ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ

Madhusudan Das Picture
Published On

ଭୁବନେଶ୍ୱର: ଘର ଭଡ଼ା ଦେବେ ସରକାର । ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ୍। ଏଣିକି ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର। ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ। ସରକାରୀ ଘର ଚିହ୍ନଟ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଚିଠି। ଏନେଇ ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଛି। ଓଡ଼ିଶାରେ ଗରିବ ଓ କର୍ମଜୀବୀ ଲୋକଙ୍କ ପାଇଁ ଶସ୍ତା ଭଡ଼ା ଘର ବ୍ୟବସ୍ଥା କରିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଅବାସ ଯୋଜନା ସହର 2.0 ଯୋଜନା ରେ ଏହି ବ୍ୟବସ୍ଥା ହେବ ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ସହର ଅଞ୍ଚଳରେ ଖାଲି ପଡ଼ିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘର ଓ ଭବନକୁ ଭଡ଼ାଘର ଭାବେ ପରିବର୍ତ୍ତନ କରାଯିବ । ହାଉସିଂ ଓ ଅର୍ବାନ ଡେଭଲପମେଣ୍ଟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗକୁ ଏହି ଖାଲି ଭବନର ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସହରକୁ କାମ ପାଇଁ ଆସୁଥିବା ଶ୍ରମିକ, କର୍ମଜୀବୀ ମହିଳା ଓ ଗରିବ ପରିବାର ଲୋକ ଲାଭବାନ ହେବେ । ସ୍ଥାନୀୟ ପ୍ରଶାସନ ଭଡ଼ା ନିର୍ଦ୍ଧାରଣ କରିବ । ପ୍ରତି ୨ ବର୍ଷରେ ୮ ପ୍ରତିଶତ ବୃଦ୍ଧି ହେବ, ୫ ବର୍ଷରେ ସର୍ବାଧିକ ୨୦ ପ୍ରତିଶତ ପର୍ଯ୍ୟନ୍ତ। ଏହି ପଦକ୍ଷେପ ସହର ଗରିବଙ୍କ ପାଇଁ ସୁରକ୍ଷିତ ଓ ସସ୍ତା ଆବାସ ସୁବିଧା ଦେବାରେ ମାଇଲସ୍ଟୋନ୍ ହେବ ବୋଲି ସରକାର କହିଛନ୍ତି ।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

06 Feb 2026 By Madhusudan Das

ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର, ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ

ଭୁବନେଶ୍ୱର: ଘର ଭଡ଼ା ଦେବେ ସରକାର । ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ୍। ଏଣିକି ସହରୀ ଗରୀବଙ୍କୁ ଭଡ଼ାରେ ଘର ଦେବେ ସରକାର। ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ। ସରକାରୀ ଘର ଚିହ୍ନଟ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଚିଠି। ଏନେଇ ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଛି। ଓଡ଼ିଶାରେ ଗରିବ ଓ କର୍ମଜୀବୀ ଲୋକଙ୍କ ପାଇଁ ଶସ୍ତା ଭଡ଼ା ଘର ବ୍ୟବସ୍ଥା କରିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଅବାସ ଯୋଜନା ସହର 2.0 ଯୋଜନା ରେ ଏହି ବ୍ୟବସ୍ଥା ହେବ ।

ସହର ଅଞ୍ଚଳରେ ଖାଲି ପଡ଼ିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘର ଓ ଭବନକୁ ଭଡ଼ାଘର ଭାବେ ପରିବର୍ତ୍ତନ କରାଯିବ । ହାଉସିଂ ଓ ଅର୍ବାନ ଡେଭଲପମେଣ୍ଟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗକୁ ଏହି ଖାଲି ଭବନର ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସହରକୁ କାମ ପାଇଁ ଆସୁଥିବା ଶ୍ରମିକ, କର୍ମଜୀବୀ ମହିଳା ଓ ଗରିବ ପରିବାର ଲୋକ ଲାଭବାନ ହେବେ । ସ୍ଥାନୀୟ ପ୍ରଶାସନ ଭଡ଼ା ନିର୍ଦ୍ଧାରଣ କରିବ । ପ୍ରତି ୨ ବର୍ଷରେ ୮ ପ୍ରତିଶତ ବୃଦ୍ଧି ହେବ, ୫ ବର୍ଷରେ ସର୍ବାଧିକ ୨୦ ପ୍ରତିଶତ ପର୍ଯ୍ୟନ୍ତ। ଏହି ପଦକ୍ଷେପ ସହର ଗରିବଙ୍କ ପାଇଁ ସୁରକ୍ଷିତ ଓ ସସ୍ତା ଆବାସ ସୁବିଧା ଦେବାରେ ମାଇଲସ୍ଟୋନ୍ ହେବ ବୋଲି ସରକାର କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର