ମନ୍ତ୍ରିପରିଷଦ ଓ ରାଜ୍ୟ କ୍ୟାବିନେଟ ବୈଠକ ଆଜି

The Sakala Picture
Published On

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ। ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ପାଇଁ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ସେହିପରି ରାଜ୍ୟ କ୍ୟାବିନେଟ ବୈଠକରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ ଓ ଅନୁମୋଦନ ଲାଭ କରିପାରେ ବୋଲି କୁହାଯାଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ […]

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ରାଜ୍ୟ ମନ୍ତ୍ରୀ ପରିଷଦ ଏବଂ କ୍ୟାବିନେଟ ବୈଠକ। ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ପାଇଁ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ସେହିପରି ରାଜ୍ୟ କ୍ୟାବିନେଟ ବୈଠକରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ ଓ ଅନୁମୋଦନ ଲାଭ କରିପାରେ ବୋଲି କୁହାଯାଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପ୍ରାୟ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିପାରନ୍ତି। ରାଜ୍ୟରେ ବର୍ତ୍ତମାନ ଭିତ୍ତିଭୂମି ନିର୍ମାଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ସେହିପରି ବିଭିନ୍ନ ଧାର୍ମିକ ପୀଠ ରୂପାନ୍ତରଣ ସହ ୫-ଟି ଉପକ୍ରମ ଅଧିନରେ ରୂପାନ୍ତରଣ କାମ ଜାରି ରହିଛି। ତେଣୁ ଏହି କାର୍ଯ୍ୟଗୁଡ଼ିକର ସମ୍ପାଦନ ନିମନ୍ତେ ଆବଶ୍ୟକୀୟ ଅର୍ଥ ରାଶିର ଭରଣା ନିମନ୍ତେ ମନ୍ତ୍ରୀ ପରିଷଦ ବୈଠକରେ ୨୦ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରସ୍ତାବ ଆଗତ ହୋଇପାରେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଗତ ଆର୍ଥିକ ବର୍ଷ ଅର୍ଥାତ୍‌‌ ୨୦୨୨-୨୩ରେ ରାଜ୍ୟ ସରକାର ମୋଟ ୧୬୮୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଥିଲେ। ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ମୂଳ ବଜେଟର ଆକାର ୩୦ ହଜାର କୋଟି ଅଧିକ ହୋଇଥିବା ବେଳେ ସେହି ଦୃଷ୍ଟିରୁ ଅତିରିକ୍ତ ବଜେଟର ଆକାର ବଢ଼଼ିବା ସୁନିଶ୍ଚିତ। ସେହିପରି ରାଜ୍ୟରେ ବିଭିନ୍ନ ବିଭାଗ ଅଧିନରେ ଭିତ୍ତିଭୂମି ନିର୍ମାଣ, ରୂପାନ୍ତରଣ କାର୍ଯ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଅତିରିକ୍ତ ବଜେଟର ଆକାର ୨୦ ହଜାର କୋଟି ଅତିକ୍ରମ କରିପାରେ ବୋଲି ସ୍ୱାଭାବିକ ଆଶା କରାଯାଉଛି। ଅତିରିକ୍ତ ବଜେଟରେ ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଗ୍ରାମୀଣ ଯୋଗାଯୋଗ, କୃଷି, ପାନୀୟ ଜଳ, ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ େଦେଇପାରନ୍ତି ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି। ସେହିପରି ରାଜ୍ୟ କ୍ୟାବିନେଟ ବୈଠକରେ ସରକାରଙ୍କ ପକ୍ଷରୁ କେତେକ ନୂତନ ଯୋଜନାରେ ମୋହର ଲାଗିବାର କାର୍ଯ୍ୟକ୍ରମ ରହିଛି। ସେଥିମଧ୍ୟରେ ରାଜସ୍ୱ ବିଭାଗ ପକ୍ଷରୁ ଚୌଦ୍ୱାରଠାରେ ଶ୍ରମିକମାନଙ୍କ ଲାଗି ମାଗଣାରେ ଜମି ବଣ୍ଟନ ପ୍ରସ୍ତାବ ସହିତ ଅର୍ଥ ବିଭାଗ ପକ୍ଷରୁ ପେନସନ ସମ୍ୱନ୍ଧୀୟ ପ୍ରସ୍ତାବ ରହିଛି। ଏହାବ୍ୟତୀତଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ଐତିହାସିକ ଓ ପରିବେଶ ପର୍ଯ୍ୟଟନସ୍ଥଳୀଗୁଡିକୁ ମୁଖ୍ୟ ରାସ୍ତାରେ ଯୋଡ଼ିବାପାଇଁ ସ୍ୱତନ୍ତ୍ର କରିଡର ପ୍ରସ୍ତାବ ମଧ୍ୟ ଅଣାଯାଇପାରେ। ଏହାସହିତ କୃଷି, ଆଇନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମିଶନ ଶକ୍ତି ଏବଂ ସ୍ୱାସ୍ଥ୍ୟ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର