ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ରାଜ୍ୟ ସରକାର ଗାଦି ଛାଡ଼ନ୍ତୁ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ମହିଳା ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଧଉଳି ଗଣଦୁଷ୍କର୍ମ ଘଟଣାରୁ ଏହା ପୁଣିଥରେ ସାବ୍ୟସ୍ତ ହୋଇଛି। ତେଣୁ ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ରାଜ୍ୟ ସରକାର ତୁରନ୍ତ ଗାଦି ଛାଡ଼ନ୍ତୁ ବୋଲି ଦାବି କରିଛି ବିଜେଡି। ଅପରପକ୍ଷେ ଏହି ପ୍ରସଙ୍ଗରେ ରାଜ୍ୟ ମହିଳା କମିସନ ସଦସ୍ୟଙ୍କ ମନ୍ତବ୍ୟକୁ ମଧ୍ୟ ଦଳ କଡ଼ା ନିନ୍ଦା କରିଛି। ଉଲ୍ଲେଖଯୋଗ୍ୟ, ମହିଳା କମିସନ୍‌ କହିଛନ୍ତି ଯେ ମା’ମାନେ ଝିଅମାନଙ୍କୁ ଏପରି ଜାଗାକୁ ଛାଡ଼ିବା ଉଚିତ ନୁହେଁ ଓ ଝିଅମାନେ ନିଜ ସୁରକ୍ଷା କଥା ନିଜେ ଚିନ୍ତା କରିବା କଥା।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ଯେ ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ ପରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ମହିଳା ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ଏହି ସମୟରେ ୪୦ହଜାରରୁ ଅଧିକ ନାରୀ ନିର୍ଯାତନା/ଅପରାଧ ମାମଲା ରୁଜୁ ହୋଇଛି। ରାଜ୍ୟରେ ଆଇନଶୃଙ୍ଖଳା ଏପରି ଦୟନୀୟ ସ୍ଥିତିରେ ପହଞ୍ଚିଛି ଯେ ଅପରାଧୀମାନେ ଭୟମୁକ୍ତ ହୋଇ ଅପରାଧ ଘଟାଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଗତ ୧୭ ମାସରେ ୨୮ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ସ୍ଥିତି ସଙ୍ଗୀନ ହୋଇଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର କୌଣସି ତତ୍ପରତା ଦେଖାଉନାହାନ୍ତି। ଗୃହ ବିଭାଗ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଥିଲା ବେଳେ ସ୍ଥିତିରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ବିଗିଡ଼ିଯିବା, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅପାରଗ ପଣିଆକୁ ପଦାରେ ପକାଉଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ରାଜ୍ୟର ମହିଳା କମିସନ୍‌ ସଦସ୍ୟା ଉର୍ମିଳା ମହାପାତ୍ର ଆଜି ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ। ମା’ ମାନେ ଏଭଳି ଜାଗାକୁ ଝିଅ ମାନଙ୍କୁ ଛାଡ଼ିବା ଉଚିତ ନୁହେଁ ଓ ଝିଅମାନେ ନିଜ ସୁରକ୍ଷା କଥା ନିଜେ ଚିନ୍ତା କରିବା ଦରକାର ବୋଲି ସେ କହିଥିଲେ। ଏହାର ଅର୍ଥ ସରକାର ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଅସମର୍ଥ ବୋଲି ସେ ସ୍ୱୀକାର କରିଛନ୍ତି। ଯଦି ରାଜ୍ୟର ବିଜେପି ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ଅସମର୍ଥ, ତାହେଲେ ସରକାର ଗାଦି ଛାଡ଼ନ୍ତୁ ବୋଲି ଶ୍ରୀମତି ଛୁରିଆ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର