ରାଜ୍ୟର ଜଙ୍ଗଲ ସମ୍ପଦ ବିଶ୍ବରେ ଆମକୁ ନୂଆ ପରିଚୟ ଦେଇଛି- ମୁଖ୍ଯମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: କରୋନା କାଳରେ ବନ କର୍ମଚାରୀମାନେ କାର୍ଯ୍ଯ  କରିଛନ୍ତି । ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଜି ଉଦଘାଟିତ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। ସମ୍ମିଳନୀରେ ପ୍ରଥମ ଦିନରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩.୫୦ ପ୍ରତିଶତ ଜଙ୍ଗଲ ବୃଦ୍ଧି ସହ ଜାତୀୟ ସ୍ତରରେ ତୃତୀୟ ହୋଇଛି ଓଡ଼ିଶା । ୧ ଲକ୍ଷ ୧୦ ହଜାର […]

ଭୁବନେଶ୍ୱର: କରୋନା କାଳରେ ବନ କର୍ମଚାରୀମାନେ କାର୍ଯ୍ଯ  କରିଛନ୍ତି । ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଜି ଉଦଘାଟିତ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। ସମ୍ମିଳନୀରେ ପ୍ରଥମ ଦିନରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩.୫୦ ପ୍ରତିଶତ ଜଙ୍ଗଲ ବୃଦ୍ଧି ସହ ଜାତୀୟ ସ୍ତରରେ ତୃତୀୟ ହୋଇଛି ଓଡ଼ିଶା । ୧ ଲକ୍ଷ ୧୦ ହଜାର ହେକ୍ଟର ବନୀକରଣ ହୋଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଏହି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। ରାଜ୍ୟର ଜଙ୍ଗଲ ସମ୍ପଦ ବିଶ୍ବରେ ଆମକୁ ନୂଆ ପରିଚୟ ଦେଇଛି। ଜୀବିକାସାଧନ ଜରିଆରେ ଆୟ ବୃଦ୍ଧି ପାଇଁ ସହାୟତା ଦିଆଯାଇଛି। ଜଙ୍ଗଲ ଯୋଜନାରେ ୨୦ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଙ୍ଗଲରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ବୃକ୍ଷରୋପଣ ଏକ ପ୍ରମୁଖ ଉପାଦାନ । ଜଙ୍ଗଲ ବିଭାଗ ବିହନ ବୁଣିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ୫ଟି ଇନିସିଏଟିଭ୍ ଅଧୀନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ବହନ କରିବାକୁ ସେ ଅନୁରୋଧ କରିଛନ୍ତି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବା ୫୦ ପ୍ରତିଶତ କମିଛି । ଏହା ଲୋକଙ୍କ ସଚେତନତା ଯୋଗୁ ସମ୍ଭବ ହୋଇପାରିଛି । ଲୋକଙ୍କୁ ସଚେତନ କରୁଥିବା ବନ କର୍ମଚାରୀଙ୍କୁ ପ୍ରଶଂସା କରାଯାଇଛି । ରାଜ୍ୟରେ ୨୪ ବନଖଣ୍ଡରେ ୮୬ ରେଞ୍ଜରେ ହାତୀ ଯାତାୟତ କରନ୍ତି । ଲୋକଙ୍କୁ ସଚେତନ କରିବାକୁ ଗଜସାଥୀ ନିୟୋଜିତ ହୋଇଛନ୍ତି । ମୋବାଇଲ ମେସେଜରେ ହାତୀ ଚଳାଚଳ ନେଇ ସୂଚନା ମିଳୁଛି । ବିପୁଳ ଜଙ୍ଗଲ ସମ୍ପଦ ରହିଛି, ସଦୁପଯୋଗ କରି ଅଭିବୃଦ୍ଧି ଦିଗରେ ଲୋକଙ୍କ ସହଯୋଗ ଲୋଡିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ପରିବେଶ ପର୍ଯ୍ଯଟନ ଭିତ୍ତିଭୂମି ଉନ୍ନତିକରଣ ୨୦୧୬-୧୭ରୁ ଆରମ୍ଭ ହୋଇଥିଲା । ବିଭିନ୍ନ ପର୍ଯ୍ଯଟନସ୍ଥଳୀର ଉନ୍ନତି କରାଯାଇଛି । ୨୦୨୧-୨୨ରେ ୭୦ ହଜାର ୨୧୬ ପର୍ଯ୍ଯଟକ ଆସିଛନ୍ତି । ୫ ବର୍ଷରେ ପର୍ଯ୍ଯଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

12 May 2022 By The Sakala

ରାଜ୍ୟର ଜଙ୍ଗଲ ସମ୍ପଦ ବିଶ୍ବରେ ଆମକୁ ନୂଆ ପରିଚୟ ଦେଇଛି- ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର: କରୋନା କାଳରେ ବନ କର୍ମଚାରୀମାନେ କାର୍ଯ୍ଯ  କରିଛନ୍ତି । ସେମାନଙ୍କ କାମକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ବନଖଣ୍ଡ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଜି ଉଦଘାଟିତ ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। ସମ୍ମିଳନୀରେ ପ୍ରଥମ ଦିନରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩.୫୦ ପ୍ରତିଶତ ଜଙ୍ଗଲ ବୃଦ୍ଧି ସହ ଜାତୀୟ ସ୍ତରରେ ତୃତୀୟ ହୋଇଛି ଓଡ଼ିଶା । ୧ ଲକ୍ଷ ୧୦ ହଜାର ହେକ୍ଟର ବନୀକରଣ ହୋଇଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ଏହି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ। ରାଜ୍ୟର ଜଙ୍ଗଲ ସମ୍ପଦ ବିଶ୍ବରେ ଆମକୁ ନୂଆ ପରିଚୟ ଦେଇଛି। ଜୀବିକାସାଧନ ଜରିଆରେ ଆୟ ବୃଦ୍ଧି ପାଇଁ ସହାୟତା ଦିଆଯାଇଛି। ଜଙ୍ଗଲ ଯୋଜନାରେ ୨୦ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଙ୍ଗଲରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ବୃକ୍ଷରୋପଣ ଏକ ପ୍ରମୁଖ ଉପାଦାନ । ଜଙ୍ଗଲ ବିଭାଗ ବିହନ ବୁଣିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ୫ଟି ଇନିସିଏଟିଭ୍ ଅଧୀନରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ବହନ କରିବାକୁ ସେ ଅନୁରୋଧ କରିଛନ୍ତି ।

ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବା ୫୦ ପ୍ରତିଶତ କମିଛି । ଏହା ଲୋକଙ୍କ ସଚେତନତା ଯୋଗୁ ସମ୍ଭବ ହୋଇପାରିଛି । ଲୋକଙ୍କୁ ସଚେତନ କରୁଥିବା ବନ କର୍ମଚାରୀଙ୍କୁ ପ୍ରଶଂସା କରାଯାଇଛି । ରାଜ୍ୟରେ ୨୪ ବନଖଣ୍ଡରେ ୮୬ ରେଞ୍ଜରେ ହାତୀ ଯାତାୟତ କରନ୍ତି । ଲୋକଙ୍କୁ ସଚେତନ କରିବାକୁ ଗଜସାଥୀ ନିୟୋଜିତ ହୋଇଛନ୍ତି । ମୋବାଇଲ ମେସେଜରେ ହାତୀ ଚଳାଚଳ ନେଇ ସୂଚନା ମିଳୁଛି । ବିପୁଳ ଜଙ୍ଗଲ ସମ୍ପଦ ରହିଛି, ସଦୁପଯୋଗ କରି ଅଭିବୃଦ୍ଧି ଦିଗରେ ଲୋକଙ୍କ ସହଯୋଗ ଲୋଡିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ପରିବେଶ ପର୍ଯ୍ଯଟନ ଭିତ୍ତିଭୂମି ଉନ୍ନତିକରଣ ୨୦୧୬-୧୭ରୁ ଆରମ୍ଭ ହୋଇଥିଲା । ବିଭିନ୍ନ ପର୍ଯ୍ଯଟନସ୍ଥଳୀର ଉନ୍ନତି କରାଯାଇଛି । ୨୦୨୧-୨୨ରେ ୭୦ ହଜାର ୨୧୬ ପର୍ଯ୍ଯଟକ ଆସିଛନ୍ତି । ୫ ବର୍ଷରେ ପର୍ଯ୍ଯଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର