ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇଯାଉଛି ରାଜ୍ୟର ରାଜଧାନୀ ଭୁବନେଶ୍ୱର: ନବୀନ ପଟ୍ଟନାୟକ

ନାରୀ ହିଂସା ବୃଦ୍ଧି ଯୋଗୁଁ କଳଙ୍କ ମୁଣ୍ଡାଉଛି ଓଡ଼ିଶା, କେବେ ଚେତିବେ ବିଜେପି ସରକାର...

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ମହିଳା ଶିଶୁ ଅତ୍ୟାଚାର ଓ ହିଂସା ମାମଲା ବଢ଼ି ବଢ଼ି ଚାଲିଥିବା ବେଳେ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରୁ ନାହାନ୍ତି। ପ୍ରତ୍ୟେକ ଦିନ ରାଜ୍ୟର କୋଣ ଅନୁକୋଣରେ ଦୁଷ୍କର୍ମ, ଅସଦାଚରଣ ପରି ଉଦ୍‌ବେଗଜନକ ଘଟଣା ସାମ୍ନାକ ଆସୁଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ରାଜ୍ୟର ରାଜଧାନୀ ଭୁବନେଶ୍ୱର ମହିଳାଙ୍କ ପାଇଁ ଅସୁରକ୍ଷିତ ହୋଇ ପଡ଼ୁଛି; ନାରୀ ହିଂସା ବୃଦ୍ଧି ଯୋଗୁଁ ଓଡ଼ିଶା କଳଙ୍କ ମୁଣ୍ଡାଉଛି ବୋଲି ଉଲ୍ଲେଖ କରି ବିଜେପି ସରକାର କେବେ ଚେତିବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ ପଟ୍ଟନାୟକ। ସମାଜିକ ଗଣମାଧ୍ୟମ ଏକ୍ସରେ  ନବୀନ କହିଛନ୍ତି ଯେ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରେ ପୁଣି ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ଅତ୍ୟନ୍ତ ସ୍ପର୍ଶକାତର ବିଷୟ। ରାଜ୍ୟରେ ଆଇନଶୃଙ୍ଖଳା କୁଆଡେ଼ ଯାଉଛି?  ‘ଲୋକଙ୍କ ସରକାର’ର ମିଛ ପ୍ରହେଳିକା କରୁଥିବା ସରକାର ଲୋକଙ୍କୁ ସୁରକ୍ଷା ଦେଉଛି ତ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ଧଉଳି ଗଣଦୁଷ୍କର୍ମ ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ବର୍ବର କାଣ୍ଡ ସାଧାରଣ ଜନତାଙ୍କୁ ଆତଙ୍କିତ କରିଦେଇଛି। ରାଜଧାନୀରେ ମା’ଭଉଣୀମାନେ ଅସୁରକ୍ଷିତ ମନେ କରୁଛନ୍ତିି। ସମସ୍ତଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବାରେ ବିଜେପି ସରକାରର ଅପାରଗତା ଜଳଜଳ ଦେଖାଯାଉଛି। ତେଣୁ ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ସରକାର ସଜାଗ ହୁଅନ୍ତୁ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ଦିଗରେ ସରକାର ଆଗୁଆ ତତ୍ପର ହେବା ସହ ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର