ଛାତ୍ର ସଂସଦ ନିର୍ବାଚନ: ମଉଳୁଛି ଆଶା; ଆଶଙ୍କାରେ ଛାତ୍ରନେତା….

The Sakala Picture
Published On

ଭୁବନେଶ୍ୱର: ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାର ଆଶା ମଉଳି ଯାଉଛି। ସାଧାରଣତଃ ଦୁର୍ଗାପୂଜା ଛୁଟି ପୂର୍ବରୁ ନିର୍ବାଚନ ହେଉଥିବାବେଳେ ଏହି ପ୍ରକ୍ରିୟା ନିମନ୍ତେ ଅନ୍ୟୂନ ୩ ସପ୍ତାହ ଲାଗିଥାଏ। ତେଣୁ ହାତରେ ଆଉ ସମୟ ନ ଥିବାରୁ ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କ୍ଷମତାକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ବିଜେପିର ଘୋଷଣା ପାଣିର ଗାର ପାଲଟିିବାକୁ ଯାଉଛି। ଛାତ୍ର ସଂସଦ […]

ଭୁବନେଶ୍ୱର: ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାର ଆଶା ମଉଳି ଯାଉଛି। ସାଧାରଣତଃ ଦୁର୍ଗାପୂଜା ଛୁଟି ପୂର୍ବରୁ ନିର୍ବାଚନ ହେଉଥିବାବେଳେ ଏହି ପ୍ରକ୍ରିୟା ନିମନ୍ତେ ଅନ୍ୟୂନ ୩ ସପ୍ତାହ ଲାଗିଥାଏ। ତେଣୁ ହାତରେ ଆଉ ସମୟ ନ ଥିବାରୁ ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କ୍ଷମତାକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ବିଜେପିର ଘୋଷଣା ପାଣିର ଗାର ପାଲଟିିବାକୁ ଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ଦୁଇଦିନ ପରେ ମତଦାତାଙ୍କ ଏକ ପ୍ରାଥମିକ ସୂଚୀ ପ୍ରକାଶ ପାଇଥାଏ। ମତଦାତା ସୂଚୀ ଉପରେ ଆପତ୍ତି ଅଭିଯୋଗ କରିବାକୁ ୩ଦିନ ସମୟ ଦିଆଯାଏ। ଏହା ପରଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥାଏ। ମତଦାତା ସୂଚୀ ପ୍ରକାଶ ପରେ ଆଶାୟୀଙ୍କୁ ନାମାଙ୍କନ ପାଇଁ ୩ ଦିନ ସମୟ ମିଳେ। ଏହା ପରଦିନ ପ୍ରାର୍ଥିପତ୍ର ଯାଞ୍ଚ କରିବା ସହ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଏ। ଏହି କ୍ରମରେ ପ୍ରଚାର କରିବା ପାଇଁ ପ୍ରାର୍ଥୀମାନେ ୭ରୁ ୮ଦିନ ସମୟ ପାଇଥା’ନ୍ତି। ନିର୍ବାଚନ ସରିବା ପରେ ଫଳ ଘୋଷଣା ସହ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦୁର୍ଗାପୂଜା ଛୁଟି ହୋଇଥାଏ। ଏହି ସମସ୍ତ ପ୍ରକ୍ରିୟା ପାଇଁ ପ୍ରାୟ ୩ ସପ୍ତାହ ଲାଗିଥାଏ। ଏଣୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନ ଥିବାରୁ ନିର୍ବାଚନ ନ ହେବାର ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେଉଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଚଳିତ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ନାମଲେଖା ଆରମ୍ଭ ହେଉହେଉ ବିଭିନ୍ନ ଛାତ୍ର ସଂଗଠନ ହେଲ୍ପଡେକ୍ସ, ଚାରା ରୋପଣ ଓ ବନ୍ଧୁ ମିଳନ ନାମରେ ସଂଗଠନ ସୁଦୃଢ଼ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ। ହେଲେ ଏଫ୍‌ଏମ୍‌ କଲେଜ ଛାତ୍ରୀ ନିର୍ଯାତନା ଓ ଆତ୍ମଦାହ ଘଟଣା ଛାତ୍ର ସଂସଦ ନିର୍ବାଚନ ଉପରେ କଳା ବାଦଲ ଢାଙ୍କି ଦେଇଛି। ପୁନଶ୍ଚ ଆତ୍ମଦାହ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଦୁଇଜଣ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କାର୍ଯ୍ୟକର୍ତ୍ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ବାନ୍ଧିବା ଶାସକ ଦଳକୁ ଅଡ଼ୁଆରେ ପକାଇଛି। ପୁନଶ୍ଚ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବହୁ ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀ ନିର୍ଯ୍ୟାତନା ଅଭିଯୋଗ ଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ତାକୁ ଚାପି ଦେଇଥିବା ଅଭିଯୋଗ ଜଣା ପଡ଼ିବା ପରେ ଛାତ୍ରମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ଓ ଛାତ୍ର ସଂସଦ ନିର୍ବାଚନ କରିବା ନେଇ ସରକାର ଆଉ ମୁହଁ ଖୋଲୁ ନାହାନ୍ତି। ଅପରପକ୍ଷରେ ଶିକ୍ଷାବର୍ଷକୁ ୫ମାସ ବିତିଥିଲେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗର ଶୈକ୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇ ନ ଥିବାରୁ ଛାତ୍ର ସଂସଦ ନିର୍ବାଚନ ଆଶା କ୍ଷୀଣ ହେଉଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର