ଶେଷ ହେଲା ରାଜ୍ୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୫ ପ୍ରସ୍ତାବ ଉପରେ ବାଜିଲା ମୋହର
ଭୁବନେଶ୍ବର : ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୧୫ ପ୍ରସ୍ତାବ ଉପରେ ବାଜିଛି ମୋହର। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ରାଜ୍ୟରେ ବିତ୍ତୀୟ ଅବସ୍ଥା ବେଶ୍ ଉତ୍ତମ ସ୍ଥିତିରେ ଥିବାବେଳେ ଆର୍ଥିକ ପରିଚାଳନା ଶୃଙ୍ଖଳିତ ରହିଛି। ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହଠାରୁ […]
ଭୁବନେଶ୍ବର : ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୧୫ ପ୍ରସ୍ତାବ ଉପରେ ବାଜିଛି ମୋହର। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।
ରାଜ୍ୟରେ ବିତ୍ତୀୟ ଅବସ୍ଥା ବେଶ୍ ଉତ୍ତମ ସ୍ଥିତିରେ ଥିବାବେଳେ ଆର୍ଥିକ ପରିଚାଳନା ଶୃଙ୍ଖଳିତ ରହିଛି। ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହଠାରୁ ଆରମ୍ଭ କରି ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ସଂଗ୍ରହ ପରିମାଣ ବୃୃଦ୍ଧି ପାଇଛି। ସେହିପରି ରାଜ୍ୟ ସରକାର ବର୍ତ୍ତମାନ ଭିତ୍ତିଭୂମି ବିକାଶ ଏବଂ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ଏହା ଚଳିତ ବର୍ଷ ବଜେଟ ବ୍ୟୟବରାଦରେ ଏହା ଅଧିକ ମାତ୍ରାରେ ପ୍ରତିଫଳିତ ହେବ। ଆଜି ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟିର ଚିଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଚଳିତ ମାସ ୨୪ ତରିଖରେ ଉପସ୍ଥାପିତ ହେବ। ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବା ପାଇଁ ଚଳିତ ବଜେଟରେ ସରକାର କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି। ଏଥିପାଇଁ ବଜେଟରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ବୃଦ୍ଧି କରାଯିବ।
ସେହିପରି ରାଜ୍ୟ ସରକାର ନିଜ ଫ୍ଲାଗ୍ସିପ୍ ଯୋଜନା ଯଥା ବିଏସ୍କେୱାଇ, କାଳିଆ ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରିବାର ସମ୍ଭାବନା ରହିଛି। ବିଗତ କିଛି ବର୍ଷ ଧରି ରାଜ୍ୟ ସରକାର ନିଜ ବଜେଟର ଆକାର ପ୍ରାୟ ୧୦ରୁ ୧୫ ପ୍ରତିଶତ ଯାଏଁ ବୃଦ୍ଧି କରି ଆସୁଛନ୍ତି। ତେଣୁ ଉପରୋକ୍ତ ସମସ୍ତ ବିଷୟକୁ ବିଚାରକୁ ନେଲେ ରାଜ୍ୟ ବଜେଟର ଆକାରକୁ ବୃଦ୍ଧି କରିବେ।
ଅନ୍ୟପକ୍ଷରେ ରାଜ୍ୟର ବିତ୍ତୀୟ ପରିଚାଳନା ବେଶ୍ ଶୃଙ୍ଖଳିତ ଥିବା ବେଳେ ବିଭିନ୍ନ ମହଲରେ ଏହାକୁ ପ୍ରଶଂସା କରାଯାଉଛି। ଗତ ଜାନୁଆରୀ ସୁଦ୍ଧା ରାଜ୍ୟରେ ନିଜସ୍ୱ ଟିକରୁ ରାଜସ୍ୱ ସଂଗ୍ରହ ଗତ ବର୍ଷ ଜାନୁଆରୀ ତୁଳନାରେ ୧୩.୫୦ ପ୍ରତିଶତ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ନିଜସ୍ୱ ଟିକସରୁ ମିଳୁଥିବା ରାଜସ୍ୱ ମଧ୍ୟରୁ ବାଣିଜ୍ୟିକ ଟିକସ ଆଦାୟ ପରିମାଣ ପ୍ରାୟ ୧୫.୦୨ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ଅବକାରୀ ରାଜସ୍ୱ ଆଦାୟ ମଧ୍ୟ ଚଳିତ ଆର୍ଥିକ ବର୍ଷ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୨୧.୧୮ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ମୋଟ ନିଜସ୍ୱ ଟିକସ ଏବଂ ଅଣଟିକସ ରାଜସ୍ୱ ବାବଦରେ ଚଳିତ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୭୧୩୧୫.୭୩ କୋଟି ଟଙ୍କା ଆଦାୟ ହୋଇଛି, ଯାହା ପୂର୍ବବର୍ଷର ଜାନୁଆରୀ ମାସ ତୁଳନାରେ ଅଧିକ। ଓଡ଼ିଶା ବର୍ତ୍ତମାନ ରାଜସ୍ୱ ବଳକା ରାଜ୍ୟ ହୋଇଥିବା ବେଳେ ଋଣ କ୍ଷେତ୍ରରେ ମଧ୍ୟ ବେଶ୍ ପୋଷଣୀାୟ ସ୍ଥିତିରେ ରହିଛି। ଏସବୁ ମାନଦଣ୍ଡକୁ ବିଚାରକୁ ନେଲେ ନିଜର ଶେଷ ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ହାତ ଖୋଲିଦେଇ ପାରନ୍ତି।