ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରଣନୀତି

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟରେ ସାପ କାମୁଡା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ ଯୋଗାଇ ଦିଆଯାଉଛି। ଏହାସତ୍ତ୍ୱେ ଲୋକଙ୍କ ଅବହେଳା ତଥା ଭୟ ଯୋଗୁ ସାପ କାମୁଡ଼ା ମୃତ୍ୟୁ ଅଧିକ ଘଟୁଛି। ବହୁ ସ୍ଥାନରେ ସାପ କାମୁଡିବା ପରେ ଲୋକମାନେ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ୱାସ […]

ଭୁବନେଶ୍ବର : ରାଜ୍ୟରେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟରେ ସାପ କାମୁଡା ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ ଭେନମ ଯୋଗାଇ ଦିଆଯାଉଛି। ଏହାସତ୍ତ୍ୱେ ଲୋକଙ୍କ ଅବହେଳା ତଥା ଭୟ ଯୋଗୁ ସାପ କାମୁଡ଼ା ମୃତ୍ୟୁ ଅଧିକ ଘଟୁଛି। ବହୁ ସ୍ଥାନରେ ସାପ କାମୁଡିବା ପରେ ଲୋକମାନେ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ୱାସ କରି ମେଡିକାଲ ଆଣିବାରେ ଡେରି କରୁଛନ୍ତି। ଯାହା ଫଳରେ ସାପ କାମୁଡି ଥିବା ରୋଗୀଦେହରେ ବିଷ ଚରିଯାଉଛି ଏବଂ ରୋଗୀଟିର ଜୀବନ ଚାଲିଯାଇଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ରାଜ୍ୟରେ ବଢ଼ୁଥିବା ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର କିଛି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଆଧାରରେ ଏହି ରଣନୀତି ଆପଣାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ରାଜ୍ୟବ୍ୟାପୀ ଲାଗୁ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନୂଆ ରଣନୀତି ଅନୁସାରେ ଯେଉଁସ୍ଥାନ ମାନଙ୍କରେ ଅଧିକ ସର୍ପାଘାତ ହେଉଛି, ସେହି ଅଞ୍ଚଳମାନଙ୍କରେ ବିଷାକ୍ତ ସାପ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗାଁ ଗାଁରେ ଲଗାଯିବ ସାପ ସମ୍ପର୍କିତ ସୂଚନା ପୋଷ୍ଟର। ଏଥି ସହିତ ସାପ କାମୁଡା ରୋଗୀଙ୍କୁ ବୋହିବାକୁ ପ୍ରତି ଗ୍ରାମରେ ରହିବ ହାଲୁକା ଷ୍ଟ୍ରେଚର୍। ସାପ କାମୁଡ଼ା ଲୋକ ଚଲା ବୁଲା କରିବା ଅନୁଚିତ। ସେମାନଙ୍କୁ ଷ୍ଟ୍ରେଚରରେ ଡାକ୍ତରଖାନା ପର୍ଯ୍ୟନ୍ତ ନିଆଯିବ। ଯାହା ଦ୍ବାରା ରୋଗୀର ଶରୀରରେ ସାପର ବିଷ ଶିଘ୍ର ଚରିଯିବ ନାହିଁ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଯେତିକି ସାପ କାମୁଡା ଘଟଣା ଘଟୁଛି, ସେଥିରୁ ୮୦% ଅଣବିଷଧର ସାପ କାମୁଡା। ଲୋକମାନେ ସାପ କାମୁଡିବା ମାତ୍ରେ ଭୟଭିତ ହୋଇଯାଉଛନ୍ତି। ଅଣବିଷଧର ସାପ କାମୁଡିବା ପରେ ବିଷ ଶରୀରକୁ ବ୍ୟାପି ନ ଥାଏ। ଏସବୁ କ୍ଷେତ୍ରରେ ସାପ କାମୁଡ଼ା ପରେ ଲୋକମାନେ ଛାନିଆରେ ମୃତ୍ୟୁ ବରଣ କରୁଛନ୍ତି। ବହୁଲୋକଙ୍କର ସାପ କାମୁଡିବା ପରେ ହୃଦଘାତ ହୋଇଯାଉଛି ଭୟରେ। ଏହି ସମସ୍ୟାର ସମାଧାନ ପାଇଁ ଗାଁରେ ପୋଷ୍ଟର ଲାଗିବ ଯାହା ଦ୍ବାରା ଲୋକମାନେ ଜାଣିପାରିବେ କେଉଁଟା ବିଷାକ୍ତ ସାପ, କେଉଁଟା ନୁହେଁ। ଏଥି ସହିତ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି କି ସାପକାମୁଡିବା ପରେ କେଳା, ଗୁଣିଆ ଓ ଠାକୁରଙ୍କ ଉପରେ ବିଶ୍ୱାସ ନକରି ଯଥାଶିଘ୍ର ନିକଟସ୍ଥ ମେଡିକାଲକୁ ଯାଆନ୍ତୁ। ରାଜ୍ୟ ସରକାର ସବୁ ମେଡିକାଲକୁ ଆଣ୍ଟି ସ୍ନେକ ଭେନମ୍‌ ଯୋଗାଉଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର