ସେପ୍ଟେମ୍ବର ସୁଦ୍ଧା ନୂଆ ରୂପ ନେବ ରାଜ୍ୟ କଂଗ୍ରେସ, CWC ବୈଠକରେ ବାଜିବ ମୋହର

The Sakala Picture
Published On

ଭୁବନେଶ୍ୱର: ସେପ୍ଟେମ୍ବର ସୁଦ୍ଧା କଂଗ୍ରେସର ଗଠନ ହେବ ନୂଆ କମିଟି। ବ୍ଲକ୍ ସଭାପତି, ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କମିଟିକୁ ନୂଆ ରୂପ ଦିଆଯିବ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଅଗଷ୍ଟ ୨୮ରେ ହେବାକୁ ଥିବା  CWC ବୈଠକରେ ଏହି କମିଟି ଉପରେ ମୋହର ମରାଯିବ । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ୯ ବିଧାୟକରୁ ୯୦ କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। […]

ଭୁବନେଶ୍ୱର: ସେପ୍ଟେମ୍ବର ସୁଦ୍ଧା କଂଗ୍ରେସର ଗଠନ ହେବ ନୂଆ କମିଟି। ବ୍ଲକ୍ ସଭାପତି, ଜିଲ୍ଲା ସଭାପତି, ରାଜ୍ୟସ୍ତରୀୟ କମିଟିକୁ ନୂଆ ରୂପ ଦିଆଯିବ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ଅଗଷ୍ଟ ୨୮ରେ ହେବାକୁ ଥିବା  CWC ବୈଠକରେ ଏହି କମିଟି ଉପରେ ମୋହର ମରାଯିବ । ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ୯ ବିଧାୟକରୁ ୯୦ କରିବା ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। କଂଗ୍ରେସ ସବୁବେଳେ ଲୋକଙ୍କ ସହ ରହିଛି । ୨୦୨୪ ନିର୍ବାଚନରେ ଭଲ ଫଳ ମିଳିବ ବୋଲି ଶରତ ପଟ୍ଟନାୟକ ଆଶା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସେପଟେ ବର୍ତ୍ତମାନ କଂଗ୍ରେସ ଠିକ୍ ଦିଗରେ ଚାଲିଛି ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ। କିନ୍ତୁ କିଛି ଲୋକ ବିଶୃଙ୍ଖଳା କରୁଛନ୍ତି। ବିଶୃଙ୍ଖଳାକାରୀଙ୍କୁ ଚେତାବନୀ ଦେଇ ସୁର କହିଛନ୍ତି, ଶରତ ପଟ୍ଟନାୟକଙ୍କୁ ଯିଏ ବିରୋଧ କରିବ ତାକୁ ଘୋର ବିରୋଧ କରାଯିବ। ସମସ୍ତେ ଏକଜୁଟ ହେଇ କାମ କଲେ ଦଳର ସ୍ଥିତି ସୁଦୃଢ ହେବ। ଗାନ୍ଧୀ ପରିବାରକୁ ଛାଡି ଆଉ କିଏ ସଭାପତି ହେଲେ ବି ତାଙ୍କୁ ସମର୍ଥନ ଦିଆଯିବ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସୋନିଆ ଗାନ୍ଧୀଙ୍କ ବିଚକ୍ଷଣ ବୁଦ୍ଧି। ସେ ଯାହାକୁ ଦାୟିତ୍ଵ ଦେବେ ଦଳ ଗ୍ରହଣ କରିବ । ବନ୍ୟା ପରେ ପରେ ଆମେ ସଂଗଠନକୁ ଫୋକସ୍ କରୁଛୁ। ନୂଆ ସଂଗଠନ ହେବା ପରେ ରାହୁଲଙ୍କୁ ଡାକି ବଡ ସମାବେଶ କରିବୁ ବୋଲି କହିଛନ୍ତି ସୁରେଶ ରାଉତରାୟ। ସେହିଭଳି ୨୦୨୪ ହେଉଛି କଂଗ୍ରେସ ପାଇଁ ଶେଷ ସୁଯୋଗ ବୋଲି ଚେତେଇ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ଯଦି କଂଗ୍ରେସ ୨୦୨୪ରେ ଏକାଠି ହୋଇ ଲଢ଼ିବନି ତେବେ କଂଗ୍ରେସକୁ ଆଉ କେହି ବଞ୍ଚାଇ ପାରିବେନି । ଭଗବାନ ବି କଂଗ୍ରେସକୁ ରକ୍ଷା କରି ପାରିବେନି । CWC ବୈଠକ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବ ଯେ କିଏ ହେବ କଂଗ୍ରେସର ପରବର୍ତ୍ତୀ ସଭାପତି । ଏପଟେ ଗାନ୍ଧୀ ପରିବାର ସହ ଲୋକେ ରହିବେ ବୋଲି କହିଛନ୍ତି ଜୟଦେବ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର