ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଓଡିଶା ସିଭିଲ ସର୍ଭିସ ପରୀକ୍ଷାକୁ ନେଇ ହୋଇଛି ବଡ ସଂଶୋଧନ

The Sakala Picture
Published On

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ଯ କ୍ୟାବିନେଟ୍ ବୈଠକ ଶେଷ ବୋଇଛି । ଏହି ବୈଠକରେ ୮ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ଓସିଏସ ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ହୋଇଛି। ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମ୍‌ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୟୁପିଏସସି ଭଳି ଏଣିକି ଓସିଏସରେ ଗୋଟିଏ ଅପ୍‌ସନାଲ ବ୍ୟବସ୍ଥା ରହିବ। ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ ହୋଇ ଇଣ୍ଟରଭ୍ୟୁକୁ ମିଶାଇ ମୋଟ […]

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ଯ କ୍ୟାବିନେଟ୍ ବୈଠକ ଶେଷ ବୋଇଛି । ଏହି ବୈଠକରେ ୮ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ଓସିଏସ ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ହୋଇଛି। ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମ୍‌ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୟୁପିଏସସି ଭଳି ଏଣିକି ଓସିଏସରେ ଗୋଟିଏ ଅପ୍‌ସନାଲ ବ୍ୟବସ୍ଥା ରହିବ। ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ ହୋଇ ଇଣ୍ଟରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ। ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ ହୋଇଛି। ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ ପରୀକ୍ଷାର୍ଥୀ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ଏଣିକି ଓଡ଼ିଆ ଭାଷରେ ଦେଇପାରିବେ।ଅଣସଂରକ୍ଷିତ ବର୍ଗ ପୂର୍ବରୁ ୪ଥର ଦେଇପାରୁଥିଲେ । ଏଣକି ଅଣସଂରକ୍ଷିତ ବର୍ଗ ୬ ଥର ପରୀକ୍ଷା ଦେଇପାରିବେ । ସାମାଜିକ ଓ ଶିକ୍ଷାଗତ ପଛୁଆ(ଏସଇବିସି) ବର୍ଗର ପିଲାଙ୍କ ପାଇଁ ୯ଟି ସୁଯୋଗ ରହିବ । SC/ST ବର୍ଗ ପୂର୍ବଭଳି ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

ଏଣିକି ଗ୍ରାଜୁଏଟ ଲେଭଲ ପରୀକ୍ଷା ଗୁଡ଼ିକୁ ଏକତ୍ର ଗୋଟିଏ ପରୀକ୍ଷା କରାଯିବ। ପୂର୍ବରୁ ଅଲଗା ଅଲଗା ପରୀକ୍ଷା ହେଉଥିବା ବେଳେ ଏଥିରେ ପରୀକ୍ଷାର୍ଥୀଙ୍କର ସମୟ ଅପଚୟ ହେଉଥିଲା ଏବଂ ଅଲଗା ଅଲଗା ଆବେଦନ କରିବାକୁ ପଡୁଥିଲା। କ୍ୟାବିନେଟ ବୈଠକରେ ଏହାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ସଚିବ ସ୍ତରରେ ଆଉ ୧୨୦ ପଦବୀ ସୃଷ୍ଟି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ୩୫୯ରୁ ଏହାକୁ ୪୭୯ କୁ ବୃଦ୍ଧି କରାଯାଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

୨୦୨୨- ୨୩ ପାଇଁ ଧାନ ସଂଗ୍ରହ ନୀତିକୁ  ଅନୁମୋଦନ ମିଳିଛି। ଆସନ୍ତା ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ମେ’ରୁ ଜୁନ ମଧ୍ଯରେ ରବି ଧାନ ସଂଗ୍ରହ କରାଯିବ । ଚାଷୀଙ୍କ ଠାରୁ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି।  କେବଳ ପଞ୍ଜିକୃତ ଚାଷୀଙ୍କଠାରୁ ବଳକା ଧାନ ସଂଗ୍ରହ କରାଯିବ ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

OMECL a OMCର ଏକତ୍ରୀକରଣ ହେବ । ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ମିଶ୍ରଣକୁ କ୍ଯାବିନେଟ ଅନୁମୋଦନ ମିଳିଛି। ନୂଆ ତଥା ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକ ସୃଷ୍ଟି ହେବ ।

30 Sep 2022 By The Sakala

ରାଜ୍ୟ କ୍ୟାବିନେଟରେ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଓଡିଶା ସିଭିଲ ସର୍ଭିସ ପରୀକ୍ଷାକୁ ନେଇ ହୋଇଛି ବଡ ସଂଶୋଧନ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ଯ କ୍ୟାବିନେଟ୍ ବୈଠକ ଶେଷ ବୋଇଛି । ଏହି ବୈଠକରେ ୮ଟି ଗୁରୁତ୍ବ ପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ଓସିଏସ ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ହୋଇଛି। ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ ଏକ୍‌ଜାମ୍‌ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୟୁପିଏସସି ଭଳି ଏଣିକି ଓସିଏସରେ ଗୋଟିଏ ଅପ୍‌ସନାଲ ବ୍ୟବସ୍ଥା ରହିବ। ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ ହୋଇ ଇଣ୍ଟରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ। ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ ହୋଇଛି। ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ ପରୀକ୍ଷାର୍ଥୀ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ଏଣିକି ଓଡ଼ିଆ ଭାଷରେ ଦେଇପାରିବେ।ଅଣସଂରକ୍ଷିତ ବର୍ଗ ପୂର୍ବରୁ ୪ଥର ଦେଇପାରୁଥିଲେ । ଏଣକି ଅଣସଂରକ୍ଷିତ ବର୍ଗ ୬ ଥର ପରୀକ୍ଷା ଦେଇପାରିବେ । ସାମାଜିକ ଓ ଶିକ୍ଷାଗତ ପଛୁଆ(ଏସଇବିସି) ବର୍ଗର ପିଲାଙ୍କ ପାଇଁ ୯ଟି ସୁଯୋଗ ରହିବ । SC/ST ବର୍ଗ ପୂର୍ବଭଳି ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ।

ଏଣିକି ଗ୍ରାଜୁଏଟ ଲେଭଲ ପରୀକ୍ଷା ଗୁଡ଼ିକୁ ଏକତ୍ର ଗୋଟିଏ ପରୀକ୍ଷା କରାଯିବ। ପୂର୍ବରୁ ଅଲଗା ଅଲଗା ପରୀକ୍ଷା ହେଉଥିବା ବେଳେ ଏଥିରେ ପରୀକ୍ଷାର୍ଥୀଙ୍କର ସମୟ ଅପଚୟ ହେଉଥିଲା ଏବଂ ଅଲଗା ଅଲଗା ଆବେଦନ କରିବାକୁ ପଡୁଥିଲା। କ୍ୟାବିନେଟ ବୈଠକରେ ଏହାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ସଚିବ ସ୍ତରରେ ଆଉ ୧୨୦ ପଦବୀ ସୃଷ୍ଟି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ୩୫୯ରୁ ଏହାକୁ ୪୭୯ କୁ ବୃଦ୍ଧି କରାଯାଇଛି।

୨୦୨୨- ୨୩ ପାଇଁ ଧାନ ସଂଗ୍ରହ ନୀତିକୁ  ଅନୁମୋଦନ ମିଳିଛି। ଆସନ୍ତା ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଖରିଫ ଧାନ ସଂଗ୍ରହ କରାଯିବ । ମେ’ରୁ ଜୁନ ମଧ୍ଯରେ ରବି ଧାନ ସଂଗ୍ରହ କରାଯିବ । ଚାଷୀଙ୍କ ଠାରୁ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି।  କେବଳ ପଞ୍ଜିକୃତ ଚାଷୀଙ୍କଠାରୁ ବଳକା ଧାନ ସଂଗ୍ରହ କରାଯିବ ।

OMECL a OMCର ଏକତ୍ରୀକରଣ ହେବ । ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ମିଶ୍ରଣକୁ କ୍ଯାବିନେଟ ଅନୁମୋଦନ ମିଳିଛି। ନୂଆ ତଥା ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକ ସୃଷ୍ଟି ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର