ସ୍କୁଲରେ ପହଁଚିବା ପୂର୍ବରୁ ହଠାତ୍ ଟଳିପଡିଲେ ସପ୍ତମ ଶ୍ରେଣୀ ଛାତ୍ର, କାରଣ ଅସ୍ପଷ୍ଟ

Madhusudan Das Picture
Published On

ବ୍ରହ୍ମପୁର: ସ୍କୁଲରେ ପହଁଚିବା ପୂର୍ବରୁ ଟଳି ପଡିଲେ ସପ୍ତମ ଶ୍ରେଣୀ ଛାତ୍ର । ରାସ୍ତା ଉପରେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେଲେ ସ୍ଥାନୀୟ ଲୋକେ ଏବଂ ପରିବାର । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣା ପଡିଛି। ପୂର୍ବରୁ ଦେହ ଅସୁସ୍ଥ ହୋଇ ଥିବା ବେଳେ କିଭଳି ଛାତ୍ର ଜଣଙ୍କ ପଡି ଯିବାରୁ ମୃତ୍ୟୁ ହେଲା ତାହା କାରଣ ଅସ୍ପଷ୍ଟ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠରେ । ସେହି ଗାଁରେ ଥିବା ରାଧାମୋହନ ବିଦ୍ୟାପୀଠର ସପ୍ତମ ଶ୍ରେଣୀ ଛାତ୍ର ଆକାଶ ଗଉଡ଼ ଆଜି ସକାଳୁଆ ସ୍କୁଲ ହୋଇଥିବାରୁ ସ୍କୁଲ ଯିବାକୁ ବାହାରିଥିଲେ। ଯିବା ସମୟରେ ଅଧା ବାଟରେ ହଠାତ୍ ରାସ୍ତାରେ ଝୁଣ୍ଟି ପଡ଼ିଲେ । ଏହାପରେ ତାଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କରୁ ମୃତ ଘୋଷଣା କରିଥିଲେ । ଆକାଶର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

13 Dec 2025 By Madhusudan Das

ସ୍କୁଲରେ ପହଁଚିବା ପୂର୍ବରୁ ହଠାତ୍ ଟଳିପଡିଲେ ସପ୍ତମ ଶ୍ରେଣୀ ଛାତ୍ର, କାରଣ ଅସ୍ପଷ୍ଟ

ବ୍ରହ୍ମପୁର: ସ୍କୁଲରେ ପହଁଚିବା ପୂର୍ବରୁ ଟଳି ପଡିଲେ ସପ୍ତମ ଶ୍ରେଣୀ ଛାତ୍ର । ରାସ୍ତା ଉପରେ ପଡ଼ିଥିବା ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେଲେ ସ୍ଥାନୀୟ ଲୋକେ ଏବଂ ପରିବାର । ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣା ପଡିଛି। ପୂର୍ବରୁ ଦେହ ଅସୁସ୍ଥ ହୋଇ ଥିବା ବେଳେ କିଭଳି ଛାତ୍ର ଜଣଙ୍କ ପଡି ଯିବାରୁ ମୃତ୍ୟୁ ହେଲା ତାହା କାରଣ ଅସ୍ପଷ୍ଟ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠରେ । ସେହି ଗାଁରେ ଥିବା ରାଧାମୋହନ ବିଦ୍ୟାପୀଠର ସପ୍ତମ ଶ୍ରେଣୀ ଛାତ୍ର ଆକାଶ ଗଉଡ଼ ଆଜି ସକାଳୁଆ ସ୍କୁଲ ହୋଇଥିବାରୁ ସ୍କୁଲ ଯିବାକୁ ବାହାରିଥିଲେ। ଯିବା ସମୟରେ ଅଧା ବାଟରେ ହଠାତ୍ ରାସ୍ତାରେ ଝୁଣ୍ଟି ପଡ଼ିଲେ । ଏହାପରେ ତାଙ୍କୁ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କରୁ ମୃତ ଘୋଷଣା କରିଥିଲେ । ଆକାଶର ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର