୫ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେଲେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫ ଜଣ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ବୟସ ୨୨ରୁ ୪୪ ବର୍ଷ ମଧ୍ୟରେ ରହିଛି । ଚାରି ଜଣ କାତାର, କଙ୍ଗୋ, ୟୁଏଇରୁ ଫେରିଥିବା ସୂଚନା ମିଳିଥିବା ବେଳେ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ । ସଂକ୍ରମିତ ପଞ୍ଚମ ବ୍ୟକ୍ତି […]

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫ ଜଣ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ବୟସ ୨୨ରୁ ୪୪ ବର୍ଷ ମଧ୍ୟରେ ରହିଛି । ଚାରି ଜଣ କାତାର, କଙ୍ଗୋ, ୟୁଏଇରୁ ଫେରିଥିବା ସୂଚନା ମିଳିଥିବା ବେଳେ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ । ସଂକ୍ରମିତ ପଞ୍ଚମ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରିନାହାନ୍ତି। ସେହି ବ୍ୟକ୍ତି ଜଣକ ରାୟପୁର ଓ ହାଇଦ୍ରାବାଦ ଯାଇଥିଲେ । ସମସ୍ତଙ୍କର କଂଟାକ୍ଟ ଟ୍ରେସିଂ ସରିଛି । ଜଣକର ପଜିଟିଭ ଆସିଛି । ତାଙ୍କ ରିପୋର୍ଟକୁ ଜିନମ ସିକ୍ୱେନସିଂ ପାଇଁ ପଠାଯାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଦୁଇ ଜଣଙ୍କ କଂଟାକ୍ଟ ଟ୍ରେସିଂ ରିପୋର୍ଟ ନେଗେଟିଭ ରହିଥିବା ବେଳେ ଅନ୍ୟ ୨ଜଣଙ୍କର କଂଟାକ୍ଟ ଟ୍ରେସିଂ ରିପୋର୍ଟ ଆସିନାହିଁ ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୯ ଜଣ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ଓମିକ୍ରନର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

30 Dec 2021 By The Sakala

୫ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫ ଜଣ ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ବୟସ ୨୨ରୁ ୪୪ ବର୍ଷ ମଧ୍ୟରେ ରହିଛି । ଚାରି ଜଣ କାତାର, କଙ୍ଗୋ, ୟୁଏଇରୁ ଫେରିଥିବା ସୂଚନା ମିଳିଥିବା ବେଳେ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ନାହିଁ । ସଂକ୍ରମିତ ପଞ୍ଚମ ବ୍ୟକ୍ତି କୌଣସି ବିଦେଶ ଗସ୍ତ କରିନାହାନ୍ତି। ସେହି ବ୍ୟକ୍ତି ଜଣକ ରାୟପୁର ଓ ହାଇଦ୍ରାବାଦ ଯାଇଥିଲେ । ସମସ୍ତଙ୍କର କଂଟାକ୍ଟ ଟ୍ରେସିଂ ସରିଛି । ଜଣକର ପଜିଟିଭ ଆସିଛି । ତାଙ୍କ ରିପୋର୍ଟକୁ ଜିନମ ସିକ୍ୱେନସିଂ ପାଇଁ ପଠାଯାଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଦୁଇ ଜଣଙ୍କ କଂଟାକ୍ଟ ଟ୍ରେସିଂ ରିପୋର୍ଟ ନେଗେଟିଭ ରହିଥିବା ବେଳେ ଅନ୍ୟ ୨ଜଣଙ୍କର କଂଟାକ୍ଟ ଟ୍ରେସିଂ ରିପୋର୍ଟ ଆସିନାହିଁ ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୯ ଜଣ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି । ଡିସେମ୍ବର ୨୧ ତାରିଖରେ ରାଜ୍ୟରେ ଓମିକ୍ରନର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ।

https://www.thesakala.in/latest-odisha-news/state-government-has-released-details-of-5-new-omicron-cases/article-8011
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର