ଡିସେମ୍ବର ପ୍ରଥମ ସପ୍ତାହରେ ମାଡ଼ ହେବ ବାତ୍ୟା; ୩ରୁ ପ୍ରବଳ ବର୍ଷା ଆଶଙ୍କା, ୮ ରାଜ୍ୟକୁ ଆଇଏମଡିର ସତର୍କବାଣୀ

The Sakala Picture
Published On

ଭୁବନେଶ୍ୱର: ପୁଣି ଏକ ବାତ୍ୟା ବଙ୍ଗୋପସାଗର ଉପକୂଳ ଅତିକ୍ରମ କରିବ। ଡିସେମ୍ବର ପ୍ରଥମ ସପ୍ତାହରେ ଏହି ବାତ୍ୟା ସ୍ଥଳଭାଗରେ ମାଡ଼ ହେବ। ତେବେ କେଉଁ ସ୍ଥାନରେ ଏହା ଭୂଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗବିଜ୍ଞାନୀମାନେ ମତ ଦେଇଛନ୍ତି। ବାତ୍ୟା ଆନ୍ଧ୍ର ପ୍ରଦେଶ କିମ୍ବା ପଶ୍ଚିମବଙ୍ଗ ଗଲେ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ରହିବ। ମାତ୍ର ଯଦି ଏହା […]

ଭୁବନେଶ୍ୱର: ପୁଣି ଏକ ବାତ୍ୟା ବଙ୍ଗୋପସାଗର ଉପକୂଳ ଅତିକ୍ରମ କରିବ। ଡିସେମ୍ବର ପ୍ରଥମ ସପ୍ତାହରେ ଏହି ବାତ୍ୟା ସ୍ଥଳଭାଗରେ ମାଡ଼ ହେବ। ତେବେ କେଉଁ ସ୍ଥାନରେ ଏହା ଭୂଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗବିଜ୍ଞାନୀମାନେ ମତ ଦେଇଛନ୍ତି। ବାତ୍ୟା ଆନ୍ଧ୍ର ପ୍ରଦେଶ କିମ୍ବା ପଶ୍ଚିମବଙ୍ଗ ଗଲେ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ରହିବ। ମାତ୍ର ଯଦି ଏହା ଓଡ଼ିଶାରେ ଭୂଭାଗ ଛୁଇଁବ ତେବେ ରାଜ୍ୟ ପ୍ରଭୁତ କ୍ଷତି ସହିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ବିଲରେ ପାଚିଲା ଧାନ ପଡ଼ିଛି। ବାତ୍ୟା ଖବର ଶୁଣି ଚାଷୀ ଧାନ କାଟିବାକୁ ଲାଗିଛି; କିନ୍ତୁ ଅମଳ କରି ଧାନ ସୁରକ୍ଷିତ ଭାବେ ରଖିବାକୁ ହାତରେ ସମୟ ନ ଥିବାରୁ ଚାଷୀଙ୍କ ପାଇଁ ଚିନ୍ତା ବଢ଼଼ିଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୩୦ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତି ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୩୦ରେ ଲଘୁଚାପ ୧ରେ ଅବପାତ ଓ ୨ ରାତି କିମ୍ବା ୩ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ପୂର୍ବରୁ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବାତ୍ୟା ନେଇ ଆକଳନ କରିସାରିଥିବା ବେଳେ ଆଇଏମଡି ପକ୍ଷରୁ ଜାରି ହୋଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ବାତ୍ୟା ହେବା ନେଇ ଆଭାସ ଦିଆଯାଇଛି। ରବିବାର ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ବାତ୍ୟା ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଯାହାଦ୍ୱାରା ଡିସେମ୍ବର ପ୍ରଥମ ସପ୍ତାହରେ ବାତ୍ୟା ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଡ. ମହାପାତ୍ରଙ୍କ କହିବା ଅନୁଯାୟୀ ୩୦ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଥମେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପ୍ରଭାବରେ ୩୦ ତାରିଖରୁ ୨ ତାରିଖ ଆଣ୍ଡାମାନ ସାଗର ଏବଂ ନିକଟସ୍ଥ ବଙ୍ଗୋପସାଗରରେ ୪୦-୫୦ କିମି ପର୍ଯ୍ୟନ୍ତ ରହିବ। ବାତ୍ୟାଟି କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ସମ୍ପୃକ୍ତ ଅଞ୍ଚଳ ସହିତ ଉତ୍ତରବଙ୍ଗୋପସାଗର ଅଶାନ୍ତ ରହିବ। ଏଠାରେ ପବନର ବେଗ ୫୦ କିମି ରହିବ ଓ ଧୀରେ ଧୀରେ ବୃଦ୍ଧି ହେବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ପହଞ୍ଚିବା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ପ୍ରଥମତଃ ୩ ତାରିଖରୁ ଓଡ଼ିଶାର ଉପକୂଳ ଏବଂ ନିକଟସ୍ଥ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡ. ମହାପାତ୍ର କହିଛନ୍ତି। ତେବେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ହିଁ କେଉଁ ଅଞ୍ଚଳରେ କେତେ ବର୍ଷା ହେବ ତାହା ସ୍ପଷ୍ଟ ହେବ। ବାତ୍ୟାଟି ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ଥିବାରୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଖାପାଖି ହେବ। ତେବେ ସ୍ପଷ୍ଟ ଭାବେ ଏବେଠାରୁ ସ୍ଥଳଭାଗ ଅତିକ୍ରମ ପଥ ଆକଳନ କରାଯାଇନାହିଁ। ଯେତେବେଳେ ଲଘୁଚାପ ସୃଷ୍ଟି ହୋଇ ଅବପାତରେ ପରିଣତ ହେବ ଏହା ପରେ ହିଁ ବାତ୍ୟାର ଗତିପଥ ଓ ସ୍ଥଳଭାଗ ଅତିକ୍ରମ କରିବ ପଥ କହିହେବ ବୋଲି ଡ. ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଗତ କିଛିବର୍ଷ ଧରି ଅକ୍ଟୋବର, ନଭେମ୍ୱରରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବାବେଳେ ଚଳିତବର୍ଷ ସେପ୍ଟେମ୍ୱରରେ ବାତ୍ୟା ‘ଗୁଲାବ’ ଆନ୍ଧ୍ରଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଥିଲା। ମାସ ଭିତ୍ତିକ ଭାବେ ଦେଖିଲେ ନଭେମ୍ବର ମାସରେ ଅଧିକ ବାତ୍ୟା ହୋଇଥାଏ। ତେବେ ସମ୍ଭାବ୍ୟ ଲଘୁଚାପ ଟି ବାତ୍ୟାରେ ପରିଣତ ହେଲେ ଏହା ଚଳିତ ବର୍ଷର ମୌସୁମୀ ପରବର୍ତ୍ତିକାଳୀନ ଋତୁର ପ୍ରଥମ ବାତ୍ୟାରେ ପରିଣତ ହେବ।

29 Nov 2021 By The Sakala

ଡିସେମ୍ବର ପ୍ରଥମ ସପ୍ତାହରେ ମାଡ଼ ହେବ ବାତ୍ୟା; ୩ରୁ ପ୍ରବଳ ବର୍ଷା ଆଶଙ୍କା, ୮ ରାଜ୍ୟକୁ ଆଇଏମଡିର ସତର୍କବାଣୀ

ଭୁବନେଶ୍ୱର: ପୁଣି ଏକ ବାତ୍ୟା ବଙ୍ଗୋପସାଗର ଉପକୂଳ ଅତିକ୍ରମ କରିବ। ଡିସେମ୍ବର ପ୍ରଥମ ସପ୍ତାହରେ ଏହି ବାତ୍ୟା ସ୍ଥଳଭାଗରେ ମାଡ଼ ହେବ। ତେବେ କେଉଁ ସ୍ଥାନରେ ଏହା ଭୂଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗବିଜ୍ଞାନୀମାନେ ମତ ଦେଇଛନ୍ତି। ବାତ୍ୟା ଆନ୍ଧ୍ର ପ୍ରଦେଶ କିମ୍ବା ପଶ୍ଚିମବଙ୍ଗ ଗଲେ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ରହିବ। ମାତ୍ର ଯଦି ଏହା ଓଡ଼ିଶାରେ ଭୂଭାଗ ଛୁଇଁବ ତେବେ ରାଜ୍ୟ ପ୍ରଭୁତ କ୍ଷତି ସହିବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ବିଲରେ ପାଚିଲା ଧାନ ପଡ଼ିଛି। ବାତ୍ୟା ଖବର ଶୁଣି ଚାଷୀ ଧାନ କାଟିବାକୁ ଲାଗିଛି; କିନ୍ତୁ ଅମଳ କରି ଧାନ ସୁରକ୍ଷିତ ଭାବେ ରଖିବାକୁ ହାତରେ ସମୟ ନ ଥିବାରୁ ଚାଷୀଙ୍କ ପାଇଁ ଚିନ୍ତା ବଢ଼଼ିଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୩୦ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତି ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୩୦ରେ ଲଘୁଚାପ ୧ରେ ଅବପାତ ଓ ୨ ରାତି କିମ୍ବା ୩ ତାରିଖ ସୁଦ୍ଧା ଏହା ବାତ୍ୟାରେ ପରିଣତ ହୋଇପାରେ।

ପୂର୍ବରୁ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବାତ୍ୟା ନେଇ ଆକଳନ କରିସାରିଥିବା ବେଳେ ଆଇଏମଡି ପକ୍ଷରୁ ଜାରି ହୋଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ବାତ୍ୟା ହେବା ନେଇ ଆଭାସ ଦିଆଯାଇଛି। ରବିବାର ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ବାତ୍ୟା ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଯାହାଦ୍ୱାରା ଡିସେମ୍ବର ପ୍ରଥମ ସପ୍ତାହରେ ବାତ୍ୟା ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଡ. ମହାପାତ୍ରଙ୍କ କହିବା ଅନୁଯାୟୀ ୩୦ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଥମେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହା ପ୍ରଭାବରେ ୩୦ ତାରିଖରୁ ୨ ତାରିଖ ଆଣ୍ଡାମାନ ସାଗର ଏବଂ ନିକଟସ୍ଥ ବଙ୍ଗୋପସାଗରରେ ୪୦-୫୦ କିମି ପର୍ଯ୍ୟନ୍ତ ରହିବ। ବାତ୍ୟାଟି କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ପରେ ସମ୍ପୃକ୍ତ ଅଞ୍ଚଳ ସହିତ ଉତ୍ତରବଙ୍ଗୋପସାଗର ଅଶାନ୍ତ ରହିବ। ଏଠାରେ ପବନର ବେଗ ୫୦ କିମି ରହିବ ଓ ଧୀରେ ଧୀରେ ବୃଦ୍ଧି ହେବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ପହଞ୍ଚିବା ପରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ।

ପ୍ରଥମତଃ ୩ ତାରିଖରୁ ଓଡ଼ିଶାର ଉପକୂଳ ଏବଂ ନିକଟସ୍ଥ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡ. ମହାପାତ୍ର କହିଛନ୍ତି। ତେବେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ହିଁ କେଉଁ ଅଞ୍ଚଳରେ କେତେ ବର୍ଷା ହେବ ତାହା ସ୍ପଷ୍ଟ ହେବ। ବାତ୍ୟାଟି ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ଥିବାରୁ ଆନ୍ଧ୍ର ଓ ଓଡ଼ିଶା ଉପକୂଳ ପାଖାପାଖି ହେବ। ତେବେ ସ୍ପଷ୍ଟ ଭାବେ ଏବେଠାରୁ ସ୍ଥଳଭାଗ ଅତିକ୍ରମ ପଥ ଆକଳନ କରାଯାଇନାହିଁ। ଯେତେବେଳେ ଲଘୁଚାପ ସୃଷ୍ଟି ହୋଇ ଅବପାତରେ ପରିଣତ ହେବ ଏହା ପରେ ହିଁ ବାତ୍ୟାର ଗତିପଥ ଓ ସ୍ଥଳଭାଗ ଅତିକ୍ରମ କରିବ ପଥ କହିହେବ ବୋଲି ଡ. ମହାପାତ୍ର କହିଛନ୍ତି।

ଗତ କିଛିବର୍ଷ ଧରି ଅକ୍ଟୋବର, ନଭେମ୍ୱରରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବାବେଳେ ଚଳିତବର୍ଷ ସେପ୍ଟେମ୍ୱରରେ ବାତ୍ୟା ‘ଗୁଲାବ’ ଆନ୍ଧ୍ରଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଥିଲା। ମାସ ଭିତ୍ତିକ ଭାବେ ଦେଖିଲେ ନଭେମ୍ବର ମାସରେ ଅଧିକ ବାତ୍ୟା ହୋଇଥାଏ। ତେବେ ସମ୍ଭାବ୍ୟ ଲଘୁଚାପ ଟି ବାତ୍ୟାରେ ପରିଣତ ହେଲେ ଏହା ଚଳିତ ବର୍ଷର ମୌସୁମୀ ପରବର୍ତ୍ତିକାଳୀନ ଋତୁର ପ୍ରଥମ ବାତ୍ୟାରେ ପରିଣତ ହେବ।

https://www.thesakala.in/latest-odisha-news/storm-will-hit-in-the-first-week-of-december-there-is-a-risk-of-heavy-rain-from-dec-3/article-7227
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର