ନିରନ୍ତର ଶିକ୍ଷା(ଓଡିଏଲ୍‌‌) ମୋଡରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଛାତ୍ରଛାତ୍ରୀ ଏକକାଳୀନ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ ପାଇଁ ଆକାଂକ୍ଷା ରଖୁଛନ୍ତି। ସୁବ୍ୟବସ୍ଥା ଭିତ୍ତିରେ ଛାତ୍ରଛାତ୍ରୀଙ୍କୁ ଏକାସାଙ୍ଗରେ ଦୁଇଟି ଏକାଡେମିକ୍‌‌ ପ୍ରୋଗ୍ରାମ ପ୍ରଦାନ କରିବାକୁ ଅନୁମତି ଦିଆଯାଇଥିବା ୟୁଜିସି ଦର୍ଶାଇଥିଲା। ତେବେ ଏହି ବ୍ୟବସ୍ଥାକୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚତର ପ୍ରତିଷ୍ଠାନରେ ଲାଗୁ କରିବା ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଥିଲା। ମାତ୍ର ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିନାହାନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଅପରପକ୍ଷେ ଏ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ନିକଟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂଆ ଶିକ୍ଷାନୀତି ସମ୍ପର୍କରେ ଆଲୋଚନା କରାଯିବା ସହ ଦ୍ୱୈତ ଡିଗ୍ରୀ ସମ୍ପର୍କରେ ଆଲୋଚନା କରାଯାଇଛି। ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର