ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୧୭ତମ ବୈଠକ: ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ, ସୃଷ୍ଟି ହେବ ୩୭୨୧ ନିଯୁକ୍ତି ସୁଯୋଗ

The Sakala Picture
Published On

ବନେଶ୍ଵର: ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ)ର ୧୧୭ତମ ବୈଠକ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏସଏଲଏସଡବ୍ଲ୍ୟୁସିଏ କମିଟି ଦ୍ୱାରା ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯାହା ଓଡ଼ିଶାବାସୀଙ୍କ ପାଇଁ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ତନ୍ମଧ୍ୟରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ଅଂଶଗ୍ରହଣ କରି ରାଜ୍ୟରେ ପୁଞ୍ଜିନିବେଶ ପ୍ରସ୍ତାବନା ଦେଇଥିବା ୯ଟି […]

ବନେଶ୍ଵର: ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ)ର ୧୧୭ତମ ବୈଠକ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏସଏଲଏସଡବ୍ଲ୍ୟୁସିଏ କମିଟି ଦ୍ୱାରା ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯାହା ଓଡ଼ିଶାବାସୀଙ୍କ ପାଇଁ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ତନ୍ମଧ୍ୟରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ଅଂଶଗ୍ରହଣ କରି ରାଜ୍ୟରେ ପୁଞ୍ଜିନିବେଶ ପ୍ରସ୍ତାବନା ଦେଇଥିବା ୯ଟି କମ୍ପାନୀ ଅନ୍ତର୍ଭୁକ୍ତ ରହିଛି ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ନିବେଶ ଉଦ୍ଦେଶ୍ୟକୁ ବାସ୍ତବରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ନିରବଚ୍ଛିନ୍ନ ପ୍ରୟାସ କରୁଛନ୍ତି । ଆଲୁମିନିୟମ ଓ ଆଲୁମିନିୟମ ଉପରେ ନିର୍ଭରଶୀଳ ସଂପୃକ୍ତ ଇସ୍ପାତ ଏବଂ ଇସ୍ପାତ ସହ ସଂଯୁକ୍ତ ଶିଳ୍ପ, ରାସାୟନିକ ଓ ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, ବୟନ ଓ ପୋଷାକ, ପର୍ୟ୍ୟଟନ ଏବଂ ଅକ୍ଷୟ ଶକ୍ତି ଭଳି ବିଭିନ୍ନ କ୍ଷେତ୍ରରେ ଥିବା ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି । ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁମୋଦିତ ପ୍ରକଳ୍ପ ପ୍ରତିଷ୍ଠା କରାଯିବ

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ବୈଠକରେ ୮୯୬.୯୮ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆର.ସି.ଆର ଷ୍ଟିଲ ୱାର୍କସ ପ୍ରାଇଭେଟ ଲିମିଟେଡର ପ୍ରସ୍ତାବକୁ ଏସଏଲଏସଡବ୍ଲୁସିଏ ଅନୁମୋଦନ କରିଛି । ଏଥିରେ ମୟୂରଭଞ୍ଜର ଜାମଦାଠାରେ ଏକ ଇସ୍ପାତ କାରଖାନା ସ୍ଥାପନ କରାଯିବା ସହ ରାଜ୍ୟରେ ପ୍ରାୟ ୭୫୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ସେହିପରି ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍ ଏବଂ ସମ୍ବଲପୁରର ଲାପଙ୍ଗାସ୍ଥିତ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ସମ୍ପ୍ରସାରଣ ପ୍ରସ୍ତାବକୁ କମିଟି ଅନୁମୋଦନ କରିଛି, ଯେଉଁଥିରେ ମୋଟ ପ୍ରାୟ ୧୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି ଏବଂ ଏହି ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଗଞ୍ଜାମ ଜିଲ୍ଲାର ଚିଲିକା ହ୍ରଦ ସ୍ଥିତ ସୋମାଲୋ ଦ୍ୱୀପରେ ୨୨୮.୪୫ କୋଟି ଟଙ୍କା ବିନିଯୋଗରେ ଏକ ରିସୋର୍ଟ ପ୍ରତିଷ୍ଠା ପାଇଁ ମହିନ୍ଦ୍ରା ହୋଲିଡେଜ୍ ଆଣ୍ଡ ରିସର୍ଟସ୍ ଇଣ୍ଡିଆ ଲିମିଟେଡ୍ ପ୍ରକଳ୍ପ ପ୍ରସ୍ତାବକୁ ମଧ୍ୟ ଏସ୍ଏଲ୍ଏସ ଡବ୍ଲୁଏ ଅନୁମୋଦନ କରିଛି । ଏହି ପ୍ରକଳ୍ପ ଭାରତର ପର୍ୟ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ଆହୁରି ମଧ୍ୟ ରସାୟନ କ୍ଷେତ୍ରରେ କମିଟି ଆୟନ ଏକ୍ସଚେଞ୍ଜ (ଇଣ୍ଡିଆ) ଲିମିଟେଡ୍ ର ଏକ ପ୍ରକଳ୍ପକୁ କମିଟି ମଞ୍ଜୁରୀ ଦେଇଛି । ୩୦୩ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୨୫୦୦୦ ମେଟ୍ରିକ୍ ଟନ୍ ଜଳ ବିଶୋଧନ କେମିକାଲ୍ ଏବଂ ୩୦,୦୦୦ ମେଟ୍ରିକ୍ ଟନ୍ ମନୋମର୍ ଓ ପଲିମର୍ସ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି, ଯାହା ଓଡ଼ିଶାର ୧୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

ବୟନ ଓ ପୋଷାକ କ୍ଷେତ୍ରରେ ଇଣ୍ଡିଆନ୍ ଷ୍ଟିଚେସ ପ୍ରାଇଭେଟ୍ ଲିମିଟେଡ୍ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଫେବ୍ରିକ୍ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରି ରାଜ୍ୟରେ ୧୦୦୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଖୋର୍ଦ୍ଧାରେ ଫୁଡ୍ ପ୍ରୋସେସିଂ ଓ ପ୍ୟାକେଜିଂ ୟୁନିଟ୍ ସ୍ଥାପନ ପାଇଁ ତାଜ୍ ସାଟସ୍ ଲିମିଟେଡ୍ ର ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପରେ ୫୧ କୋଟି ଟଙ୍କା ବିନିଯୋଗ ହେବା ସହିତ ୨୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜିନିବେଶ ପାଇଁ ସର୍ବଦା ଶିଳ୍ପପତିମାନଙ୍କୁ ଉତ୍ସାହିତ ଓ ସ୍ୱାଗତ କରି ଆସୁଛନ୍ତି । ପୂର୍ବ ଭାରତରେ ପାଦ ଥାପିବା କିମ୍ବା ଏହି ଅଞ୍ଚଳରେ ନିଜର ପାଦ ବିସ୍ତାର କରିବାର ସୁଯୋଗକୁ ଅପେକ୍ଷା କରିଥିବା ନିବେଶକଙ୍କ ପାଇଁ ଏହାର ଶିଳ୍ପ ଅନୁକୂଳ ନୀତି ରାଜ୍ୟକୁ ଏକ ଅତ୍ୟନ୍ତ ଲାଭଦାୟକ ଗନ୍ତବ୍ୟସ୍ଥଳରେ ପରିଣତ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର