ଆଜି ରାଜ୍ଯ କ୍ୟାବିନେଟ୍‍ ବୈଠକ: ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

The Sakala Picture
Published On

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ ୫ଟା ୩୦ ମିନିଟ୍‍ରେ ହେବାକୁ ଥିବା ଏହି ବୈଠକରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ପ୍ରାଣୀସମ୍ପଦ ଚିକିତ୍ସକଙ୍କ କ୍ୟାଡର୍‌ ସଂଶୋଧନ ସହ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ମୋହର ମରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସପ୍ତମ ବେତନ କମିସନ ସୁପାରିସ୍‍ ଆଧାରରେ ଅଧ୍ୟାପକଙ୍କ ଦରମା ବୃଦ୍ଧି କରାଯିବା ନେଇ […]

ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ ୫ଟା ୩୦ ମିନିଟ୍‍ରେ ହେବାକୁ ଥିବା ଏହି ବୈଠକରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ପ୍ରାଣୀସମ୍ପଦ ଚିକିତ୍ସକଙ୍କ କ୍ୟାଡର୍‌ ସଂଶୋଧନ ସହ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ମୋହର ମରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସପ୍ତମ ବେତନ କମିସନ ସୁପାରିସ୍‍ ଆଧାରରେ ଅଧ୍ୟାପକଙ୍କ ଦରମା ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇପାରେ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସେହିପରି ଆଇନ, ପଞ୍ଚାୟତିରାଜ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ଉପରେ କ୍ୟାବିନେଟ୍‍ ମୋହର ବାଜିବାର ସମ୍ଭାବନା ରହିଛି। ଶକ୍ତି ବିଭାଗର ୩ଟି ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ୍‍ ଅନୁମୋଦନ ମିଳିପାରେ। ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗରିବଙ୍କୁ ‘ଆବାସ’ ସୁରକ୍ଷା ଭଳି ଏକମାତ୍ର ପ୍ରସ୍ତାବକୁ ମଞ୍ଜୁର କରାଯାଇଥିଲା। ସେହି ବୈଠକରେ ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟ ଆଗତ କରାଯାଇଥିଲା। ମାତ୍ର ତାହା ଉପରେ ବିଚାରବିମର୍ଶ କରି ଅନୁମୋଦନ କରାଯାଇପାରି ନ ଥିଲା। ତେଣୁ ସେହି ଦିନ ମଞ୍ଜୁର ହୋଇ ପାରି ନ ଥିବା ପାଖାପାଖି ୭ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଅନ୍ୟପକ୍ଷରେ ସଂରକ୍ଷଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସଂଶୋଧିତ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ନେଇ ଅଧ୍ୟାଦେଶ ଅଣାଯିବାକୁ କ୍ୟାବିନେଟ୍‌ର ଅନୁମତି ଲୋଡ଼ାଯାଇପାରେ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର