ଆସନ୍ତା ବର୍ଷରୁ ବର୍ଷିକିଆ ପିଜି ପାଠ୍ୟକ୍ରମ, ଅନଲାଇନ୍‌‌ରେ ପଢ଼ିବାକୁ ବିକଳ୍ପ ପାଇବେ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ୱର: ନୂତନ ଶିକ୍ଷାନୀତି ଅନୁଯାୟୀ ସ୍ନାତକୋତ୍ତର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ରୀୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏଥିପାଇଁ ନୂତନ ଡ୍ରାଫ୍ଟ ଓ କ୍ରେଡିଟ୍‌‌ ଫ୍ରେମ୍‌‌ୱାର୍କ ଜାରୀ କରାଯାଇଛି। ସୂଚନା ଅନୁଯାୟୀ, ପ୍ରଥମଥର ପାଇଁ ୧ ବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆସନ୍ତା ଶିକ୍ଷାବର୍ଷ ଅର୍ଥାତ୍‌‌ ୨୦୨୪ରୁ ଲାଗୁ ହେବ। ଚାରିବର୍ଷ ସ୍ନାତକ ପାଠ୍ୟକ୍ରମ ପଢ଼ିଥିବା ଛାତ୍ରଛାତ୍ରୀ ୧ ବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ପଢ଼ିପାରିବେ। ହେଲେ ୩ବର୍ଷ ସ୍ନାତକ ପାଠ୍ୟକ୍ରମ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ୨ ବର୍ଷିଆ ସ୍ନାତୋକୋତ୍ତର ପାଠ୍ୟକ୍ରମ ପଢ଼ିବାକୁ […]

ଭୁବନେଶ୍ୱର: ନୂତନ ଶିକ୍ଷାନୀତି ଅନୁଯାୟୀ ସ୍ନାତକୋତ୍ତର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। କେନ୍ଦ୍ରୀୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଏଥିପାଇଁ ନୂତନ ଡ୍ରାଫ୍ଟ ଓ କ୍ରେଡିଟ୍‌‌ ଫ୍ରେମ୍‌‌ୱାର୍କ ଜାରୀ କରାଯାଇଛି। ସୂଚନା ଅନୁଯାୟୀ, ପ୍ରଥମଥର ପାଇଁ ୧ ବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆସନ୍ତା ଶିକ୍ଷାବର୍ଷ ଅର୍ଥାତ୍‌‌ ୨୦୨୪ରୁ ଲାଗୁ ହେବ। ଚାରିବର୍ଷ ସ୍ନାତକ ପାଠ୍ୟକ୍ରମ ପଢ଼ିଥିବା ଛାତ୍ରଛାତ୍ରୀ ୧ ବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମ ପଢ଼ିପାରିବେ। ହେଲେ ୩ବର୍ଷ ସ୍ନାତକ ପାଠ୍ୟକ୍ରମ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ୨ ବର୍ଷିଆ ସ୍ନାତୋକୋତ୍ତର ପାଠ୍ୟକ୍ରମ ପଢ଼ିବାକୁ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଏହି ୨ଟି ବିକଳ୍ପ ଉପଲବ୍ଧ କରାଯାଇଥିବା ୟୁଜିସି ଅଧ୍ୟକ୍ଷ ଏମ୍‌‌ ଜଗଦୀଶ କୁମାର କହିଛନ୍ତି। ଦୁଇବର୍ଷିଆ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏକ ବର୍ଷ ପରେ ଛାଡ଼ିବାକୁ ଚାହିଁଲେ, ସେମାନଙ୍କୁ ପିଜି ଡିପ୍ଲୋମା ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ବୋଲି ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ନୂତନ ଡ୍ରାଫ୍ଟ ଓ କ୍ରେଡିଟ୍‌‌ ଫ୍ରେମ୍‌‌ୱାର୍କ ସମ୍ପର୍କରେ ସୂଚନା ଦେଇ ସେ ଆହୁରି କହିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ବିଷୟରେ ନାମ ଲେଖାଇବା କଟକଣା ସ୍ନାତକୋତ୍ତରରୁ ଏବେ ଉଠାଇ ଦିଆଯାଇଛି। ଛାତ୍ରଛାତ୍ରୀମାନେ ସ୍ନାତକରେ ପଢ଼ିଥିବା କୌଣସି ବିଷୟରେ ମଧ୍ୟ ସ୍ନାତକୋତ୍ତର ପଢ଼ିପାରିବେ। ଯେଉଁ ବିଷୟ ସ୍ନାତକରେ ପଢ଼ି ନଥିବେ, ସେହି ବିଷୟରେ ମଧ୍ୟ ନାମ ଲେଖାଇପାରିବେ। ସ୍ନାତକରେ ପଢ଼ିଥିବା ବିଷୟରେ ସ୍ନାତକତ୍ତୋର ପଢ଼ିବା ଏବେ ବାଧ୍ୟତାମୂଳକ ହେବ ନାହିଁ। ସ୍ନାତକୋତ୍ତରରେ ନାମଲେଖା ପାଇଁ ସିୟୁଇଟି ୨୦୨୪ ପରୀକ୍ଷା ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। ଏହାସହ ବିଜ୍ଞାନ, ବୈଷୟିକ, ଇଞ୍ଜିନିୟରିଂ, ଗଣିତ ବିଷୟରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ (ସ୍ନାତକ ଓ ସ୍ନାତକୋତ୍ତର) କୋର୍ସ ମଧ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଆରମ୍ଭ କରିପାରିବେ। ନୂତନ ଡ୍ରାଫ୍ଟ ଓ ଫ୍ରେମ୍‌ୱାର୍କରେ ଏହାକୁ ମଞ୍ଜୁରୀ ମିଳିଛି। ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌‌, ଅଫଲାଇନ୍‌‌ ବା ହାଇବ୍ରିଡ୍‌ ପଦ୍ଧତିରେ ପଢ଼ିବା ପାଇଁ ବିକଳ୍ପ ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର