ଛାତ୍ର ସଂସଦ ନିର୍ବାଚନ ହେବ ତ ? ଶାନ୍ତ ପଡ଼ିଲାଣି କ୍ୟାମ୍ପସ୍‌‌, କମିଗଲାଣି ଉତ୍ସାହ …

The Sakala Picture
Published On

ଭୁବନେଶ୍ୱର: ‘‘ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି। ଛାତ୍ରଛାତ୍ରୀଙ୍କ ହିତ ପାଇଁ ଏବଂ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବେ।’’ କିଛି ଦିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏହି ଦୁଇଧାଡ଼ିଆ ମନ୍ତବ୍ୟ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସମ୍ପର୍କ ଯୋଡ଼ା ଅଭିଯାନ ଆରମ୍ଭ ହୋଇଥିଲା। ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌‌ରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। କିନ୍ତୁ କିଛି ଦିନର ଉତ୍କଣ୍ଠା ଓ କାର୍ଯ୍ୟକ୍ରମ ପରେ […]

ଭୁବନେଶ୍ୱର: ‘‘ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି। ଛାତ୍ରଛାତ୍ରୀଙ୍କ ହିତ ପାଇଁ ଏବଂ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେବେ।’’ କିଛି ଦିନ ତଳେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଏହି ଦୁଇଧାଡ଼ିଆ ମନ୍ତବ୍ୟ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସମ୍ପର୍କ ଯୋଡ଼ା ଅଭିଯାନ ଆରମ୍ଭ ହୋଇଥିଲା। ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌‌ରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। କିନ୍ତୁ କିଛି ଦିନର ଉତ୍କଣ୍ଠା ଓ କାର୍ଯ୍ୟକ୍ରମ ପରେ ଏବେ ସବୁକିଛି ଶାନ୍ତ ପଡ଼ିଗଲାଣି। ନିର୍ବାଚନ ହେବ ନା ନାହିଁ, ଯଦି ହେବ, କେବେ ସରକାର ତାରିଖ ଘୋଷଣା କରିବେ; ଏହାକୁ ଛାତ୍ରଛାତ୍ରୀମାନେ ଅନେଇ ବସିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସାଧାରଣତଃ ଦଶହରା ଛୁଟି ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହୋଇଥାଏ। କିନ୍ତୁ ଛୁଟିକୁ ଆଉ ପ୍ରାୟ ୨ ମାସ (ଅକ୍ଟୋବର ୧୦) ବାକି ଥିବା ବେଳେ ଏଯାଏ ନିର୍ବାଚନର ସୋର ଶବ୍ଦ ନାହିଁ। ଏବର୍ଷ ନିର୍ବାଚନ ହେବା ଆଶା ନେଇ ଛାମୁଆ ଛାତ୍ର ସଂଗଠନଗୁଡ଼ିକ ଶିକ୍ଷାନୁଷ୍ଠାନରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ। ଏବେ ମଧ୍ୟ କିଛି କିଛି କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ହେଲେ ସେମାନଙ୍କ ମଧ୍ୟରେ ସେ ଉତ୍ସାହ ଆଉ ଦେଖିବାକୁ ମିଳୁନାହିଁ। ପୂର୍ବ ପ୍ରସ୍ତୁତିରେ ଶିଥିଳତା ଆସିଛି। ନାମଲେଖା ଚାଲିଥିଲେ ମଧ୍ୟ ହେଲ୍ପ-ଡେକ୍ସ ଆଉ ଦେଖାଯାଉନାହିଁ। ଚାରାରୋପଣ, ସ୍ୱାଗତ ସମ୍ବର୍ଦ୍ଧନା ପରି ବିଭିନ୍ନ କାର୍ଯ୍ୟକ୍ରମ ପୂର୍ବାପେକ୍ଷା କମ୍‌‌ ହେଉଛି ବା ହେଉନାହିଁ କହିଲେ ଚଳେ। ନିର୍ବାଚନ ହେଲେ ସମସ୍ତେ ପ୍ରସ୍ତୁତ ଅଛନ୍ତି ବୋଲି କହୁଥିଲେ ମଧ୍ୟ ବାସ୍ତବତା ଭିନ୍ନ କଥା କହୁଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଏଆଇଏସ୍‌‌ଏଫ୍‌‌ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା କହିଛନ୍ତି, ଉଚ୍ଚଶିକ୍ଷା ମନ୍ତ୍ରୀ ନିର୍ବାଚନ କରିବାକୁ ହଁ କରୁନାହାନ୍ତି କିମ୍ବା ନା କହୁନାହାନ୍ତି। ପୂର୍ବରୁ ମଧ୍ୟ ସେମାନେ ନିର୍ବାଚନ ତାରିଖ ଘୋଷଣା କରିବାକୁ ଦାବି କରିଛନ୍ତି। ଅଗଷ୍ଟ ଶେଷ ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା କରା ନଗଲେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ପ୍ରତିଟି ସ୍ଥାନରେ ବିରୋଧ କରାଯିବ ବୋଲି କହିଛନ୍ତି। ସେହିପରି ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ରାଜ୍ୟ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରୀପାଠୀ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାର ଅନେକବାର ପ୍ରତିଶ୍ରୁତି ଦେଇଛନ୍ତି। ହେଲେ କେବେ ନିର୍ବାଚନ ହେବ ସେନେଇ ସ୍ପଷ୍ଟ ନକରି ଛାତ୍ରଛାତ୍ରୀଙ୍କ ସହ ସରକାର ପ୍ରତାରଣା କରୁଛନ୍ତି। ତୃଣମୂଳସ୍ତରରେ ଛାତ୍ରଛାତ୍ରୀଙ୍କ ସହ ଥିବାରୁ ନିର୍ବାଚନ ପାଇଁ ସବୁବେଳେ ପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ନିର୍ବାଚନ ହେବା ନେଇ ଦୃଢ଼ ଆଶାବାଦୀ ଥିବା କହିଛନ୍ତି। ମେମ୍ବରସିପ୍‌‌ ଡ୍ରାଇଭ୍‌‌ ସହ କ୍ୟାମ୍ପସ୍‌‌ରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଆଗକୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର