ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ର ଅଶାନ୍ତି, ବେଆଇନଭାବେ ଅର୍ଥ ଆଦାୟ ଅଭିଯୋଗରେ ଶ୍ରେଣୀଗୃହରେ ତାଲା ପକାଇଲେ ଛାତ୍ରଛାତ୍ରୀ

The Sakala Picture
Published On

ବଡଚଣା/ଚଣ୍ଡିଖୋଲ: ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାୟ ଗ୍ରାମୀଣ କ୍ୟାମ୍ପସର ବିଏସି ନର୍ସିଂର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କଠାରୁ ବେଆଇନଭାବେ ୮ ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାଯାଇଛି। ଏହାକୁ ନେଇ ଗତକାଲିଠାରୁ ଛାତ୍ରଛାତ୍ରୀ କଲେଜ କାର୍ଯ୍ୟାଳୟ ସହିତ ଶ୍ରେଣୀଗୃହରେ ତାଲା ପକାଇଛନ୍ତି। କିଛି ଦିନ ତଳେ ମଧ୍ୟ ଏହା ବିରୁଦ୍ଧରେ କଲେଜ ପରିସରରେ ପିଲାମାନେ ଧାରଣାରେ ବସିଥିଲେ। ସେତେବେଳେ କଲେଜ କତୃପକ୍ଷ ୧୫ ଦିନ ଭିତରେ ସମସ୍ତ ଛାତ୍ରଛାତ୍ରୀଙ୍କ ଆଦାୟ […]

ବଡଚଣା/ଚଣ୍ଡିଖୋଲ: ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାୟ ଗ୍ରାମୀଣ କ୍ୟାମ୍ପସର ବିଏସି ନର୍ସିଂର ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କଠାରୁ ବେଆଇନଭାବେ ୮ ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାଯାଇଛି। ଏହାକୁ ନେଇ ଗତକାଲିଠାରୁ ଛାତ୍ରଛାତ୍ରୀ କଲେଜ କାର୍ଯ୍ୟାଳୟ ସହିତ ଶ୍ରେଣୀଗୃହରେ ତାଲା ପକାଇଛନ୍ତି। କିଛି ଦିନ ତଳେ ମଧ୍ୟ ଏହା ବିରୁଦ୍ଧରେ କଲେଜ ପରିସରରେ ପିଲାମାନେ ଧାରଣାରେ ବସିଥିଲେ। ସେତେବେଳେ କଲେଜ କତୃପକ୍ଷ ୧୫ ଦିନ ଭିତରେ ସମସ୍ତ ଛାତ୍ରଛାତ୍ରୀଙ୍କ ଆଦାୟ ଅର୍ଥକୁ ଫେରସ୍ତ କରିବାକୁ ପ୍ରତିଶୃତି ଦେଇଥିଲେ। ହେଲେ ଘଟାଣାକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପଇସା ଫେରସ୍ତ କରାଯାଇନାହିଁ। ପ୍ରତି ବର୍ଷ ଜଣେ ଜଣେ ଛାତ୍ରଛାତ୍ରୀଙ୍କଠାରୁ ବାର୍ଷିକ ୭୫ ହଜାର ଟଙ୍କା ନେବା ପରେ ପ୍ରାକ୍ଟିକାଲ ନାମରେ ୮ ହଜାର ଟଙ୍କା କାହିଁକି ନିଆଯାଉଛି ବୋଲି ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ଶୁଶ୍ରୁତ ଉତ୍କଳ ହେଲଥ ଆଣ୍ଡ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ ସହ ଭାଗିତାରେ ଚାଲିଥିବା ଏହି ବିଏସି ନର୍ସିର୍ଂଗ କୋର୍ସରେ ପ୍ରାୟ ୮୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କଠାରୁ ପ୍ରାକ୍ଟିକାଲ ନାମରେ ୮ ହଜାର ଟଙ୍କା ନେବା ପରେ ବି ଏହି କଲେଜରେ ପ୍ରାକ୍ଟିକାଲ ସାମଗ୍ରୀ ନ ଥିବା ଦେଖିବାକୁ ମିଳିଛି। ଏଥିସହ ଦୁଇ ବର୍ଷ ହେଲାଣି ଏହି ଛାତ୍ରଛାତ୍ରୀମାନେ କୌଣସି ମେଡିକାଲକୁ ପ୍ରାକ୍ଟିକାଲ ନିମନ୍ତେ ଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଟ୍ରଷ୍ଟ୍ରର ଚେୟାରମ୍ୟାନ ବିଜୟ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ କରୋନା ପାଇଁ ପ୍ରାକ୍ଟିକାଲ କରାଯାଇନାହିଁ ବୋଲି କହିଛନ୍ତି । ପିଲାମାନଙ୍କ ଆବଶ୍ୟକ ମୁତାବକ ଶତକଡା ୭୫ ଭାଗ ପ୍ରାକ୍ଟିକାଲ ସାମଗ୍ରୀ ମହଜୁଦ ଥିବା କହିଛନ୍ତି। ଏଥିସହ ପିଲାଙ୍କଠାରୁ ନିଆଯାଇଥିବା ଅର୍ଥ ହିସାବ ପରେ ଫେରସ୍ତ କରାଯିବ ବୋଲି କହିଛନ୍ତି। ସେହିପରି ନର୍ସିଙ୍ଗ ବିଭାଗର ମୁଖ୍ୟ ମୈାସୁମୀ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଛାତ୍ରଛାତ୍ରୀଙ୍କଠାରୁ ନିଆଯାଇଥିବା ୮ ହଜାର ଟଙ୍କା ସଂପର୍କରେ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରାଇଛି। ଖୁବ ଶିଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର