ଆମ ପାଖରେ ପଇସା ନାହିଁ, ଲୋକଙ୍କ ଟଙ୍କାରେ କଂଗ୍ରେସ ରାଜନୀତି କରିବ: ପିସିସି ସଭାପତି ଭକ୍ତ ଦାସ

The Sakala Picture
Published On

ଭୁବନେଶ୍ବର: ଆଜି ପିସିସି ସଭାପତି ଭାବେ ବିଧିବଦ୍ଧ ଦାୟିତ୍ବ ନେଇଛନ୍ତି ଭକ୍ତ ଚରଣ ଦାସ। ଏହାପରେ ସେ କଂଗ୍ରେସ ଭବନରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଏକଜୁଟ ହୋଇ ଲଢ଼ିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଛନ୍ତି ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀ । ଗିରିଧର ଗମାଙ୍ଗ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଅମର ପ୍ରଧାନ ପ୍ରମୁଖ ନେତା ସାମିଲ ଥିଲେ। ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ ଯେ, […]

ଭୁବନେଶ୍ବର: ଆଜି ପିସିସି ସଭାପତି ଭାବେ ବିଧିବଦ୍ଧ ଦାୟିତ୍ବ ନେଇଛନ୍ତି ଭକ୍ତ ଚରଣ ଦାସ। ଏହାପରେ ସେ କଂଗ୍ରେସ ଭବନରେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ଏକଜୁଟ ହୋଇ ଲଢ଼ିବାକୁ ନେତାଙ୍କୁ ଗୁରୁମନ୍ତ୍ର ଦେଛନ୍ତି ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀ । ଗିରିଧର ଗମାଙ୍ଗ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଅମର ପ୍ରଧାନ ପ୍ରମୁଖ ନେତା ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ ଯେ, ସଂଗଠନକୁ ତିଆରି କରିବା ପାଇଁ ଆମେ କିଛି ନୂଆ କରିବାକୁ ଚେଷ୍ଟା କଲୁ। ସମର୍ପଣ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ନେଲୁ । ତେଣୁ ପଦଯାତ୍ରା ଭୁବନେଶ୍ଵର ବିମାନ ବନ୍ଦରରୁ ପୁରୀ ଯାଏ କଲୁ। ଓଡ଼ିଶାରେ ନୂଆ ଚିନ୍ତାଧାରରେ ରାଜନୀତି ହେବ। ଲୋକଙ୍କ ଠାରୁ ପଇସା ନେଇ କଂଗ୍ରେସ ରାଜନୀତି କରିବ। ଅନ୍ୟଦଳ ଭଳି ଆମ ପାଖରେ ପଇସା ନାହିଁ। ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ କିଏ ମତେ ଅପମାନ କଲେ ମୁଁ ସହିଯିବି। କଂଗ୍ରେସକୁ ତିଆରି କରିବାକୁ ଜୀବନ ଦେବି ବୋଲି ସେ କହିଛନ୍ତି। ସୋନିଆ ଗାନ୍ଧ ଓ ରାହୁଲ ଗାନ୍ଧୀ ବିଭିନ୍ନ ରାଜ୍ୟରେ ମୋତେ ବହୁ ବଡ଼ ଦାୟିତ୍ୱ ଦେଇଛନ୍ତି। ରାଜ୍ୟରେ ଦଳକୁ ସଂଗଠିତ କରି ତାଙ୍କ ଋଣ ଶୁଝିବି। ଜଣେ ପିସିସି ସଭାପତି ହେଲା ମାନେ ସିଏ ହିଁ ସବୁକିଛି, ତାହା ନୁହେଁ। ମତେ ଯିଏ ଯାହା କହୁ ସବୁ ଶୁଣିବାକୁ ମୁଁ ପ୍ରସ୍ତୁତ। ଲହୁ ଲୁହ ଦେଇ ଦଳକୁ ଆଗକୁ ନେବି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଏଥିସହ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ମଧ୍ୟ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି, ଜଣେ ସଂଘର୍ଷକାରୀ ନେତାଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି। ସଶକ୍ତ ବିରୋଧୀ ଭାବେ କଂଗ୍ରେସ କାମ କରିବ। କିଷାନ, ଗରିବଙ୍କ କଥା କଂଗ୍ରେସ ଉଠାଇବ। ଏଥିସହ ଜିଲ୍ଲା କଂଗ୍ରେସ, ବ୍ଲକ କଂଗ୍ରେସକୁ ଗତିଶୀଳ କରାଯିବ।ଲୋକଙ୍କ ସମସ୍ୟାକୁ ନେଇ ସଡ଼କରୁ ସଦନ ଯାଏ କଂଗ୍ରେସ ଲଢ଼େଇ କରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର