ପଞ୍ଚାୟତରୁ ରାଜ୍ୟ ରାଜନୀତି: ମୁଖ୍ୟସ୍ରୋତରେ ମହିଳା

The Sakala Picture
Published On

ଭୁବନେଶ୍ୱର : ପଞ୍ଚାୟତରୁ ରାଜ୍ୟ ରାଜନୀତି ପର୍ଯ୍ୟନ୍ତ ମହିଳାଙ୍କ ପ୍ରତ୍ୟକ୍ଷ ଭାଗିଦାରୀ ଏବେ ରାଜ୍ୟ ରାଜନୀତିକୁ ବେଶ୍‍ ସମୃଦ୍ଧ କରିଛି। ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ଅଭିଯାନ, ନେତୃତ୍ୱ କ୍ଷେତ୍ରରେ ସେମାନଙ୍କ ପାଇଁ ଅନୁକୂଳ ପରିବେଶ, ସର୍ବୋପରି ଆସନ ସଂରକ୍ଷଣ କ୍ଷେତ୍ରରେ ଅଟଳ ନିଷ୍ପତ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି। ତ୍ରିସ୍ତରୀୟ ପଞ୍ଚାୟତ ଏବଂ ଆଗାମୀ ପୌର ନିର୍ବାଚନରେ ୫୦ ପ୍ରତିଶତ ପ୍ରତିନିଧିତ୍ୱ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ବିକାଶରେ ମହିଳାମାନେ ପ୍ରମୁଖ ନୀତି ନିର୍ଦ୍ଧାରକ ସାଜିବାକୁ ଯାଉଛନ୍ତି। […]

ଭୁବନେଶ୍ୱର : ପଞ୍ଚାୟତରୁ ରାଜ୍ୟ ରାଜନୀତି ପର୍ଯ୍ୟନ୍ତ ମହିଳାଙ୍କ ପ୍ରତ୍ୟକ୍ଷ ଭାଗିଦାରୀ ଏବେ ରାଜ୍ୟ ରାଜନୀତିକୁ ବେଶ୍‍ ସମୃଦ୍ଧ କରିଛି। ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ଅଭିଯାନ, ନେତୃତ୍ୱ କ୍ଷେତ୍ରରେ ସେମାନଙ୍କ ପାଇଁ ଅନୁକୂଳ ପରିବେଶ, ସର୍ବୋପରି ଆସନ ସଂରକ୍ଷଣ କ୍ଷେତ୍ରରେ ଅଟଳ ନିଷ୍ପତ୍ତି ଯୋଗୁଁ ଏହା ସମ୍ଭବ ହୋଇପାରିଛି। ତ୍ରିସ୍ତରୀୟ ପଞ୍ଚାୟତ ଏବଂ ଆଗାମୀ ପୌର ନିର୍ବାଚନରେ ୫୦ ପ୍ରତିଶତ ପ୍ରତିନିଧିତ୍ୱ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ବିକାଶରେ ମହିଳାମାନେ ପ୍ରମୁଖ ନୀତି ନିର୍ଦ୍ଧାରକ ସାଜିବାକୁ ଯାଉଛନ୍ତି। ଯାହାକୁ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ବ୍ୟକ୍ତି, ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି। ନବୀନଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

କିଛି ମହଲରେ କ୍ଷମତା ରାଜନୀତିରେ ମହିଳାଙ୍କ ସକ୍ରିୟ ଭାଗିଦାରୀକୁ ନେଇ ପ୍ରଶ୍ନ ଉଠିଛି। ଜନ ପ୍ରତିନିଧି ଭାବେ ନିର୍ବାଚିତ ହେଉଥିବା ମହିଳାଙ୍କ ଭୂମିକାକୁ ନେଇ ସଂଶୟ ପ୍ରକାଶ ପାଉଛି। ପରଦା ପଛରେ ସେମାନଙ୍କ ସମ୍ପର୍କୀୟ, ପରିବାର ଲୋକେ କ୍ଷମତା ଉପଭୋଗ କରୁଛନ୍ତି ବୋଲି ସେମାନେ ଅଭିଯୋଗ ହେଉଛି। ମାତ୍ର ଏପରି ଅଭିଯୋଗ ଯେ ବର୍ତ୍ତମାନ ସମୟରେ ଏତେଟା ପ୍ରାସଙ୍ଗିକତା ରଖୁନାହିଁ ତାହା ପ୍ରମାଣିତ କରିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳପଡ଼ା ଗ୍ରାମ ପଞ୍ଚାୟତର ମମତା ସାହୁଙ୍କ ପରି ମହିଳା ଜନ ପ୍ରତିନିଧିମାନେ। ମହିଳା ମହାସଂଘର ସମ୍ପାଦିକା ପଦବୀରୁ ପଞ୍ଚାୟତର ସରପଞ୍ଚ ପର୍ଯ୍ୟନ୍ତ। ତାଙ୍କ ନେତୃତ୍ୱ ଶୈଳୀ ଆଜି ଅନ୍ୟ ମହିଳା ସରପଞ୍ଚ ଆଶାୟୀଙ୍କ ପାଇଁ ବେଶ୍‍ ପ୍ରେରଣାଦାୟୀ। ପଞ୍ଚାୟତର ନିଜସ୍ୱ ଆୟ ବୃଦ୍ଧି ସହ ଆଲୋକୀକରଣ, ଡ୍ରେନେଜ, ଶ୍ମଶାନ ଗୃହ, ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ଫଳରେ ଯେପରି ପଞ୍ଚାୟତର ବିକାଶ ସମ୍ଭବ ହୋଇପାରିଛି ତାହା ମମତାଙ୍କୁ ଖୁବ୍‍ ପ୍ରସିଦ୍ଧି ଦେଇଛି। କେବଳ ମମତା ନୁହନ୍ତି; ରାଜ୍ୟବ୍ୟାପୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇ ନିଜ ଦାୟିତ୍ୱକୁ ସଫଳତାର ସହ ତୁଲାଇଥିବା ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଉଥିବା ମହିଳା ସଶକ୍ତୀକରଣ ତୃଣମୂଳସ୍ତରରେ ଯେ ଏହା ବିରାଟ ପରିବର୍ତ୍ତନର ଅୟମାରମ୍ଭ କରିସାରିଛି ତାହା ମମତାଙ୍କ ପରି ମହିଳାମାନେ ପ୍ରମାଣିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ, ଆତ୍ମନିର୍ଭର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତ୍ୟେକ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ବିଧାନସଭାରେ କ୍ରମାଗତ ଭାବେ ମହିଳା ବିଧାୟିକାଙ୍କ ସଂଖ୍ୟା ବଢ଼଼ି ବଢ଼଼ି ଚାଲିଛି। ୨୦୦୯ରେ ମାତ୍ର ୭ ଜଣ ବିଧାୟିକା ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ୨୦୧୪ରେ ୧୧ ଏବଂ ୨୦୧୯ରେ ୧୫ ଜଣ ମହିଳା ବିଧାନସଭାକୁ ପ୍ରତିନିଧିତ୍ୱ କରୁଛନ୍ତି। ରାଜ୍ୟ ମନ୍ତ୍ରୀମଣ୍ଡଳରେ ୨ ଜଣଙ୍କୁ ସ୍ଥାନ ମିଳିଥିବା ବେଳେ ସରକାରୀ ଦଳ ମୁଖ୍ୟ ସଚେତକ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ଜଣେ ମହିଳା ହିଁ ତୁଲାଉଛନ୍ତି। ମହିଳାଙ୍କୁ ସଶକ୍ତୀକରଣ କରିବା କ୍ଷେତ୍ରରେ ନବୀନ ଏଇଠି ଅଟକି ଯାଇନାହାନ୍ତି। ୨୦୧୨ ମସିହାରେ ଉଭୟ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି। ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବ୍ୟାପୀ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବ କେନ୍ଦ୍ର ନିକଟରେ ପଡ଼ି ରହିଛି।

ଆହୁରି ପଢ଼ନ୍ତୁ: ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ: ଏଏସଓ ଓ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ, ୩ ଅଟକ

କେବଳ ରାଜନୀତି ପାଇଁ ନୁହେଁ, ବରଂ ମହିଳାଙ୍କୁ ସମାଜର ପ୍ରମୁଖ ସ୍ରୋତକୁ ଆଣିବା ପାଇଁ ନବୀନ ପଟ୍ଟନାୟକ ସର୍ବାଦୌ ଉଦ୍ୟମ କରିଥିବା ସ୍ପଷ୍ଟ ହୋଇଛି। ରାଜ୍ୟରେ ଏହି ଧାରାକୁ ଆଗେଇ ନେବା ପାଇଁ ଶାସକ ଦଳ ସହ ଅନ୍ୟ ଦଳମାନେ ମଧ୍ୟ ସମାନ ଭାବେ ମହିଳାଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛିି। ଓଡ଼ିଶାରେ ମିଶନ ଶକ୍ତି ଯେଉଁ ବିରାଟ ସାମାଜିକ ଆନ୍ଦୋଳନ ସୃଷ୍ଟି କରିପାରିଛି, ତାହା ସାରା ଦେଶପାଇଁ ଉଦାହରଣ ସୃଷ୍ଟି କରିପାରିଛି। ମମତାଙ୍କ ପରି ନେତ୍ରୀ ସରପଞ୍ଚ ଆସନର ଗରିମା ବୃଦ୍ଧି କରିଥିବା ବେଳେ ଆସ୍କାର ପ୍ରମିଳା ବିଷୋୟୀ ସାଂସଦଭାବେ ଦିଲ୍ଲୀରେ ମାଆମାନଙ୍କର ସମ୍ମାନ ବୃଦ୍ଧି କରିଛନ୍ତି। ପରିବାର ବୋଝ ତଳେ ଘରର ଚାରିକାନ୍ଥ ଭିତରେ ଚାପି ହେଇଯାଉଥିବା ମହିଳା ଆଜି ପରିବାରର ବୋଝ ସମ୍ଭାଳୁଛି। ପ୍ରାରମ୍ଭରେ ଅବଶ୍ୟ କେତେକ ସ୍ଥାନରେ ମହିଳା ନେତ୍ରୀଙ୍କ ବଦଳରେ ଅନ୍ୟମାନେ କ୍ଷମତା ଭୋଗ କରୁଥବା ଅଭିଯୋଗ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ମହିଳାମାନେ ହିଁ ନିଜର ଦାୟିତ୍ୱକୁ ନିଜେ ସମ୍ଭାଳିଛନ୍ତି। ନିଜ ସମ୍ପର୍କୀୟ କିମ୍ବା ଉକ୍ତ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଅଭିଜ୍ଞତାକୁ ଉପଯୋଗ କରି ନିଜ ରାଜନୈତିକ ଜୀବନରେ ସଫଳ ହୋଇପାରିଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି। ଏଥିପାଇଁ ସରକାର, ରାଜନୈତିକ ଦଳ ସହ ସମାଜକୁ ମଧ୍ୟ ନିଜ ମାନସିକତାରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଆଗାମୀ ଦିନରେ ଏହି ମହିଳାମାନେ ହିଁ ବିକାଶର ପ୍ରକୃତ ବାର୍ତ୍ତାବହ ହେବେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର