ଆଜି ବସିବ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ବଜେଟ ଚିଠା ପ୍ରସ୍ତାବ ଉପରେ ବାଜିବ ମୋହର

The Sakala Picture
Published On

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ଦିଆଯିବ। ରାଜ୍ୟରେ ବିତ୍ତୀୟ ଅବସ୍ଥା ବେଶ୍‌‌ ଉତ୍ତମ ସ୍ଥିତିରେ ଥିବାବେଳେ ଆର୍ଥିକ ପରିଚାଳନା ଶୃଙ୍ଖଳିତ ରହିଛି। ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହଠାରୁ ଆରମ୍ଭ କରି ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ସଂଗ୍ରହ […]

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ଦିଆଯିବ। ରାଜ୍ୟରେ ବିତ୍ତୀୟ ଅବସ୍ଥା ବେଶ୍‌‌ ଉତ୍ତମ ସ୍ଥିତିରେ ଥିବାବେଳେ ଆର୍ଥିକ ପରିଚାଳନା ଶୃଙ୍ଖଳିତ ରହିଛି। ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହଠାରୁ ଆରମ୍ଭ କରି ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ସଂଗ୍ରହ ପରିମାଣ ବୃୃଦ୍ଧି ପାଇଛି। ସେହିପରି ରାଜ୍ୟ ସରକାର ବର୍ତ୍ତମାନ ଭିତ୍ତିଭୂମି ବିକାଶ ଏବଂ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ଏହା ଚଳିତ ବର୍ଷ ବଜେଟ ବ୍ୟୟବରାଦରେ ଅଧିକ ମାତ୍ରାରେ ପ୍ରତିଫଳିତ ହୋଇପାରେ। ଏହି ପ୍ରରିପେକ୍ଷୀରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଗତବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇପାରେ। ଏବର୍ଷର ବଜେଟ ଆକାର ୨.୨୪ ଲକ୍ଷ କୋଟି ଟଙ୍କାକୁ ଟପିପାରେ ବୋଲି ତଥ୍ୟାଭିଜ୍ଞ ମହଲ ଆଶା ପୋଷଣ କରିଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଚଳିତ ମାସ ୨୪ ତରିଖରେ ଉପସ୍ଥାପିତ ହେବ। ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବା ପାଇଁ ଚଳିତ ବଜେଟରେ ସରକାର କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି। ଏଥିପାଇଁ ବଜେଟରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ନିଶ୍ଚିତ ଭାବେ ବୃଦ୍ଧି ପାଇବ। ସେହିପରି ରାଜ୍ୟ ସରକାର ନିଜ ଫ୍ଲାଗ୍‌‌ସିପ୍‌‌ ଯୋଜନା ଯଥା ବିଏସ୍‌‌କେୱାଇ, କାଳିଆ ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରିବାର ସମ୍ଭାବନା ରହିଛି। ବିଗତ କିଛି ବର୍ଷ ଧରି ରାଜ୍ୟ ସରକାର ନିଜ ବଜେଟର ଆକାର ପ୍ରାୟ ୧୦ରୁ ୧୫ ପ୍ରତିଶତ ଯାଏଁ ବୃଦ୍ଧି କରି ଆସୁଛନ୍ତି। ତେଣୁ ଉପରୋକ୍ତ ସମସ୍ତ ବିଷୟକୁ ବିଚାରକୁ ନେଲେ ରାଜ୍ୟ ବଜେଟର ଆକାର ୨.୨୪ ଲକ୍ଷ କୋଟି ଟଙ୍କା ଟପିବା ନେଇ ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ଅନ୍ୟପକ୍ଷରେ ରାଜ୍ୟର ବିତ୍ତୀୟ ପରିଚାଳନା ବେଶ୍‌‌ ଶୃଙ୍ଖଳିତ ଥିବା ବେଳେ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଛି। ଗତ ଜାନୁଆରୀ ସୁଦ୍ଧା ରାଜ୍ୟରେ ନିଜସ୍ୱ ଟିକରୁ ରାଜସ୍ୱ ସଂଗ୍ରହ ଗତ ବର୍ଷ ଜାନୁଆରୀ ତୁଳନାରେ ୧୩.୫୦ ପ୍ରତିଶତ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ନିଜସ୍ୱ ଟିକସରୁ ମିଳୁଥିବା ରାଜସ୍ୱ ମଧ୍ୟରୁ ବାଣିଜ୍ୟିକ ଟିକସ ଆଦାୟ ପରିମାଣ ପ୍ରାୟ ୧୫.୦୨ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଅବକାରୀ ରାଜସ୍ୱ ଆଦାୟ ମଧ୍ୟ ଚଳିତ ଆର୍ଥିକ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୨୧.୧୮ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ମୋଟ ନିଜସ୍ୱ ଟିକସ ଏବଂ ଅଣଟିକସ ରାଜସ୍ୱ ବାବଦରେ ଚଳିତ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୭୧୩୧୫.୭୩ କୋଟି ଟଙ୍କା ଆଦାୟ ହୋଇଛି, ଯାହା ପୂର୍ବବର୍ଷର ଜାନୁଆରୀ ମାସ ତୁଳନାରେ ଅଧିକ। ଓଡ଼ିଶା ବର୍ତ୍ତମାନ ରାଜସ୍ୱ ବଳକା ରାଜ୍ୟ ହୋଇଥିବା ବେଳେ ଋଣ କ୍ଷେତ୍ରରେ ମଧ୍ୟ ବେଶ୍‌‌ ପୋଷଣୀାୟ ସ୍ଥିତିରେ ରହିଛି। ଏସବୁ ମାନଦଣ୍ଡକୁ ବିଚାରକୁ ନେଲେ ନିଜର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ହାତ ଖୋଲିଦେଇ ପାରନ୍ତି।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

13 Feb 2023 By The Sakala

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ବଜେଟ ଚିଠା ପ୍ରସ୍ତାବ ଉପରେ ବାଜିବ ମୋହର

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ଦିଆଯିବ। ରାଜ୍ୟରେ ବିତ୍ତୀୟ ଅବସ୍ଥା ବେଶ୍‌‌ ଉତ୍ତମ ସ୍ଥିତିରେ ଥିବାବେଳେ ଆର୍ଥିକ ପରିଚାଳନା ଶୃଙ୍ଖଳିତ ରହିଛି। ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହଠାରୁ ଆରମ୍ଭ କରି ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ସଂଗ୍ରହ ପରିମାଣ ବୃୃଦ୍ଧି ପାଇଛି। ସେହିପରି ରାଜ୍ୟ ସରକାର ବର୍ତ୍ତମାନ ଭିତ୍ତିଭୂମି ବିକାଶ ଏବଂ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ଏହା ଚଳିତ ବର୍ଷ ବଜେଟ ବ୍ୟୟବରାଦରେ ଅଧିକ ମାତ୍ରାରେ ପ୍ରତିଫଳିତ ହୋଇପାରେ। ଏହି ପ୍ରରିପେକ୍ଷୀରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଗତବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇପାରେ। ଏବର୍ଷର ବଜେଟ ଆକାର ୨.୨୪ ଲକ୍ଷ କୋଟି ଟଙ୍କାକୁ ଟପିପାରେ ବୋଲି ତଥ୍ୟାଭିଜ୍ଞ ମହଲ ଆଶା ପୋଷଣ କରିଛି।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଚଳିତ ମାସ ୨୪ ତରିଖରେ ଉପସ୍ଥାପିତ ହେବ। ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବା ପାଇଁ ଚଳିତ ବଜେଟରେ ସରକାର କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି। ଏଥିପାଇଁ ବଜେଟରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ନିଶ୍ଚିତ ଭାବେ ବୃଦ୍ଧି ପାଇବ। ସେହିପରି ରାଜ୍ୟ ସରକାର ନିଜ ଫ୍ଲାଗ୍‌‌ସିପ୍‌‌ ଯୋଜନା ଯଥା ବିଏସ୍‌‌କେୱାଇ, କାଳିଆ ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରିବାର ସମ୍ଭାବନା ରହିଛି। ବିଗତ କିଛି ବର୍ଷ ଧରି ରାଜ୍ୟ ସରକାର ନିଜ ବଜେଟର ଆକାର ପ୍ରାୟ ୧୦ରୁ ୧୫ ପ୍ରତିଶତ ଯାଏଁ ବୃଦ୍ଧି କରି ଆସୁଛନ୍ତି। ତେଣୁ ଉପରୋକ୍ତ ସମସ୍ତ ବିଷୟକୁ ବିଚାରକୁ ନେଲେ ରାଜ୍ୟ ବଜେଟର ଆକାର ୨.୨୪ ଲକ୍ଷ କୋଟି ଟଙ୍କା ଟପିବା ନେଇ ଆଶା କରାଯାଉଛି।

ଅନ୍ୟପକ୍ଷରେ ରାଜ୍ୟର ବିତ୍ତୀୟ ପରିଚାଳନା ବେଶ୍‌‌ ଶୃଙ୍ଖଳିତ ଥିବା ବେଳେ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଛି। ଗତ ଜାନୁଆରୀ ସୁଦ୍ଧା ରାଜ୍ୟରେ ନିଜସ୍ୱ ଟିକରୁ ରାଜସ୍ୱ ସଂଗ୍ରହ ଗତ ବର୍ଷ ଜାନୁଆରୀ ତୁଳନାରେ ୧୩.୫୦ ପ୍ରତିଶତ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ନିଜସ୍ୱ ଟିକସରୁ ମିଳୁଥିବା ରାଜସ୍ୱ ମଧ୍ୟରୁ ବାଣିଜ୍ୟିକ ଟିକସ ଆଦାୟ ପରିମାଣ ପ୍ରାୟ ୧୫.୦୨ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଅବକାରୀ ରାଜସ୍ୱ ଆଦାୟ ମଧ୍ୟ ଚଳିତ ଆର୍ଥିକ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୨୧.୧୮ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ମୋଟ ନିଜସ୍ୱ ଟିକସ ଏବଂ ଅଣଟିକସ ରାଜସ୍ୱ ବାବଦରେ ଚଳିତ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୭୧୩୧୫.୭୩ କୋଟି ଟଙ୍କା ଆଦାୟ ହୋଇଛି, ଯାହା ପୂର୍ବବର୍ଷର ଜାନୁଆରୀ ମାସ ତୁଳନାରେ ଅଧିକ। ଓଡ଼ିଶା ବର୍ତ୍ତମାନ ରାଜସ୍ୱ ବଳକା ରାଜ୍ୟ ହୋଇଥିବା ବେଳେ ଋଣ କ୍ଷେତ୍ରରେ ମଧ୍ୟ ବେଶ୍‌‌ ପୋଷଣୀାୟ ସ୍ଥିତିରେ ରହିଛି। ଏସବୁ ମାନଦଣ୍ଡକୁ ବିଚାରକୁ ନେଲେ ନିଜର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ହାତ ଖୋଲିଦେଇ ପାରନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର