ସାବାଡ଼ ହେବେ ଅମାନିଆ : ଆଜିଠୁ ରାଜଧାନୀରେ କଡ଼ାକଡ଼ି ହେବ କୋଭିଡ୍‌ କଟକଣା

The Sakala Picture
Published On

ଭୁବନେଶ୍ୱର : ଦେଶରେ ପୁଣିଥରେ କରୋନା ବ୍ୟାପିବା ଆରମ୍ଭ କରିବା ପରେ ସତର୍କ ହୋଇଛି ଓଡ଼ିଶା। ପଡୋଶୀ ରାଜ୍ୟ ଗୁଡିକରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ନିୟମକୁ ପୁଣି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଜିଠାରୁ କରୋନା କଟକଣାକୁ କଡାକଡି କରାଯାଇଛି। ଭୁବନେଶ୍ୱରରେ ଗତ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା କମ୍‍ ଥିବା ବେଳେ ଏବେ ପୁଣି ସଂକ୍ରମଣ ଭୟ ଘାରିଛି। ଏହାକୁ ନିୟନ୍ତ୍ରଣ […]

ଭୁବନେଶ୍ୱର : ଦେଶରେ ପୁଣିଥରେ କରୋନା ବ୍ୟାପିବା ଆରମ୍ଭ କରିବା ପରେ ସତର୍କ ହୋଇଛି ଓଡ଼ିଶା। ପଡୋଶୀ ରାଜ୍ୟ ଗୁଡିକରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ନିୟମକୁ ପୁଣି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଜିଠାରୁ କରୋନା କଟକଣାକୁ କଡାକଡି କରାଯାଇଛି।

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ପାଇଁ ଖୁସି ଖବର: ଆୟୁଷ୍ମାନ ଭାରତ ସହ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା

ଭୁବନେଶ୍ୱରରେ ଗତ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା କମ୍‍ ଥିବା ବେଳେ ଏବେ ପୁଣି ସଂକ୍ରମଣ ଭୟ ଘାରିଛି। ଏହାକୁ ନିୟନ୍ତ୍ରଣ କରିବାକୁ ପୂର୍ବ ପ୍ରସ୍ତୁତି ଆରମ୍ଭ କିରଛି ବିଏମ୍‍ସି। ରବିବାର ବିଏମ୍‍ସି ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଯାହା ଆଜିଠାରୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ। ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। କରୋନା କଟକଣାକୁ କଡାକଡି କରିବାକୁ ସମସ୍ତ ଜୋନାଲ ଡେପୁଟି କମିଶନରମାନକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଆଜିଠାରୁ ରାଜଧାନୀର ପ୍ରତ୍ୟେକ ଛକରେ ମାସ୍କ ଚେକିଙ୍ଗ ପଏଣ୍ଟ ଗୁଡିକରେ ମାସ୍କ ଚେକିଙ୍ଗ ଆରମ୍ଭ ହେବ। ଏହାସହିତ ସମସ୍ତ ସାମଜିକ ସମାବେଶ ସ୍ଥାନରେ, ମଲରେ, ହାଟ, ବଜାର ସବୁଠି ବିଏମସିର ଏନଫୋର୍ସମେଣ୍ଟ ଟିମ୍ ଚେକିଙ୍ଗକୁ ଜୋରଦାର କରାଯିବ। ଏଥି ସହ ସଂକ୍ରମଣରୁ କିପରି ରକ୍ଷା ପାଇ ହେବ ସେଥିପାଇଁ ବଜାର, ସପିଂ ମଲ୍ ମନ୍ଦିର ନିକଟରେ ସକାଳେ ଓ ସନ୍ଧ୍ୟାରେ ମାଇକ ଯୋଗେ ପ୍ରଚାର କରାଯାଉଛି । କୋଭିଡ୍ ସଚେତକଙ୍କୁ ପୁଣି ଆଲର୍ଟ କରାଯାଇଛି। ଏଥିସହିତ ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।  ଏଥିପାଇଁ ବିଏମସି ପକ୍ଷରୁ ୩ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ମଧ୍ୟ ଗଠନ କରାଯାଇଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ସେପଟେ ଆଇ ଆର୍ ସି ଭିଲେଜ୍ ହାଇସ୍କୁଲରେ ଜଣେ ଶିକ୍ଷକ ପଜିଟିଭି ଚିହ୍ନଟ ହେବାପରେ ସ୍କୁଲକୁ ଦୁଇ ଦିନ ଯାଏ ବନ୍ଦ କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ କିମ୍ବା ସହ ଶିକ୍ଷକଙ୍କ ଠାରେ କୌଣସି ଫ୍ଲୁ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କ କୋଭିଡ୍ ପରୀକ୍ଷା କରାଯିବ। ତେବେ ବର୍ତ୍ତମାନ ପରିସ୍ଥିତି ଉପରେ ବିଏମସି ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର