ପିପିଲିରୁ ଚୋରି, ନେପାଳରେ ବିକ୍ରି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରି ରାଜ୍ୟ ବାହାରେ ତଥା ବିଦେଶରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ଏକ ର଼୍ୟାକେଟ୍‌ ର ସଦସ୍ୟ ବାପୁନି ପାଢ଼ୀଙ୍କୁ ଗିରଫ କରିଛି ଏସ୍‍ଟିଏଫ। ବାପୁନିର ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏସ୍‍ଟିଏଫ ତାଙ୍କଠାରୁ ୫ଟି ମୂଲ୍ୟବାନ ମୂର୍ତ୍ତି ଜବତ କରିଛି। ଯାହାର ସମୁଦାୟ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅପରପକ୍ଷେ ଜବତ ମୂର୍ତ୍ତି ଚୋରି ର଼୍ୟାକେଟ୍‌ ର ମାଷ୍ଟରମାଇଣ୍ଡ ଚନ୍ଦକାର ସେକ୍‍ ରାଜାକୁ […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରି ରାଜ୍ୟ ବାହାରେ ତଥା ବିଦେଶରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ଏକ ର଼୍ୟାକେଟ୍‌ ର ସଦସ୍ୟ ବାପୁନି ପାଢ଼ୀଙ୍କୁ ଗିରଫ କରିଛି ଏସ୍‍ଟିଏଫ। ବାପୁନିର ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏସ୍‍ଟିଏଫ ତାଙ୍କଠାରୁ ୫ଟି ମୂଲ୍ୟବାନ ମୂର୍ତ୍ତି ଜବତ କରିଛି। ଯାହାର ସମୁଦାୟ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅପରପକ୍ଷେ ଜବତ ମୂର୍ତ୍ତି ଚୋରି ର଼୍ୟାକେଟ୍‌ ର ମାଷ୍ଟରମାଇଣ୍ଡ ଚନ୍ଦକାର ସେକ୍‍ ରାଜାକୁ ଧରିବା ପାଇଁ ଏସ୍‍ଟିଏଫ ବିଭିନ୍ନ ସ୍ଥାନରେ ଚଢ଼ଉ ଜୋରଦାର କରୁଛି।
ମିଳିଥିବା ତଥ୍ୟ ଅନୁସାରେ, ଚନ୍ଦକାର ସେକ୍‍ ରାଜା ଏକ ର଼୍ୟାକେଟ୍‌ ‌ ମାଧ୍ୟମରେ ବିଭିନ୍ନ ପୁରାତନ ମନ୍ଦିରରୁ ଠାକୁରଙ୍କ ଧାତବ ମୂର୍ତ୍ତି ଚୋରି କରି ସେଗୁଡ଼ିକୁ ବିଦେଶ ଚାଲାଣ କରୁଥିଲା। ସେକ୍‍ ରାଜା ଓ ତାର ଅନ୍ୟତମ ସହଯୋଗୀ ବାପୁନି ରାଜଧାନୀର ଜଣେ ବ୍ୟକ୍ତିଙ୍କୁ ମୂର୍ତ୍ତି ବିକ୍ରି କରିବା ପାଇଁ ଡିଲ୍‍ କରୁଥିବା ଖବର ପାଇ ଏସ୍‍ଟିଏଫ୍‍ ଚଢ଼ଉ କରିଥିଲା ଓ ବାପୁନିକୁ ଗିରଫ କରିଥିଲା। ଅପରପକ୍ଷେ ରାଜା ଚତୁରତାର ସହ ଏସ୍‍ଟିଏଫ୍‍ କବଳରୁ ଖସି ଯାଇଥିଲା।

ଲକ୍ଷ୍ମୀ ନୃସିଂହ ମନ୍ଦିରରୁ ଚୋରି

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଏସ୍‍ଟିଏଫ୍‍ ମୂର୍ତ୍ତି ଜବତ କରିବା ପରେ ସେମାନଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ଏହି ମୂର୍ତ୍ତିକୁ ସେମାନେ ପିପିଲି ଥାନା ଅଞ୍ଚଳରୁ ଚୋରି କରିଥିବା ଜଣାପଡ଼ିଥିଲା। ସେକ୍‍ ରାଜା ଏବଂ ତାର ସହଯୋଗୀ ପିପିଲି ଥାନା ଅଞ୍ଚଳରେ ଥିବା ଲକ୍ଷ୍ମୀ ନୃସିଂହ ମନ୍ଦିରର କବାଟ ଭାଙ୍ଗି ଜାନୁଆରୀ ୩୧ତାରିଖ ରାତିରେ ଲକ୍ଷ୍ମୀ ନୃସିଂହ ନାଥଙ୍କ ମୂର୍ତ୍ତି ଚୋରି କରି ନେଇଥିଲେ। ଏନେଇ ପିପିଲି ଥାନାରେ ଗତ ୩୧ତାରିଖରେ ଏକ ମାମଲା ହୋଇଥିଲା।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭିକାରୀ ବେଶରେ ବସୁଥିଲେ

ସେକ୍‍ ରାଜା ଏବଂ ତାର ସହଯୋଗୀମାନେ ମନ୍ଦିରରୁ ମୂର୍ତ୍ତି ଚୋରି କରିବା ପାଇଁ ଭିକାରୀ ବେଶରେ ବସୁଥିଲେ। ସେମାନେ ଲୋକଙ୍କ ଠାରୁ ପୁରାତନ ମନ୍ଦିର ବିଷୟରେ ତଥ୍ୟ ନେଉଥିଲେ। ଏପରିକି କେଉଁ ଧାତୁରେ ମୂର୍ତ୍ତି ନିର୍ମିତ ହୋଇଛି ଜାଣିବା ପାଇଁ ସେମାନେ ମନ୍ଦିରକୁ ଭକ୍ତ ବେଶରେ ଦର୍ଶନ କରିବାକୁ ଯାଉଥିଲେ। ପରେ କିଭଳି ଚୋରି କରିବେ ସେନେଇ ମନ୍ଦିର ଆଗରେ ଭିକାରୀ ବେଶରେ ବସି ସୁରକ୍ଷା ଏବଂ ମନ୍ଦିର ପୂଜକଙ୍କ ବିଷୟରେ ତଥ୍ୟ ନେଇଥାନ୍ତି। ପରେ ରାତିରେ ଯାଇ ଚୋରି କରନ୍ତି।

୨୦୧୯ରେ ଚନ୍ଦକା ଥାନା ଅଞ୍ଚଳରୁ ସୟଦ ଝିଲୁକୁ ଗିରଫ କରିବା ସହ ୪ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରାଯାଇଥିଲା। ପୂର୍ବରୁ ମଧ୍ୟ ଖଣ୍ଡଗିରି ଅଞ୍ଚଳରୁ ମଧ୍ୟ ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିଲା। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମୁମ୍ବାଇରେ ଲିଙ୍କ୍‍ ଥିବା ଜଣାପଡ଼ିଥିଲା। ସେ ଅନ୍ୟ ବାହାର ଦଲାଲଙ୍କ ସହ ହ୍ୱାଟ୍ସଆପ୍‍ରେ ଫଟୋ ପଠାଇ ଦରଦାମ ଡିଲ୍‍ କରୁଥିଲେ।

03 Mar 2021 By The Sakala

ପିପିଲିରୁ ଚୋରି, ନେପାଳରେ ବିକ୍ରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରି ରାଜ୍ୟ ବାହାରେ ତଥା ବିଦେଶରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ଏକ ର଼୍ୟାକେଟ୍‌ ର ସଦସ୍ୟ ବାପୁନି ପାଢ଼ୀଙ୍କୁ ଗିରଫ କରିଛି ଏସ୍‍ଟିଏଫ। ବାପୁନିର ଘର କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଏସ୍‍ଟିଏଫ ତାଙ୍କଠାରୁ ୫ଟି ମୂଲ୍ୟବାନ ମୂର୍ତ୍ତି ଜବତ କରିଛି। ଯାହାର ସମୁଦାୟ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅପରପକ୍ଷେ ଜବତ ମୂର୍ତ୍ତି ଚୋରି ର଼୍ୟାକେଟ୍‌ ର ମାଷ୍ଟରମାଇଣ୍ଡ ଚନ୍ଦକାର ସେକ୍‍ ରାଜାକୁ ଧରିବା ପାଇଁ ଏସ୍‍ଟିଏଫ ବିଭିନ୍ନ ସ୍ଥାନରେ ଚଢ଼ଉ ଜୋରଦାର କରୁଛି।
ମିଳିଥିବା ତଥ୍ୟ ଅନୁସାରେ, ଚନ୍ଦକାର ସେକ୍‍ ରାଜା ଏକ ର଼୍ୟାକେଟ୍‌ ‌ ମାଧ୍ୟମରେ ବିଭିନ୍ନ ପୁରାତନ ମନ୍ଦିରରୁ ଠାକୁରଙ୍କ ଧାତବ ମୂର୍ତ୍ତି ଚୋରି କରି ସେଗୁଡ଼ିକୁ ବିଦେଶ ଚାଲାଣ କରୁଥିଲା। ସେକ୍‍ ରାଜା ଓ ତାର ଅନ୍ୟତମ ସହଯୋଗୀ ବାପୁନି ରାଜଧାନୀର ଜଣେ ବ୍ୟକ୍ତିଙ୍କୁ ମୂର୍ତ୍ତି ବିକ୍ରି କରିବା ପାଇଁ ଡିଲ୍‍ କରୁଥିବା ଖବର ପାଇ ଏସ୍‍ଟିଏଫ୍‍ ଚଢ଼ଉ କରିଥିଲା ଓ ବାପୁନିକୁ ଗିରଫ କରିଥିଲା। ଅପରପକ୍ଷେ ରାଜା ଚତୁରତାର ସହ ଏସ୍‍ଟିଏଫ୍‍ କବଳରୁ ଖସି ଯାଇଥିଲା।

ଲକ୍ଷ୍ମୀ ନୃସିଂହ ମନ୍ଦିରରୁ ଚୋରି

ଏସ୍‍ଟିଏଫ୍‍ ମୂର୍ତ୍ତି ଜବତ କରିବା ପରେ ସେମାନଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ଏହି ମୂର୍ତ୍ତିକୁ ସେମାନେ ପିପିଲି ଥାନା ଅଞ୍ଚଳରୁ ଚୋରି କରିଥିବା ଜଣାପଡ଼ିଥିଲା। ସେକ୍‍ ରାଜା ଏବଂ ତାର ସହଯୋଗୀ ପିପିଲି ଥାନା ଅଞ୍ଚଳରେ ଥିବା ଲକ୍ଷ୍ମୀ ନୃସିଂହ ମନ୍ଦିରର କବାଟ ଭାଙ୍ଗି ଜାନୁଆରୀ ୩୧ତାରିଖ ରାତିରେ ଲକ୍ଷ୍ମୀ ନୃସିଂହ ନାଥଙ୍କ ମୂର୍ତ୍ତି ଚୋରି କରି ନେଇଥିଲେ। ଏନେଇ ପିପିଲି ଥାନାରେ ଗତ ୩୧ତାରିଖରେ ଏକ ମାମଲା ହୋଇଥିଲା।

ଭିକାରୀ ବେଶରେ ବସୁଥିଲେ

ସେକ୍‍ ରାଜା ଏବଂ ତାର ସହଯୋଗୀମାନେ ମନ୍ଦିରରୁ ମୂର୍ତ୍ତି ଚୋରି କରିବା ପାଇଁ ଭିକାରୀ ବେଶରେ ବସୁଥିଲେ। ସେମାନେ ଲୋକଙ୍କ ଠାରୁ ପୁରାତନ ମନ୍ଦିର ବିଷୟରେ ତଥ୍ୟ ନେଉଥିଲେ। ଏପରିକି କେଉଁ ଧାତୁରେ ମୂର୍ତ୍ତି ନିର୍ମିତ ହୋଇଛି ଜାଣିବା ପାଇଁ ସେମାନେ ମନ୍ଦିରକୁ ଭକ୍ତ ବେଶରେ ଦର୍ଶନ କରିବାକୁ ଯାଉଥିଲେ। ପରେ କିଭଳି ଚୋରି କରିବେ ସେନେଇ ମନ୍ଦିର ଆଗରେ ଭିକାରୀ ବେଶରେ ବସି ସୁରକ୍ଷା ଏବଂ ମନ୍ଦିର ପୂଜକଙ୍କ ବିଷୟରେ ତଥ୍ୟ ନେଇଥାନ୍ତି। ପରେ ରାତିରେ ଯାଇ ଚୋରି କରନ୍ତି।

୨୦୧୯ରେ ଚନ୍ଦକା ଥାନା ଅଞ୍ଚଳରୁ ସୟଦ ଝିଲୁକୁ ଗିରଫ କରିବା ସହ ୪ଟି ଅଷ୍ଟଧାତୁ ମୂର୍ତ୍ତି ଜବତ କରାଯାଇଥିଲା। ପୂର୍ବରୁ ମଧ୍ୟ ଖଣ୍ଡଗିରି ଅଞ୍ଚଳରୁ ମଧ୍ୟ ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିଲା। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମୁମ୍ବାଇରେ ଲିଙ୍କ୍‍ ଥିବା ଜଣାପଡ଼ିଥିଲା। ସେ ଅନ୍ୟ ବାହାର ଦଲାଲଙ୍କ ସହ ହ୍ୱାଟ୍ସଆପ୍‍ରେ ଫଟୋ ପଠାଇ ଦରଦାମ ଡିଲ୍‍ କରୁଥିଲେ।

https://www.thesakala.in/latest-odisha-news/stolen-statue-was-found-in-nepal/article-401
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର